ETV Bharat / politics

‘ଜୀବନ ଯିବା ପରେ ମଧ୍ୟ କଂଗ୍ରେସ ଲୁଟିବ’: ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଏମିତି ବର୍ଷିଲେ ମୋଦି - Inheritance Tax remark

author img

By ETV Bharat Odisha Team

Published : Apr 24, 2024, 2:23 PM IST

Inheritance Tax remark of Sam Pitroda: ସାମ ପିଟ୍ରୋଡାଙ୍କ ‘ଉତ୍ତରାଧିକାରୀ ଟ୍ୟାକ୍ସ’ ମନ୍ତବ୍ୟକୁ ନେଇ ନିର୍ବାଚନୀ ମଞ୍ଚରେ ଏମିତି ବର୍ଷିଲେ ମୋଦି । କହିଲେ ଜୀବନବ୍ୟାପୀ ଓ ଜୀବନ ପରେ ମଧ୍ୟ ଲୁଟିବା କଂଗ୍ରେସର ଏକମାତ୍ର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

‘ଜୀବନ ଯିବା ପରେ ମଧ୍ୟ କଂଗ୍ରେସ ଲୁଟିବ’: ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଏମିତି ବର୍ଷିଲେ ମୋଦି

ନୂଆଦିଲ୍ଲୀ: 26 ତାରିଖ (ଶୁକ୍ରବାର) ହେବାକୁ ଯାଉଥିବା 2ୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ବିଜେପି, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ତମାମ ତୁଙ୍ଗ ନେତା ବିଭିନ୍ନ ରାଜ୍ୟରେ ଆଜି ପ୍ରଚାର କରିଛନ୍ତି । ବିଭିନ୍ନ ମୁଦ୍ଦା ଓ ପ୍ରସଙ୍ଗରେ ଆରୋପ- ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜର ଜଣେ ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ମନ୍ତବ୍ୟ କାରଣରୁ ବ୍ୟାକଫୁଟରେ ନଜର ଆସିଛି । ବିଜେପି ନେତାମାନେ ପିଟ୍ରୋଡାଙ୍କ ‘ଉତ୍ତରାଧିକାରୀ ଟ୍ୟାକ୍ସ’ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ସଭାମଞ୍ଚରୁ ଏହି ବୟାନକୁ ପ୍ରସଙ୍ଗ କରି କଂଗ୍ରେସର ନୀତି ଓ ନଷ୍ପତ୍ତି ଉପରେ ବର୍ଷିଛନ୍ତି । କଂଗ୍ରେସ ଲୋକଙ୍କୁ ମୃତ୍ୟୁ ପରେ ମଧ୍ୟ ଲୁଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ଛତିଶଗଡ ଓ ରାଜସ୍ଥାନରେ ମାରଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ‘ଉତ୍ତରାଧିକାରୀ ଟାକ୍ସ’ ମନ୍ତବ୍ୟକୁ ନେଇ ପ୍ରବଳ ବର୍ଷିଛନ୍ତି । କହିଛନ୍ତି,‘‘କଂଗ୍ରେସର ଗୋଟିଏ ପରେ ଗୋଟିଏ ଭୟଙ୍କର ଉଦ୍ଦେଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ପରିବାରବାଦୀଙ୍କ ରାମକୁମାରଙ୍କ ଉପଦେଷ୍ଟା (ସାମ ପିଟ୍ରୋଡା) ପୂର୍ବରୁ ମଧ୍ୟବିତ୍ତ ପରିବାର ଉପରେ ଅଧିକ କର ଲଗାଯିବା ଉପରେ କହିଥିଲେ । ଏଥର ତ ସେମାନେ ଆଉ ପାଦେ ଡେଇଁଗଲେ ।’’

‘‘କଂଗ୍ରେସ ଏବେ ଉତ୍ତରାଧିକାରୀ ସତ୍ତ୍ବେରେ ମଧ୍ୟ କର ବସାଇବା କଥା କହୁଛି । ଏହାର ଅର୍ଥ ହେଉଛି, ମାତା-ପିତାଙ୍କ ଠାରୁ ସନ୍ତାନଙ୍କୁ ମିଳୁଥିବା ସମ୍ପତ୍ତିରେ ମଧ୍ୟ କର ବସାଯିବ । ପରିଶ୍ରମରେ ଏକାଠି କରାଯାଇଥିବା ସମ୍ପତ୍ତି ସେମାନଙ୍କ ସନ୍ତାନଙ୍କୁ ମିଳିପାରିବ ନାହିଁ ବରଂ କଂଗ୍ରେସ ସରକାର ସେସବୁ ଛଡାଇନେବ । କଂଗ୍ରେସର ନୀତି ମୃତ୍ୟୁ ପରେ ମଧ୍ୟ ଲୁଟିବା । କଂଗ୍ରେସର ଏକମାତ୍ର ମନ୍ତ୍ର, ଜୀବନ ସାରା ଲୁଟିବା ଓ ଜୀବନ ପରେ ମଧ୍ୟ ଲୁଟିବା । ଯେତେ ପର୍ଯ୍ୟନ୍ତ ଆପଣ ଜୀବିତ ଥିବେ, କଂଗ୍ରେସ ସରକାର ଆପଣଙ୍କୁ ଅଧିକ ଟ୍ୟାକ୍ସରେ ମାରିବ, ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ସଞ୍ଚିତ ସମ୍ପତ୍ତି ମଧ୍ୟ ଛଡାଇନେବ । ସେମାନେ ଏହା ଚାହାନ୍ତି ନାହିଁ ଯେ, ଜଣେ ସାଧାରଣ ଭାରତୀୟ ତାଙ୍କ ସମ୍ପତ୍ତି ସେମାନଙ୍କ ଉତ୍ତରାଧିକାରୀଙ୍କୁ ଦିଅନ୍ତୁ ।’’

ଏହା ମଧ୍ୟ ପଢନ୍ତୁ :- କର୍ଣ୍ଣାଟକରେ ସବୁବର୍ଗର ମୁସଲିମଙ୍କୁ OBC ମାନ୍ୟତା - OBC status to Muslims

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ବରିଷ୍ଠ ନେତା ତଥା ଇଣ୍ଡିଆନ ଓଭରସିଜ କଂଗ୍ରେସର ମୁଖ୍ୟ ସାମ ପିଟ୍ରୋଡା କହିଥିଲେ, ଭାରତରେ ଆମେରିକା ପରି ଉତ୍ତରାଧିକାରୀ ସତ୍ତ୍ବରେ ମଧ୍ୟ କର ଲାଗିବା ଉଚିତ । ଏହି ଟ୍ୟାକ୍ସର ସର୍ତ୍ତାବଳି ଅନୁସାରେ, କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେବା ପରେ ତାଙ୍କର ସମସ୍ତ ସମ୍ପତ୍ତି ସେମାନଙ୍କ ସନ୍ତାନଙ୍କୁ ମିଳେନାହିଁ । କିଛି ଅଂଶ ସେମାନଙ୍କର ଉତ୍ତରାଧିକାରୀ ପାଉଥିବା ବେଳେ ମୋଟ ଅଂଶର ଏକ ବଡ ପ୍ରତିଶତ ଟ୍ୟାକ୍ସ ଆକରରେ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ଏହାକୁ ନେଇ ବିବାଦ ହେବା ପରେ କଂଗ୍ରେସ ମଧ୍ୟ ଏହି ବିବାଦରୁ ନିଜକୁ ଦୂରେଇ ରଖି ଏହା କେବଳ ପିଟ୍ରୋଡାଙ୍କ ମନ୍ତବ୍ୟ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.