ETV Bharat / politics

ପଦାରେ ପଡ଼ିଲା ଦଳୀୟ କନ୍ଦଳ, ବିଜୁ ଜୟନ୍ତୀରେ ପାଟକୁରାରେ ବିଜେଡି ଦି'ଫାଳ!

author img

By ETV Bharat Odisha Team

Published : Mar 6, 2024, 12:32 PM IST

Internal Conflict In Patkura BJD: ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ପକ୍ଷରୁ ଅଲଗା ଅଲଗା ଜୟନ୍ତୀରେ ପାଳନ କରାଯାଇଛି । ଯାହା ଦଳ ମଧ୍ୟରେ କନ୍ଦଳ ଥିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ବିଜୁ ଜୟନ୍ତୀରେ ପାଟକୁରାରେ ବିଜେଡି ଦି'ଫାଳ!
ବିଜୁ ଜୟନ୍ତୀରେ ପାଟକୁରାରେ ବିଜେଡି ଦି'ଫାଳ!
ବିଜୁ ଜୟନ୍ତୀରେ ପାଟକୁରାରେ ବିଜେଡି ଦି'ଫାଳ

କେନ୍ଦ୍ରାପଡ଼ା: ସାରା ରାଜ୍ୟରେ ଗତକାଲି (ମଙ୍ଗଳବାର)ପାଳିତ ହୋଇଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ । ସରକାରୀ ସ୍ତରରେ ଏହି ଦିବସକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥିବା ବେଳେ ଦଳୀୟ ଭିତ୍ତିରେ ଧୂମଧାମରେ ପାଳନ କରାଯାଇଥିଲା ଟଲମ୍ୟାନଙ୍କ ଜନ୍ମ ଜୟନ୍ତୀ । ତେବେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ବିଜେଡି ପକ୍ଷରୁ ଦୁଇଟି ଭିନ୍ନ ସ୍ଥାନରେ ଅଲଗା ଅଲଗା ବିଜୁ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଯାହା ବିଜେଡ଼ି ମଧ୍ୟରେ ଥିବା କନ୍ଦଳର ଗନ୍ଧ ବାରି ହେଉଛି । ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି ।

କେନ୍ଦ୍ରାପଡା ଗରଦପୁର ବ୍ଲକ ଚଅଁପୁର ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ କରାଯାଇ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଯେଉଁଥିରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ,ଡେରାବିଶ ବ୍ଳକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ, ଜଗତସିଂହପୁର ପ୍ରଭାରୀ ସୁଦୀପ୍ତ କେଶରୀ ସାମଲ ପ୍ରମୁଖଙ୍କ ଉପସ୍ଥିତି ଥିଲେ । ସେହିପରି ଡେରାବିଶ୍ ବ୍ଳକ ଚାଟରା ଚକଡ଼ା ସ୍ଥିତ ଛତା ହାଟ ପଡ଼ିଆରେ ଜିଲ୍ଲା ଚାଷୀ ଓ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଜୟନ୍ତୀ ପାଳନ କରାଯାଇଥିଲା । ଯେଉଁଥିରେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, ବର୍ତ୍ତମାନର ଡେରାବିଶ୍ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକଙ୍କ ସମେତ ଜିଲ୍ଲା ବିଜେଡି ପଦାଧିକାରୀ ମହେନ୍ଦ୍ର ସିଂହ ଉପସ୍ଥିତ ରହି ପାଟକୁରାରେ ପରିବାରବାଦ ଶେଷ ହୋଇଛି ଏବଂ "ଡେରାବିଶ୍ ଅସ୍ମିତା ପାଟକୁରା ସ୍ୱାଭିମାନ" ବ୍ୟାନରରେ ରହି ସମସ୍ତେ ପାଟକୁରା ମାଟିର ପୁଅ/ଝିଅକୁ ବିଜେଡି ପ୍ରାର୍ଥୀ କରୁ ବୋଲି ନିବେଦନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ୨୦୦୯ ମସିହାରେ ନବଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରୁ ୨୦୦୯ ଓ ୨୦୧୪ ମସିହାରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ନେତା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ବିଜୟୀ ହୋଇଥିବା ବେଳେ ତାଙ୍କ ଅବର୍ତ୍ତମାନରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ୨୦୧୯ ମସିହାରେ ଏଠାରୁ ନିର୍ବାଚିତ ହୋଇଛନ୍ତି । ତେବେ ସାବିତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ସାବିତ୍ରୀଙ୍କ ଅସୁସ୍ଥତାକୁ ଆଳ କରି ପ୍ରତିନିଧି ହୋଇ ନିର୍ବାଚନ ମଣ୍ଡଳୀ ଲୋକଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ!, ବିଧାୟିକାଙ୍କ ପ୍ରତିନିଧିଙ୍କୁ କ୍ରିମିନାଲ୍ କହିଲେ ଜିଲ୍ଲା ସଭାପତି

ତେବେ ବର୍ତ୍ତମାନ ବିଧାୟିକା ୨୦୦୪ ମସିହାରେ ବାଜି ଖେଳ ଦେଖିଥିବା କହିବା ସହ ତାଙ୍କ ଆଗରେ ଛୁଆ କ'ଣ କଥା କହିବ ବୋଲି କଟାକ୍ଷ କରିଛନ୍ତି ଉତ୍କଳ କେଶରୀ । ସେପଟେ ସଞ୍ଜୟ ମଧ୍ୟ ବାକ୍ୟ ବାଣ ମାରିବାରେ ପଛରେ ପଡିନାହାନ୍ତି । ବିଜେଡିର ଅନେକ ଲୋକ ସାରା ରାଜ୍ୟରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି ସେଥିରେ ନୂତନତ୍ୱ କିଛି ନାହିଁ ବୋଲି କହିଛନ୍ତି । ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଦଳରେ ମିଶିବା ପ୍ରସଙ୍ଗରେ ସେ ସେଭଳି କୌଣସି ସୂଚନା ପାଇନଥିବା କହିଛନ୍ତି ଓ ଦଳରେ ଯଦି ରାଜ୍ୟ ସଭାପତି ମିଶନ୍ତି ତେବେ ତାଙ୍କ ପ୍ରତି ଯାହା ନିର୍ଦ୍ଦେଶ ରହିବ ସେନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ସଞ୍ଜୟ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.