ETV Bharat / politics

ବିଜେପି ହୁଇସିଲ ମାରିଲେ ବିଜେଡି ଗୁଣ୍ଡ, ନବୀନ ବି ପଳାଇ ଆସିବେ: ଜୟ ନାରାୟଣ - BJP TARGETS BJD

ନବୀନଙ୍କୁ ନେଇ ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । ବିଜେପି ହୁଇସିଲ ମାରିଲେ ବିଜେଡି ଗୁଣ୍ଡ ହୋଇଯିବ ବୋଲି କହିଲେ ଜୟ ନାରାୟଣ ।

BJP Targets BJD
BJP Targets BJD (ETV Bharat Odisha)
author img

By ETV Bharat Odisha Team

Published : Dec 12, 2024, 7:08 PM IST

ଭୁବନେଶ୍ବର: ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । "ବିଜେପି ଯେଉଁ ଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁଦିନ ଚାହିଁବ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବ । ବିଜେଡିରେ ଗୋଟିଏ ଲୋକ ରହିବେନି, ତାଙ୍କ ଦଳର ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ପଳେଇ ବିଜେପିକୁ ଆସିବେ" ବୋଲି କହିଛନ୍ତି ଜୟନାରାୟଣ ।

ନବୀନ ମଧ୍ୟ ବିଜେପିକୁ ପଳେଇ ଆସିବେ: ଜୟନାରାୟଣ

BJP Targets BJD (ETV Bharat Odisha)

କିଛିଦିନ ବ୍ୟବଧାନ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, "ବିଜେଡିରେ ଗୋଟିଏ ଲୋକ ରହିବେନି, ଦଳର ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ପଳେଇ ଆସିବେ । କିଛିଦିନ ତଳେ ବିଜେପି ବିଧାୟକ ସରୋଜ ପାଢୀ ମଧ୍ୟ କହିଥିଲେ, "ବିଜେଡିର ଆଉ କେହି ରହିବେ ନାହିଁ । ବିଧାୟକମାନେ ମେଳି କଲେଣି । କଥା ହେଲେଣି ଯେ ବିଜେଡିର ରହି ଆଉ କିଛି ହେବାର ନାହିଁ । ତେଣୁ ବିଜେପିରେ ସାମିଲ ହେବାକୁ ସ୍ଥିର କଲେଣି ।"

'ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ'

ସେହିପରି ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ। ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳ ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁକୁ ମାରିବାକୁ ଚାହେଁନି । ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଅଛି ଶତ୍ରୁର ମଧ୍ୟ ସେତିକି ଆବଶ୍ୟକତା ଅଛି । ବିଜେପି ଚାହୁଁନି ବିଜେଡ଼ି ଭାଙ୍ଗୁ । ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ଆମେ ସ୍ୱାଗତ କରିବୁ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ବିଜେପି ଯେଉଁଦିନ ହ୍ବିସିଲ ଫୁଙ୍କିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଆଉ ଯେଉଁଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ, ଗୋଟିଏ ଲୋକ ରହିବେନି । ନବୀନ କ'ଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ପଳେଇ ଆସିବେ ।"

ଏହା ବି ପଢନ୍ତୁ...ବିଜେଡିର ଆୟୁଷ କମ, ଦଳର କିଛି ନିୟମ ନାହିଁ: ଜୟନାରାୟଣ

ଏହା ବି ପଢନ୍ତୁ...ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ଯିବେ ସୁଜିତ, ବିଜେପି ବିଧାୟକଙ୍କ ଦମ୍ଭୋକ୍ତି 'ଆଉ ବିଜେଡି ରହିବନି'

ଏହା ବି ପଢନ୍ତୁ...ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ,'ଦଳରେ ମିଶିବେ ବିଜେଡିର ୨୭ ବିଧାୟକ'

ବିଜେପିର ସାଙ୍ଗଠନିକ ନିର୍ବାଚନ:

ସେହିଭଳି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ଏହି ପ୍ରସଙ୍ଗରେ କହିଛନ୍ତି ,"ବିଜେଡି ବିଧାୟକ ଓ ସାଂସଦମାନେ ବିଜେପି ଯୋଗାଯୋଗରେ ଅଛନ୍ତି । ସୁଜିତ କୁମାର ଆମର ସାଂସଦ ଭାବରେ ରାଜ୍ୟସଭା ଯିବେ।" ଆଗକୁ କିଏ ଆସିବ ପ୍ରଶ୍ନରେ ରାଜ୍ୟ ପ୍ରଭାରୀ କହିଛନ୍ତି, "ବିଜେଡିର ବହୁ ବିଧାୟକ ସାଂସଦ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । ତୋମାର କହିଛନ୍ତି, "ଆମର ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହୋଇଛି । ବୁଥ ଓ ମଣ୍ଡଳ ନିର୍ବାଚନ ଚାଲିଛି । ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ସଭାପତି ବଛାଯିବ । ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ । ଆମର ଗଣତାନ୍ତ୍ରିକ ଦଳ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହୋଇ ସଭାପତି ବଛାଯିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.