ETV Bharat / politics

ଭାରି ପଡ଼ିଲା ପୁଅ ପ୍ରେମ, କଂଗ୍ରେସରୁ ବହିଷ୍କାର ହେଲେ ସୁର - Sura Routray expelled from Congress - SURA ROUTRAY EXPELLED FROM CONGRESS

Sura Routray expelled from Congress: ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ । ବିଶୃଙ୍ଖଳା ଏବଂ ଦଳ-ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Sura Routray expelled from Congress
Sura Routray expelled from Congress
author img

By ETV Bharat Odisha Team

Published : Apr 15, 2024, 6:11 PM IST

Updated : Apr 15, 2024, 9:23 PM IST

ଭୁବନେଶ୍ବର: ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଝଟକା । ଅତ୍ୟଧିକ ପୁଅ ପ୍ରେମ ପଡ଼ିଲା ମହଙ୍ଗା । 6 ବର୍ଷ ପାଇଁ ଦଳରୁ ବହିଷ୍କାର କଲା କଂଗ୍ରେସ । ଏନେଇ ଦଳର ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତେବେ ସୁର ନିଜ ପୁଅ ତଥା ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥିଲା । ଏବେ ବିଶୃଙ୍ଖଳା ଏବଂ ଦଳ-ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ ।

ରାଜ୍ୟ ରାଜନୀତିରେ ବର୍ତ୍ତମାନ କିଛି ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଛି ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ପାରିବାରିକ ଡ୍ରାମା । ସୁର ସବୁବେଳେ କହିଆସିଛନ୍ତି ଜୀବନ ଥିଲା ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ, ଦଳ ଛାଡିବେନି । ଏପରିକି ସାନପୁଅ ମଧ୍ୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ବୋଲି ସୁର ଗଣମାଧ୍ୟମରେ ବାରମ୍ବାର ବୟାନ ରଖିଆସୁଥିଲେ । ହେଲେ କଂଗ୍ରେସରୁ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିବା ପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିଲେ । ବିଜେଡିରେ ଯୋଗ ଦେଉ ଦେଉ ମନ୍ମଥଙ୍କୁ ଟିକେଟ ଦେଇଥିଲା ବିଜେଡି । ଭୁବନେଶ୍ବର ଲୋକସଭା ଆସନ ପାଇଁ ପୁଅ ବିଜେଡି ପ୍ରାର୍ଥୀ ହେବା ପରେ ଅଡୁଆରେ ପଡିଯାଇଥିଲେ ସୁର । ପୁଅ ମନ୍ମଥ ପାଇଁ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ କୌଣସି ଅଞ୍ଚଳରେ ପ୍ରଚାର କରିବେ ନାହିଁ, କେବଳ କଂଗ୍ରେସ ପାଇଁ ଔପଚାରିକ ଭାବେ ପ୍ରଚାର କରିବେ ବୋଲି କହିଥିଲେ ସୁର ।

ଏହା ମଧ୍ୟ ପଢ଼ନ୍ତୁ...ମନ୍ମଥ ପାଇଁ ପ୍ରଚାର କରିବି ନାହିଁ, କଂଗ୍ରେସ ପାଇଁ ପ୍ରଚାର କରିବି: ସୁର - Party vs Son Politics

ହେଲେ ଅତ୍ୟଧିକ ପୁଅ ପ୍ରେମରେ ଦଳୀୟ ଶୃଙ୍ଖଳାକୁ ଭୁଲି ଯାଇଥିଲେ ସୁର ରାଉତରାୟ । ବିଭିନ୍ନ ସଭା ସମିତିରେ ସେ ନିଜ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ସହିତ ବିଜେଡିର ବିଭିନ୍ନ ବିଧାୟକଙ୍କ ସହ ନଜର ଆସିଥିଲେ । ଏପରିକି ସେ କିଛି ସ୍ଥାନରେ ଯୋଡ଼ା ଶଙ୍ଖରେ ଭୋଟ ଦେବାକୁ ମଧ୍ୟ ଭୋଟରଙ୍କୁ ଅପିଲ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ସୁରଙ୍କ ଏପରି କାର୍ଯ୍ୟକଳାପ ପରେ ତାଙ୍କୁ ଏକାଧିକ ଥର କାରଣ ଦର୍ଶାଅ ନୋଟିସ ଜାରି କରିଥିଲା କଂଗ୍ରେସ । ଏହାର ଉତ୍ତର ମଧ୍ୟ ରଖିଥିଲେ ସୁର । ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ହେଲେ ବାରମ୍ବାର ଏଭଳି ଅଭିଯୋଗ ପରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ସୁପାରିଶକ୍ରମେ ଏଆଇସିସି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ସୁରଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏଆଇସିସିର ଏହି ନୋଟିସକୁ ନିଜ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଦଳର କୌଣସି ନେତା ତଥା କର୍ମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପଛାଇବ ନାହିଁ ବୋଲି ସେ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2024, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.