ETV Bharat / politics

ବଡ଼ ଠାକୁର ପଡିଯିବା ଘଟଣା: ସରକାରଙ୍କୁ ଘେରିଲା ବିଜେଡି, ବିଧାନସଭାରେ ଉଠାଇବ କଂଗ୍ରେସ - Lord Balabhadra Slips Down

author img

By ETV Bharat Odisha Team

Published : Jul 10, 2024, 6:37 PM IST

Lord Balabhadra Slips Down: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡିଯିବା ଘଟଣାକୁ ନେଇ ଶାସକ ବିଜେପିକୁ ଘେରିଲେ ବିରୋଧୀ । ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ମନ୍ତବ୍ୟକୁ ଦାୟିତ୍ବହୀନ କହି ନିନ୍ଦା କଲା ବିଜେଡି । ତଦନ୍ତ ଦାବି ସହ କଂଗ୍ରେସ କହିଲା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବୁ । ଅଧିକ ପଢ଼ନ୍ତୁ

Lord Balabhadra Fell Down
Lord Balabhadra Fell Down (ETV Bharat Odisha)

ଭୁବନେଶ୍ବର: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡିଯିବା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ । ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଦାୟିତ୍ବହୀନ କହି ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବାକୁ ନିବେଦନ କରିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ । ସେପଟେ ଘଟଣାକୁ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

'ସାଢେ ୪ କୋଟି ଓଡ଼ିଆ ଆଜି କାନ୍ଦୁଛନ୍ତି':-

ବଡ଼ ଠାକୁର ପଡ଼ିଯିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏତେ ବଡ଼ ଘଟଣାକୁ କେବଳ ମହାପ୍ରଭୁଙ୍କ ଲୀଳା ବୋଲି କହି ଏଡ଼ାଇ ଦିଆଯାଇପାରିବ ନାହିଁ । ଏହି ଘଟଣାରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, "ଗତକାଲି ପୁରୀରେ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଛି ତାହା କେବଳ ମତେ ବ୍ୟଥିତ କରିନାହିଁ, ବରଂ ସାଢେ ୪ କୋଟି ଓଡିଶାବାସୀ ତଥା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପମଣ୍ଡପ ବିଜେ ବେଳେ ମହାପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ସଭିଙ୍କ ମନରେ ଗଭୀର ଦୁଃଖ ଓ କଷ୍ଟ ଦେଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସଭିଏଁ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ ମଧ୍ୟ । ସାଢେ ୪ କୋଟି ଓଡ଼ିଆ କାନ୍ଦୁଛନ୍ତି । ମନ ଦୁଃଖ କରୁଛନ୍ତି ।"

'ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ବହୀନ':-

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଅଭାବନୀୟ ଘଟଣାକୁ ନେଇ ସରକାର ଦାୟିତ୍ବବାନ ହେବେ ବୋଲି ଆଶା କରୁଥିଲୁ । ଏଭଳି ଅକ୍ଷମଣୀୟ ତ୍ରୁଟି କାହିଁକି ହେଲା ତାକୁ ଅନୁଧ୍ୟାନ କରିବା ବଦଳରେ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି । ଯାହା ଆମକୁ ଆହୁରି ଅଧିକ ବ୍ୟଥିତ କରିଛି । ସେମାନେ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ମନ୍ତବ୍ୟ ରଖିଛନ୍ତି । ଏହି ଉକ୍ତି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପ୍ରତି ଉପହାସ ସଦୃଶ । ଏଭଳି ପ୍ରତିକ୍ରିୟା ସଭିଁଙ୍କ ମନରେ ଗଭୀର ଆଘାତ ଦେଇଛି । ଆମେ ଆଶା କରୁଛୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାନ୍ତୁ । ମହାପ୍ରଭୁଙ୍କ ବିଧି ସମାପନ କରିବାକୁ ସରକାର ଯତ୍ନବାନ ହୁଅନ୍ତୁ । ଏଥିପାଇଁ ଆମେ ସଭିଁଙ୍କୁ ନିବେଦନ କରୁଛୁ । ଯେମିତି ମହାପ୍ରଭୁଙ୍କର କୌଣସି ଅସୁବିଧା ନହୁଏ ।"

ଏହା ମଧ୍ୟ ପଢ଼ନ୍ତୁ...ବଡଠାକୁର ପଡିଯିବା ପ୍ରସଙ୍ଗ: ପ୍ରଭୁଙ୍କର ଛୋଟିଆ ଲୀଳା କହି ଅଘଟଣକୁ ସାମାନ୍ୟ କହିଲେ ଆଇନ ମନ୍ତ୍ରୀ - lord bhalabhadra slips in charamala

ପ୍ରସଙ୍ଗ ବିଧାନସଭାରେ ଉଠାଇବ କଂଗ୍ରେସ:-

ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବଡ଼ ଠାକୁର ଖସି ପଡ଼ିବା ଘଟଣା ସାଧାରଣ ନୁହେଁ । ଯିଏ ଏହାକୁ ସାଧାରଣ ବୋଲି କହୁଛନ୍ତି, ତାଙ୍କର ଗର୍ବ ଅହଙ୍କାର ବଢ଼ି ଗଲାଣି । ବିଜେପି ସରକାର ଅହଙ୍କାରରେ ଫାଟି ପଡ଼ୁଛି । ଏହା କେବଳ ନିନ୍ଦନୀୟ ଘଟଣା ନୁହେଁ, ସାରା ରାଜ୍ୟ ପାଇଁ ଏକ ଅଶୁଭ ସଙ୍କେତ । ଆଗକୁ କଣ ଯେ ହେବ କିଛି ଅନୁମାନ କରିହେଉନି । ଏହାର ତଦନ୍ତ ହେଉ । ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ବାବଧାନରେ ତଦନ୍ତ ହେଉ । କେତେଜଣ ସେବାୟତ ରଥରେ ରହିବା ଆବଶ୍ୟକ ରହିଛି, କେତେଜଣ ରହିଥିଲେ, କଣ ପାଇଁ ଏଭଳି ଅଘଟଣ ଘଟିଲା, ସେସବୁର ତଦନ୍ତ ହେଉ ।" ତେବେ ମହାପ୍ରଭୁଙ୍କ ରଥଯାତ୍ରାରେ ଏଭଳି ମନମୁଖୀ କାର୍ଯ୍ୟକଳାପ ଆମେ ବିଧାନସଭାରେ ମଧ୍ୟ ଉଠାଇବୁ ବୋଲି କହିଛନ୍ତି ତାରା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଭୁ ବଳଭଦ୍ର ପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ଆଇନ ମନ୍ତ୍ରୀ କହିଲେ- ଭୁଲ କାହାର ନାହିଁ - LORD BALABHADRA SLIPPED INCIDENT

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.