ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରଙ୍ଗପୁର ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ସହର ଉପକଣ୍ଠ ଚିକିଲି ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ନିକଟରୁ ଦେଖିବାକୁ ଲୋକାରଣ୍ୟ ହୋଇଥିଲା ଚିକିଲି ପଡିଆ । ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଥିବାବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟର 3 ଲୋକସଭାର ସାଂସଦ ପ୍ରାର୍ଥୀ ଏବଂ 21ଟି ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କ ପାଇଁ ମୋଦି ପ୍ରଚାର କରିଥିଲେ । ଓଡି଼ଶାରେ ଏଥର ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି । ସଭା ସ୍ଥଳ 'ଅବ କି ବାର ମୋଦି' ସରକାର ନାରାରେ ଗୁଞ୍ଜରିତ ହୋଇଉଠିଛି ।
ହାସହ ଛତିଶଗଡ଼ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆହୁରି କହିଛନ୍ତି, "ଇନ୍ଦ୍ରାବତୀ ଜଳଭଣ୍ଡାର ଥାଇ ମଧ୍ୟ କୃଷକକୁ ପାଣି ନାହିଁ । ଦିଲ୍ଲୀରୁ ୧ ଟଙ୍କା ପଠାଇଲେ ୧୫ ପଇସା ପହଞ୍ଚୁଥିଲା । ହେଲେ ଏଠାରେ ବିଜେପି ଶାସନ ପରେ ଏକ ପଇସା ବି ଯିଏ ଖାଇବହ ସେ ଜେଲ ଯିବ । ଝାଡ଼ଖଣ୍ଡରେ ଟଙ୍କା ଚୋରି ହେଉଥିଲା ବର୍ତ୍ତମାନ ତାହା ବନ୍ଦ । ବର୍ତ୍ତମାନ ସବୁ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଆସୁଛି, ଟଙ୍କା ଲୁଟ ବନ୍ଦ ହୋଇଛି । G- 20 ରେ କୋଣାର୍କ ଚକ୍ର ସମ୍ମୁଖରେ ରଖିଛି । ବର୍ତ୍ତମାନ ଦୁନିଆର ସବୁ ଦେଶ ମୁଖ୍ୟଙ୍କ ଘରେ କୋଣାର୍କ ଚକ୍ର ଚିହ୍ନ । କାଶୀ ବିଶ୍ୱନାଥ କରିଡର ଭଳି ଜଗନ୍ନାଥ ଭୂମିକୁ ମଧ୍ୟ ଉନ୍ନତି କରାଯିବ ।" ଏପରି ଉଦବୋଧନ ଦେବା ସହ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଇଟିଭି ଭାରତ, ନବରଙ୍ଗପୁର