ETV Bharat / politics

ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ ଝଡ, ତାରା କହିଲେ ସତ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି - Congress Slams Dharmendra - CONGRESS SLAMS DHARMENDRA

Congress Reaction Over Dharmendra's Statement: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ସମାଲୋଚନା କଲା କଂଗ୍ରେସ । ତାରା ପ୍ରସାଦ ବାହିନୀପତି କହିଛନ୍ତି 'ସତ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି' । ଅଧିକ ପଢନ୍ତୁ

Congress Slams Dharmendra
Congress Slams Dharmendra (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 9:22 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ସମାଲୋଚନା କଲା କଂଗ୍ରେସ । ଗତକାଲି (ଗୁରୁବାର) ଗଣମାଧ୍ୟମକୁ ସାକ୍ଷାତକାର ବେଳେ କଂଗ୍ରେସ ଟିକଟ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେଇଥିବା କଥା କହିଥିଲେ । ଏନେଇ କଡ଼ା ସମାଲୋଚନା କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର କହିଛନ୍ତି, "କାଳ୍ପନିକ ଗପ ଗପୁଛନ୍ତି ଧର୍ମେନ୍ଦ୍ର । ସାଧାରଣରେ କଂଗ୍ରେସ ଟିକଟ ପିସିସି ନୁହେଁ AICCରୁ ନିୟନ୍ତ୍ରଣ ହେଉଥିବା ବେଳେ ନବୀନଙ୍କ ଇସାରାରେ କିଭଳି ଟିକେଟ ବଣ୍ଟାଗଲା ଏବଂ ବାରମ୍ବାର ପରିବର୍ତ୍ତନ କରାଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ,କଂଗ୍ରେସ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରିନାହିଁ ।"

Congress Slams Dharmendra (ETV Bharat Odisha)

AICC ପକ୍ଷରୁ ସ୍କ୍ରିନିଂ କମିଟିରେ ସ୍ଥାନ ପାଇଥିବା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବିଜେପି ରାଜ୍ୟରେ ବିଫଳ ହେଉଥିବାରୁ ଧର୍ମେନ୍ଦ୍ର ଏଭଳି ବିଳିବିଳାଉଛନ୍ତି । ଧର୍ମେନ୍ଦ୍ର ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ, ଏହା ଏକ କାଳ୍ପନିକ ଗପ । କଂଗ୍ରେସରେ ଟିକଟ ସେଣ୍ଟ୍ରାଲ ଇଲେକ୍ସନ କମିଟି ଦ୍ୱାରା ଚୟନ ହୁଏ । ସବୁ ସ୍ତରକୁ ଆଲୋଚନା କରି ଟିକଟ ଦିଏ ଦଳ । ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହୋଇଥିଲା ଯଦି ପରିବର୍ତ୍ତନର ଆବଶ୍ୟକତା ଥାଏ ତାହେଲେ ପ୍ରାର୍ଥୀ ବଦଳାଯାଏ । ଅବସ୍ଥା ଦେଖି ବ୍ୟବସ୍ଥା ହୁଏ । ନବୀନ ବାବୁଙ୍କ ଇସାରାରେ ଟିକଟ ବଣ୍ଟନ କୁଆଡୁ ଆସିଲା ? ସେ ଗୋଟିଏ ଦଳର ସଭାପତି ଆଉ କଂଗ୍ରେସର ଟିକଟ କେମିତି ବାଣ୍ଟିବେ ?"

ଏହା ବି ପଢନ୍ତୁ...ଧର୍ମେନ୍ଦ୍ରଙ୍କ ସାଙ୍ଘାତିକ ବୟାନ: 'ନବୀନଙ୍କ ରୁମରେ ଟେଲିଫୋନ ନାହିଁ, ରାହୁଲଙ୍କୁ ମୋଦି ଫୋବିଆ' - Dharmendra Pradhan Interview

ସେ ଆହୁରି କହିଛନ୍ତି, "2024 ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ ପ୍ରାଦେଶିକ ସ୍ତରରେ ଏକ କମିଟି ଗଠନ କରାଯାଇଥିଲା । ଯାହାର ସଦସ୍ୟ ମୁଁ ଥିଲି,ଏହି କମିଟିର ସୁପାରିଶ ସ୍କ୍ରିନିଂ କମିଟିକୁ ଯାଇଥାଏ । କମିଟିର ସୁପାରିଶ ପରେ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ନାଁ ଯାଏ ଆଉ AICC ପକ୍ଷରୁ ମୋହର ବାଜେ । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ ପ୍ରଗମନ ଆପ ପ୍ରସ୍ତୁତ କରାଯାଇଥିଲା । ପ୍ରଗମନରେ ଯେଉଁ ପ୍ରାର୍ଥୀମାନେ ଆଗରେ ରହିବେ ସେମାନଙ୍କ ନାଁ ସ୍କ୍ରିନିଂ କମିଟିକୁ ଯାଏ । ପ୍ରଥମେ ପ୍ରତି ବ୍ଲକ ଏବଂ ଜିଲ୍ଲା ସଭାପତିମାନେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଚିଠା ଦେଇଥାନ୍ତି । ଆଉ ସମସ୍ତ ଆଲୋଚନା ପରେ ସେମାନଙ୍କ ନାଁ ନିର୍ବାଚନ ସ୍କ୍ରିନିଂ କମିଟିକୁ ଯାଏ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି କଂଗ୍ରେସ ଟିକଟ ନବୀନ ବାବୁ ଠିକ କରୁଛନ୍ତି, ଯଦି ବିଜେପି ଏହାକୁ ପ୍ରମାଣିତ କରିଦେବ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.