ETV Bharat / politics

ମୋହନ ସରକାରଙ୍କୁ ନବୀନଙ୍କ ନିଶାନା, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର ବଜେଟ - Naveen On State Budget 2024

author img

By ETV Bharat Odisha Team

Published : Jul 29, 2024, 5:52 PM IST

Naveen On State Budget 2024: ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ ବଜେଟ୍‌ ଗେମଚେଞ୍ଜର ନୁହେଁ, ବରଂ ନେମ୍‌ ଚେଞ୍ଜର । ଅଧିକ ପଢନ୍ତୁ

Naveen On State Budget 2024
Naveen On State Budget 2024 (ETV Bharat Odisha)

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଆଜି (ସୋମବାର) ଷଷ୍ଠ ଦିନ । ଗତ 25 ତାରିଖରେ ବିଜେପି ସରକାରର ପ୍ରଥମ ବଜେଟ ଅର୍ଥ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗତ କରିଥିବା ବେଳେ ଆଜି ବଜେଟ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହି ଅବସରରେ ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଆର୍ଥିକ ବର୍ଷ 2024-25 ବର୍ଷର ବଜେଟ୍‌ ଗେମଚେଞ୍ଜର ନୁହେଁ, ବରଂ ନେମ୍‌ ଚେଞ୍ଜର ବୋଲି କହିଛନ୍ତି ନବୀନ ।

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା (ETV Bharat Odisha)

'ଗେମ୍‌ ଚେଞ୍ଜର ନୁହେଁ ନେମ୍‌ ଚେଞ୍ଜର ବଜେଟ'

ନବୀନ ନୂଆ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, "ନୂଆ ସରକାରଙ୍କୁ ଧନ୍ୟବାଦ ଯେ 80%ରୁ ଅଧିକ ବିଜେଡି ସରକାରର ଯୋଜନା ଆପଣେଇଛନ୍ତି । ବଜେଟରେ ପରିବର୍ତ୍ତନ ଦେଖୁଛି, ଯେପରି ନାଁ ପରିବର୍ତ୍ତନ । ଏହା ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର । ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା । ବାକି 20% ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । 0.29% ଇସ୍ତାହାର ପ୍ରତିଶୃତି ଦେଇଛି ସୁଭଦ୍ରା ଜରିଆରେ । 2କୋଟିରୁ ଅଧିକ ମହିଳା ଅଛନ୍ତି, ଏହା ପୂରଣ କରିବାକୁ ବଜେଟରେ 1 ଲକ୍ଷ କୋଟି ଦରକାର । ହେଲେ 10 ହଜାର କୋଟି ବଜେଟରେ ଅଛି । ଯାହା କେବଳ 10 ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକିମାନଙ୍କ କଣ ହେବ ?"

ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ କଡ଼ା ସମାଲୋଚନା:-

ବିଜେଡି ସୁପ୍ରିମୋ ନବୀନ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, "80 ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ, ହେଲେ 60ରୁ 80 ବର୍ଷ ଲୋକଙ୍କ କଣ ହେବ ? ଏଥିପାଇଁ 21000 କୋଟି ଦରକାର । MSP 3100 କହିଲେ । ବଜେଟରେ 30% ଵି ଚାଷୀ ସୁବିଧା ପାଇବେନି । ବାକି ଚାଷୀଙ୍କ କଣ ହେବ ? ମାଗଣା ବିଦ୍ୟୁତ କେମିତି ଦେବେ ? ଓଡ଼ିଶାର 3 ଲକ୍ଷ ଘର ପାଇବେ । 1 କୋଟି ଘର ଓଡ଼ିଶାରେ ଅଛି,ଏହା କଣ ମାଗଣା ବିଜୁଳି ପ୍ରତିଶ୍ରୁତି ? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ 5ବର୍ଷରେ ବିଜେପି 5% ଘରକୁ ଵି ମାଗଣା ଦେଇପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଲ୍‌ ଅପେକ୍ଷାରେ ଅଛନ୍ତି । ଆପଣ ଲୋକଙ୍କୁ ଠକିଛନ୍ତି । 25 ଲକ୍ଷ ଲକ୍ଷପତି ଦିଦି କହିଲା ଶାସକ ବିଜେପି । ଏଥିପାଇଁ 20000 କୋଟି ବଜେଟ ଦରକାର । ଏହା ହୋଇ ପାରିବ ନାହିଁ । ଆପଣଙ୍କ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ । ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ । ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି ।"

ଏହା ବି ପଢନ୍ତୁ- ଓଡ଼ିଶା ବଜେଟ: ନବୀନ କହିଲେ ଡବଲ ଇଞ୍ଜିନ ଡବଲ ନିରାଶ, ବିଜେଡି କହିଲା ପ୍ରତିଶ୍ରୁତି ପାଳନ ଚୁଲିକୁ ଗଲା

ଏହା ବି ପଢନ୍ତୁ- ମୋହନ ସରକାରରେ ହଟିଲା ବିଜୁ-ନବୀନ ଛାପ, ବଦଳିଲା ‘କାଳିଆ’ ନାଁ, ଗଲା BSKY ଆସିଲା ଗୋପବନ୍ଧୁ ଜନ ଆରୋଗ୍ୟ, ମହିଳାଙ୍କୁ ସୁଭଦ୍ରା ଭେଟି

ସୂଚନା ଥାଉ କି ବଜେଟ ଉପସ୍ଥାପନ ପରେ ନବୀନ ପ୍ରତିକ୍ରିୟା ରଖି କହିଥିଲେ ୟେ ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି । ବିଜେଡିର 40ରୁ ଊର୍ଦ୍ଧ୍ବ ଯୋଜନାର ନାଁ ପରିବର୍ତ୍ତନ କରିଛି ବିଜେପି । ମୁଖ୍ୟ ବିରୋଧୀ ଦଳ ବିଜେଡିର ଅନେକ ନେତା ସମାନ କଥା କହି ଶାସକ ଦଳ ବିଜେପିକୁ ବଜେଟ ଉପରେ କଡ଼ା ସମାଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.