ETV Bharat / politics

ଆଜି ରାଜ୍ୟସଭା ନିର୍ବାଚନ; 3 ରାଜ୍ୟର 15 ଆସନରେ ଚାଲିଛି ମତଦାନ - ରାଜ୍ୟସଭା ନିର୍ବାଚନ

Rajya Sabha Polls: ଆଜି ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନ । 15 ରାଜ୍ୟସଭା ଆସନରେ ହେବ ନିର୍ବାଚନ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ
Rajya Sabha Elections
author img

By ETV Bharat Odisha Team

Published : Feb 27, 2024, 8:39 AM IST

Updated : Feb 27, 2024, 10:24 AM IST

ନୂଆଦିଲ୍ଲୀ: ଆଜି 3 ରାଜ୍ୟରେ ଖାଲି ପଡିଥିବା 15 ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ହେବ ରାଜ୍ୟସଭା ନିର୍ବାଚନ । ଉତ୍ତରପ୍ରଦେଶରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ରାଜ୍ୟଗୁଡିକର ବିଧାନସଭାରେ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । 5ଟାରୁ ଭୋଟ ଗଣତି ଆରମ୍ଭ ହେବ ।

ଉତ୍ତରପ୍ରଦେଶ: ରାଜ୍ୟରେ ଖାଲି ପଡିଥିବା 10 ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ହେବ । 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ବିଜେପି 7 ବଦଳରେ 8 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମାଜବାଦୀ ପାର୍ଟି 3 ଜଣ ପ୍ରାର୍ଥୀ ଦେଇଛି । ଯାହାଫଳରେ ରୋଚକ ସ୍ଥିତିରେ ରହିଛି ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ । ଯଦି ବିଜେପି 7 ଜଣ ପ୍ରାର୍ଥୀ ଦେଇଥାନ୍ତା ତେବେ ନିର୍ଦ୍ବନ୍ଦ୍ବରେ ସମସ୍ତ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତେ । କିନ୍ତୁ 10 ଆସନରେ 11 ଜଣ ପ୍ରାର୍ଥୀ ଥିବାବେଳେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । 403 ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ 252 ବିଜେପି ବିଧାୟକ ରହିଥିବା ବେଳେ 108 ଜଣ ସମାଜବାଦୀ ପାର୍ଟି ବିଧାୟକ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସଭା ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ

ହିମାଚଳ ପ୍ରଦେଶ: ରାଜ୍ୟରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ବିଜେପି ପକ୍ଷରୁ ହର୍ଷ ମହାଜନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ପ୍ରାର୍ଥୀ ରହିଛନ୍ତି । ବିଜୟ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାବେଳେ କଂଗ୍ରେସ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନେଇ କୁହାଯାଉଛି ।

କର୍ଣ୍ଣାଟକ: ରାଜ୍ୟରେ ଖାଲି ପଡିଥିବା 4 ରାଜ୍ୟସଭା ଆସନରେ ଆଜି ନିର୍ବାଚନ ହେବ । ରାଜ୍ୟସଭା ଆସନ ପାଇଁ 5 ଜଣ ପ୍ରାର୍ଥୀ ରହିଛନ୍ତି । କଂଗ୍ରେସ 4 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଜଣଙ୍କୁ ପ୍ରାର୍ଥୀ କରାଇଛି ।

15ଟି ରାଜ୍ୟର 56ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାନୁଆରୀ 29ରେ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । 56 ଆସନ ମଧ୍ୟରୁ 41ଟି ଆସନରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି । ଆଜି 15ଟି ଆସନରେ ନିର୍ବାଚନ ହେବ ।

Last Updated : Feb 27, 2024, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.