ETV Bharat / politics

ରାଜ୍ୟସଭା କାହାକୁ ପଠାଇବ ବିଜେଡି ? ଏମିତି କହିଲେ ରାଜନୀତି ସମୀକ୍ଷକ

author img

By ETV Bharat Odisha Team

Published : Feb 11, 2024, 5:30 PM IST

Rajya Sabha Elections: ରାଜ୍ୟସଭା ନିର୍ବାଚନରେ ବିଜେଡି ତାର ତିନି ନେତାଙ୍କୁ ପଠାଇବ । ଏମିତି କହିଲେ ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

ରାଜ୍ୟସଭା
Rajya Sabha
Rajya Sabha

କଟକ: ଫେବୃଆରୀ ୨୭ ତାରିଖରେ ଓଡିଶାର ୩ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ । କିଏ ଯିବ ରାଜ୍ୟସଭା ? ୩ ପଦବୀ ପାଇଁ କିଏ ଯୋଗ୍ୟ ପାର୍ଥି ସନେଇ ଏବେ ଲାଗି ରହିଛି ସସପେନ୍ସ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ମହିଳା କାର୍ଡ ଖେଳି ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ନୂଆ କରି ବିଜେଡିରେ ସାମିଲ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ଦଳ ରାଜ୍ୟ ସଭା ପଠାଇ ପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ତାର ତିନି ନେତାଙ୍କୁ ରାଜ୍ୟସଭା ପଠାଇପାରେ । ସାଧାରଣ ନିର୍ବାଚନ ଆଗକୁ ରହିଥିବାରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ଡ଼ ଓଁକାର ରାଉତ।

ଏହା ମଧ୍ୟ ପଢନ୍ତୁ-ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ! କଣ କହୁଛନ୍ତି ରାଜନୀତି ସମୀକ୍ଷକ

ଓଁକାର ରାଉତ କହିଛନ୍ତି, '' ଓଡିଶାରେ ୩ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେଡି ସାଂସଦ ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ସରିବାକି ଯାଉଛି । ଯଦି ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଦେଖିବା ତେବେ ରାଜ୍ୟସଭା ନିର୍ବାଚନରେ ତୋନୋଟି ସିଟ ବିଜେଡି ଖାତାକୁ ଯିବ । କାହାକୁ ଦଳ ରାଜ୍ୟସଭା ପଠାଇବ ଏହା ତାଙ୍କର ଆଭ୍ୟନ୍ତରୀଣ ବେପାର । ସାଧାରଣ ନିର୍ବାଚନ ଆଗକୁ ରହିଥିବାରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯେଉଁ ମାନଙ୍କ କାର୍ଯ୍ୟକାଳ ସରୁଛି ବିଜେଡି ସେମାନଙ୍କ ମଧ୍ୟରୁ କାହାକୁ ପଠାଇବ ନାହିଁ । ୨୦୧୯ରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ବିଜେପି ମିଳିତ ଭାବେ ରାଜ୍ୟସଭାକୁ ପଠାଇଥିଲେ । ସେ ବିଜେପିରୁ ଲୋକସଭା ଲଢିବା ନେଇ ଏକ ପ୍ରକାର ଇସାରା ମିଳିଛି । ତେଣୁ ତିନୋଟି ଯାକ ସିଟ ବିଜେଡିର ନେତା ଯାଇପାରନ୍ତି । ''

ସେ ଆହୁରି ମଧ୍ୟ କହିଛନ୍ତି, ''କିଛି ଦକ୍ଷ ପ୍ରଶାସକଙ୍କୁ ମଧ୍ୟ ପଠାଯାଇପାରେ । ଭିକେ ପାଣ୍ଡିଆନ, ସଂତୃପ୍ତ ମିଶ୍ର, ସୁସ୍ମିତା ବାଗଚି, ସୁବ୍ରତ ବାଗଚିଙ୍କ ନାମ ସାମ୍ନାକୁ ଆସୁଛି । ସେହିପରି ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ସେହି ଦୃଷ୍ଟିରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ବିଜେଡି ରାଜ୍ୟସଭା ପାଇଁ ଏମିତି ପ୍ରାର୍ଥୀ ଦେବ ଯାହା ଦ୍ବାରା ସେ କ୍ଲିଅର କରିବାକୁ ଚାହିଁବ ଯାହା କି ତା ଉପରେ ଆରୋପ ରହୁଛି ଯେ, ସେମାନେ ବିଜେପି ସାଙ୍ଗରେ ଅଛନ୍ତି । ତେଣୁ ବିଜେଡି ତା ନିଜ ଦଳର ସଂଗଠକଙ୍କୁ ପଠାଇ ସେ ମେସେଜ ଦେବ ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ସାଙ୍ଗରେ ଡାଇରେକ୍ଟ ଫାଇଟ ହେବ । ''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.