ETV Bharat / politics

ମାଷ୍ଟରକ୍ୟାଣ୍ଟିନରେ ରାହୁଲ-ମୋଦି ଝଡ଼କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ, ଏକାଧିକ ଆହତ - BJP and Congress workers Face Off

BJP and Congress workers Face Off: ଭୁବନେଶ୍ବରରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ । ଢେଲା ପଥର ମାଡ଼ରେ ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିରୋଧରେ ଓଡ଼ିଶା କଂଗ୍ରେସ ଭବନ ଆଗରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ସମୟରେ ଉତ୍ତେଜନା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 2, 2024, 9:23 PM IST

Updated : Jul 2, 2024, 9:28 PM IST

BJP and Congress workers Face Off
BJP and Congress workers Face Off (ETV Bharat Odisha)

ଭୁବନେଶ୍ବର: ସଂସଦରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଓଡ଼ିଶାରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍‌ରେ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଗୋବର ଓ ଢେଲା ପଥର ମାଡରେ ଆହତ ହୋଇଛନ୍ତି ଯୁବ ବିଜେପି ଓ କଂଗ୍ରେସର ବହୁ କର୍ମୀ । ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ କରିଛନ୍ତି ବିଜେପି କର୍ମୀ । ସେହିଭଳି ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ।

ଉଲ୍ଲେଖ ଯୋଗ୍ୟ, ଗତକାଲି ସଂସଦରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ଦେଉଥିବାବେଳେ ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିଲେ । ବିଜେପି ହିନ୍ଦୁତ୍ବ ନାଁରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ଏହାପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅଭିଭାଷଣ ରଖିଥିଲେ । ଏହି ସମୟରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦି ଆକ୍ରମଣ କରିଥିଲେ । ହିନ୍ଦୁଙ୍କୁ ହିଂସକ କହିଥିବା ଲୋକକୁ ଏ ଦେଶବାସୀ କେବେ ଭୁଲିବେନି । ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ମୋଦି କହିବା ସହ କଂଗ୍ରେସ ଅମଳରେ ବହୁ ଦୁର୍ନୀତି ହୋଇଥିବା ସେ ଦର୍ଶାଇ କଂଗ୍ରେସକୁ ଧୋଇଛନ୍ତି ।

ଏମିତି ହେଲେ ମୁହାଁମୁହିଁ: ତେବେ ଆଜି ପ୍ରଧାନମନ୍ତ୍ରୀ ସଂସଦରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାକୁ ବିରୋଧ କରି ଭୁବନେଶ୍ବରରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ପ୍ରଧାନମନ୍ତ୍ରୀ କଂଗ୍ରେସ ପ୍ରତି ଯେଉଁ ସମାଲୋଚନା କରିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଯେଉଁଭଳି କଟୁ ସମାଲୋଚନା କରିଛନ୍ତି, ତା'ର ପ୍ରତିବାଦ କରି ଛାତ୍ର କଂଗ୍ରେସ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସନ୍ଧ୍ୟାରେ କଂଗ୍ରେସ ଭବନରୁ ଯୁବ ଓ ଛାତ୍ର କଂଗ୍ରେସର ଏହି ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ଠିକ ସେତିକିବେଳେ କଂଗ୍ରେସ ଭବନ ନିକଟରେ ଯୁବ ବିଜେପି ଏକ ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ରାହୁଲ ଗାନ୍ଧୀଙ୍କ ବୟାନକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରୁଥିଲା ବିଜେପି । ଏହି ସମୟରେ ଯୁବ କଂଗ୍ରେସ ଏବଂ ଯୁବ ବିଜେପି କର୍ମୀ ମୁଁହାମୁହିଁ ହେବାରୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ; କହିଲେ ହିନ୍ଦୁଙ୍କୁ ହିଂସୁକ କହିଥିବା ଲୋକକୁ ଦେଶବାସୀ କେବେ ଭୁଲିବେନି

'କଂଗ୍ରେସ କର୍ମୀଙ୍କ ଉପରେ ବିଜେପିର ପ୍ରାୟୋଜିତ ଆକ୍ରମଣ': ଏନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, "ଏହା ଆମ ଉପରେ ବିଜେପିର ପ୍ରାୟୋଜିତ ଆକ୍ରମଣ ଥିଲା । ବିଜେପି କର୍ମୀମାନେ ଆମ ଉପରକୁ ଆଗେ ଟେକାପଥର ମାଡ଼ କଲେ । ଫଳରେ ଏଭଳି ସ୍ଥିତି ସୃଷ୍ଟି ହେଲା । କଂଗ୍ରେସ କାର୍ଯ୍ୟାଳୟକୁ ଆସି ଢେଲା ପଥର ମାଡ଼ କରିବାକୁ ପୋଲିସ ସେମାନଙ୍କୁ ସୁଯୋଗ ଦେଉଛି । ବିଜେପି ଆସିଲେ ହିଂସା ବ୍ୟାପିବ ବୋଲି କଂଗ୍ରେସ ଆଗରୁ କହିଥିଲା । ଏମିତି କରି କଂଗ୍ରେସର ପାଟିକୁ ବନ୍ଦ କରି ପାରିବନି ଭାରତୀୟ ଜନତା ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଯଦି ଏହା ଉପରେ ପଦକ୍ଷେପ ନନେବେ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ଯିବାପାଇଁ ଦେବୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...'ବିଜେପିର ହିନ୍ଦତ୍ବ ପିଚ୍‌ରେ ରାହୁଲଙ୍କ ଦମଦାର ବ୍ୟାଟିଂ' - Rahul Gandhi Fiery Attack on BJP

'କଂଗ୍ରେସ ଭବନ ଭିତରୁ ଢେଲା ପଥର ମାଡ଼ ହେଲା': ଅନ୍ୟପଟେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, "ରାହୁଲ ଗାନ୍ଧୀ ହିନ୍ଦୁ ସମାଜ ଉପରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରତିବାଦରେ ଯେତେବେଳେ ଆମେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିଲୁ । ସେତେବେଳେ ଆମ ଉପରକୁ କଂଗ୍ରେସ ଭବନ ଭିତରୁ ଢେଲା ପଥର ମାଡ଼ ହେଲା । ଏଥିରେ ବିଜେପି ଯୁବମୋର୍ଚ୍ଚାର 7 ଜଣ କର୍ମୀ ଗଭୀର ଭାବେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ହିଂସା କିଏ କରୁଛି । କଂଗ୍ରେସର ସଂସ୍କୃତି ହିଁ ହିଂସା । ତେଣୁ ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ।" ଏହା ସହ ହିନ୍ଦୁ ସମାଜ ଆଗରେ ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.