ETV Bharat / sports

ଖେଳିବା ପରେ ବି ଆପଣଙ୍କୁ ଆସିପାରେ ହାର୍ଟ ଆଟାକ; ବର୍ତ୍ତି ପାରିନାହାନ୍ତି ଅନେକ କିମ୍ବଦନ୍ତୀ ଖେଳାଳି - Cricket Player Heart Problem - CRICKET PLAYER HEART PROBLEM

ଖେଳାଳୀମାନେ ସେମାନଙ୍କର ଖେଳ ଏବଂ ବ୍ୟାୟାମ ହେତୁ ସବୁଠାରୁ ସୁସ୍ଥ ଏବଂ ଫିଟ୍ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ପ୍ରତିଷ୍ଠିତ ଖେଳାଳିମାନେ ମଧ୍ୟ ହୃଦଘାତ ସମସ୍ୟାରୁ ରକ୍ଷା ପାଇପାରି ନାହାଁନ୍ତି । ଶେଟ୍‌ ୱାଟସନ ଓ ରିକି ପଣ୍ଟିଂଙ୍କ ଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲିଙ୍କ ପର୍ଯ୍ୟନ୍ତ ହୋଇଛନ୍ତି ଏହି ସମସ୍ୟାର ସମ୍ମୁଖୀନ । ଅଧିକ ପଢ଼ନ୍ତୁ

Cricket Player Heart Problem
Cricket Player Heart Problem (ETV Bharat)
author img

By ETV Bharat Sports Team

Published : Sep 4, 2024, 3:54 PM IST

ନୂଆଦିଲ୍ଲୀ : କ୍ରିକେଟ୍ ହେଉ ବା ଫୁଟବଲ, ବା ଅନ୍ୟ କୌଣସି ଖେଳ, ସବୁବେଳେ ଖେଳୁଥିବା ଲୋକଙ୍କୁ ସର୍ବଦା ସୁସ୍ଥ ବିବେଚନା କରାଯାଏ । କୁହାଯାଏ ଖେଳ ଯୋଗୁଁ ଖେଳାଳିମାନେ ସମ୍ପୂର୍ଣ୍ଣ ସୁସ୍ଥ ରୁହନ୍ତି ଏବଂ ସେମାନଙ୍କୁ କୌଣସି ରୋଗ ହୁଏ ନାହିଁ । ତେବେ ଏହା ମଧ୍ୟ ସତ ଯେ, ଦୌଡ଼ିବା ଏବଂ କ୍ଲାନ୍ତକାରୀ ଖେଳର ଖେଳାଳିମାନେ ସର୍ବଦା ସୁସ୍ଥ ରୁହନ୍ତି ଏବଂ ରୋଗଠାରୁ ଦୂରରେ ରୁହନ୍ତି । କିନ୍ତୁ ହୃଦଘାତ ଏବଂ ହୃତପିଣ୍ଡଜନିତ ସମସ୍ୟା ମଧ୍ୟ ଖେଳାଳୀଙ୍କୁ ବହୁତ ଅସୁବିଧାରେ ପକାଇଛି ।

ଏଠାରେ ଆମେ ଆପଣଙ୍କୁ ଦେଶ ତଥା ବିଶ୍ବର ଏପରି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ହୃତପିଣ୍ଡଜନିତ ରୋଗରେ ପୀଡିତ ଏବଂ ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି,

ବିନୋଦ କାମ୍ବଲି :-

ବିନୋଦ କାମ୍ବଲି ଭାରତୀୟ ଦଳର ପୂର୍ବତନ କ୍ରିକେଟର । 29 ନଭେମ୍ବର 2013ରେ କାମ୍ବଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିନୋଦ କାମ୍ବଲି ଚେମ୍ବୁରରୁ ବାନ୍ଦ୍ରା ଯିବା ରାସ୍ତାରେ ଅସୁସ୍ଥ ହୋଇ ହଠାତ୍ ଗାଡିକୁ ଅଟକାଇଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମୀ ସୁଜତା ପାଟିଲ ତାଙ୍କୁ ଲୀଳାବତୀ ହସ୍ପିଟାଲକୁ ନେଇଥିଲେ । ପରେ ବିନୋଦ କାମ୍ବଲି ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିଥିଲେ ।

କପିଲ ଦେବ :-

ପ୍ରଥମ ଥର ପାଇଁ ଭାରତକୁ ବିଶ୍ୱକପ ଜିତାଇଥିବା ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର କପିଲ ଦେବ ଅକ୍ଟୋବର 2020ରେ ହୃଦଘାତର ସମ୍ମୁଖୀନ ହୋଇଥିଲେ । ଯାହାପରଠାରୁ ତାଙ୍କୁ ଏଥିରୁ ବଞ୍ଚିବା ପାଇଁ ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ୁଛି । ଏହା ବ୍ୟତୀତ 1983 ବିଶ୍ବକପ ବିଜୟୀ ଦଳର ଅନ୍ୟତମ ନାୟକ ସନ୍ଦୀପ ପାଟିଲ ମଧ୍ୟ ଡିସେମ୍ବର 2022ରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କ୍ରିସ ଗେଲ୍‌ :-

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର କ୍ରିସ୍ ଗେଲ ମଧ୍ୟ ହୃଦଘାତର ଶିକାର ହୋଇଥିଲେ । ନଭେମ୍ବର 2005ରେ ବିସ୍ଫୋରକ ୱେଷ୍ଟଇଣ୍ଡିଜ୍ ଓପନିଂ ବ୍ୟାଟରଙ୍କର ହାର୍ଟ ସର୍ଜରୀ ହୋଇଥିଲା । ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ଗସ୍ତରେ ଯାଉଥିବା ସମୟରେ ଏହା ଘଟିଥିଲା । ସିରିଜର ଦ୍ବିତୀୟ ଟେଷ୍ଟ ସମୟରେ ଗେଲ ହୃଦସ୍ପନ୍ଦନରେ ଅନିୟମିତତା ଅନୁଭବ କରିବା ପରେ ରିଟାୟାର୍ଡ ହର୍ଟ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ସେ ମେଲବୋର୍ଣ୍ଣରେ ଏକ ସଫଳ ଅସ୍ତ୍ରୋପଚାର ଚିକିତ୍ସା କରିଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କ୍ରିସ ଗେଲ ଆଡିଲେଡ ଓଭାଲରେ ସେହି ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟରୁ ବିରତ ରହିଥିଲେ ।

ବ୍ୟୁ କ୍ୟାସନ :-

ନ୍ୟୁ ସାଉଥ ୱେଲ୍ସର ଜଣେ ବାମହାତୀ ଚାଇନାମ୍ୟାନ ବୋଲର କ୍ୟାସନଙ୍କୁ କେବଳ 28 ବର୍ଷ ବୟସରେ ଖେଳ ଛାଡିବାକୁ ପଡିଥିଲା । 'ଟେଟ୍ରାଲୋଜି ଅଫ ​ଫାଲୋଟ' ନାମକ ଏକ ଗୁରୁତର ହୃତପିଣ୍ଡଜନିତ ରୋଗ କାରଣରୁ ସେ ଖେଳ ଛାଡିଥିଲେ । ଖୁବ୍ କମ୍ ବୟସରେ ଏହି ଅବସ୍ଥା ପାଇଁ କ୍ୟାସନଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା, ଏବଂ ସମୟ ସହିତ ଏହି ରୋଗ ଆହୁରି ଗମ୍ଭୀର ହୋଇଗଲା । ଯଦି ସେ ଖେଳିବା ଜାରି ରଖନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡିପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଥିଲେ । ତେଣୁ, କ୍ୟାସନ୍ ନଭେମ୍ବର 2011ରେ କ୍ରିକେଟ ଜୀବନରୁ ଅବସର ନେଇଥିଲେ ।

ଟୋନି ଗ୍ରେଗ :-

ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା କମେଣ୍ଟେଟର ଟୋନି ଗ୍ରେଗ ଫୁସଫୁସ କର୍କଟରେ ପୀଡିତ ହୋଇଥିଲେ । ହେଲେ ଡିସେମ୍ବର 2012ରେ 66 ବର୍ଷ ବୟସରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ୱେନ ପାର୍ନେଲ :-

ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ୱେନ ପାର୍ନେଲ ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା 'ଏ' ପାଇଁ ମାତ୍ର ଦୁଇ ଓଭର ବୋଲିଂ କରିବା ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଫଳରେ ତାଙ୍କୁ ସେହିଠାରୁ ହିଁ ମୈଦାନ ଛାଡ଼ିବାକୁ ପଡ଼ିଥିଲା । ତାଙ୍କୁ କିଛିଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବୋବ ୱଲମର :-

2007 ଦିନିକିଆ ବିଶ୍ବକପ ସମୟରେ ପାକିସ୍ତାନର ପୂର୍ବତନ ପ୍ରଶିକ୍ଷକଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି । ମାର୍ଚ୍ଚ 18, 2007ରେ ତାଙ୍କ ହୋଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପ୍ରାଥମିକ ରିପୋର୍ଟରୁ ପ୍ରକାଶ ପାଇଥିଲା ଯେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।

ଶେନ ୱାଟସନ :-

2006ରେ ଯେତେବେଳେ ଅଷ୍ଟ୍ରେଲିଆ ଭାରତରେ ଚାମ୍ପିଅନ୍ସ ଟ୍ରଫି ଖେଳୁଥିଲା, ସେତେବେଳେ ଶେନ ୱାଟସନ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କର ପୂର୍ବତନ ତସମାନିଆ ଟିମ ସାଥୀ ସ୍କଟ ମେସନ ଏହାର ବର୍ଷେ ପୂର୍ବରୁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର 28 ବର୍ଷ ହୋଇଥିଲା । ଏହା ୱାଟସନଙ୍କୁ ଅଧିକ ଚିନ୍ତାରେ ପକାଇଥିଲା । ଚଣ୍ଡିଗଡ଼ ଡାକ୍ତରଖାନା ଯିବା ପରେ ପ୍ରବଳ ଗ୍ୟାଷ୍ଟ୍ରାଇଟିସ୍ କାରଣରୁ ଏହି ଯନ୍ତ୍ରଣା ହୋଇଥିବା ଜଣାପଡିଥିଲା ।

ରିକି ପଣ୍ଟିଂ :-

2022 ମସିହାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କୁ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ କମେଣ୍ଟ୍ରି କରିବା ସମୟରେ ହୃତଘାତଜନିତ ସମସ୍ୟାରେ ପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ କମେଣ୍ଟ୍ରି ବକ୍ସ ଛାଡି ଡାକ୍ତରଖାନା ଯିବାକୁ ପଡିଥିଲା ।

ଅନ୍ୟମାନଙ୍କ ମଧ୍ୟରେ, ଇଂଲଣ୍ଡ କିମ୍ବଦନ୍ତୀ କେନ୍ ବାରିଂଟନଙ୍କ ଟେଷ୍ଟ କ୍ୟାରିୟର 1968 ମସିହାରେ ହୃଦଘାତରେ ପୀଡିତ ହେବା ପରେ ଶେଷ ହୋଇଥିଲା । ଏହାପରେ, ସେ 1981ରେ ଅନ୍ୟ ଏକ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । 2005ରେ ତସମାନିଆ କ୍ରିକେଟର ସ୍କଟ ମେସନ ନେଟରେ ବ୍ୟାଟିଂ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । ଏହାର ଦୁଇ ଦିନ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମେସନ ମାତ୍ର 28 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେହିଭଳି ଚଳିତ ବର୍ଷ ଜୁନ୍ ମାସରେ ଡରମ୍‌ର କୋଚ୍ ଜିଓଫ୍ କୁକ୍ ଗୁରୁତର ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ ସୁସ୍ଥ ହୋଇଯାଇଥିଲେ । ଦୁର୍ଭାଗ୍ୟବଶତଃ ରେଳବାଇର ରଣଜୀ ଖେଳାଳି ରାଜା ଅଲି ଗତ ବର୍ଷ 36 ବର୍ଷ ବୟସରେ ଭୋପାଳରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.