ETV Bharat / politics

ଆଜି ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ; ବିଶାଳ ରୋଡ ସୋ’ରେ ସାମିଲ ହେବେ 12 ମୁଖ୍ୟମନ୍ତ୍ରୀ - PM Modi to File Nomination

PM Modi to File Nomination: ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ମୋଦି । ବାରାଣାସୀରେ କାଶୀବିଶ୍ବନାଥ ମନ୍ଦିରରେ ଦର୍ଶନ ପରେ ବିଶାଳ ରୋଡ ସୋ’ । ସାମିଲ ହେବେ ରାଜନାଥ ଓ ଶାହଙ୍କ ସମେତ 12 ମୁଖ୍ୟମନ୍ତ୍ରୀ । କ୍ରମାଗତ 3ଥର ବାରାଣାସୀରୁ ନାମାଙ୍କନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 14, 2024, 9:45 AM IST

ଆଜି ନାମାଙ୍କନ ଭରିବେ ମୋଦି, ବିଶାଳ ରୋଡ ସୋ’ରେ ସାମିଲ ହେବେ 12 ମୁଖ୍ୟମନ୍ତ୍ରୀ
ଆଜି ନାମାଙ୍କନ ଭରିବେ ମୋଦି, ବିଶାଳ ରୋଡ ସୋ’ରେ ସାମିଲ ହେବେ 12 ମୁଖ୍ୟମନ୍ତ୍ରୀ (PIC-ETV Bharat Odisha)

ଲକ୍ଷ୍ନୌ: ଆଜି ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶ ବାରାଣାସୀ ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ଆଜି ସେ ନାମାଙ୍କନ ଭରିବେ । କାଶୀର କାଳଭୈରବ ଓ କାଶୀବିଶ୍ବନାଥ ମନ୍ଦିରରେ ଦର୍ଶନ ପରେ ଏକ ବିଶାଳ ରୋଡ ସୋ’ ସେ ସ୍ଥାନୀୟ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିବେ । ଏଥିରେ 12 ରାଜ୍ୟର ମୁଖ୍ୟମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃତାଧୀନ ‘ଏନଡିଏ’ ମେଣ୍ଟର ବିଭିନ୍ନ ସହଯୋଗୀ ଦଳର ମୁଖ୍ୟମାନେ ମଧ୍ୟ ସାମିଲ ରହିବେ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାେରେ, ପୂର୍ହାହ୍ନ ପ୍ରାୟ 11 ଟାରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଶୋଭାଯାତ୍ରା ଆରମ୍ଭ ହେବ ।

ଦଳୀୟ ସୂତ୍ରରୁ ମିଳିଥିବା କାର୍ଯ୍ୟସୂଚୀ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ବାରାଣାସୀର ପ୍ରସିଦ୍ଧ ‘ନମୋ ଘାଟା’ରେ ସ୍ନାନ କରିପାରନ୍ତି । ଏହା ପରେ ସେ ଦଶ୍ବାଧମେଧ ଘାଟାରେ ଗଙ୍ଗା ଆଳତୀ କରିବେ । ଏହା ପରେ ସେ ସେଠାରୁ କାଳଭୈରବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ବାରାଣାସୀର ଆରାଧ୍ୟ ଶ୍ରୀ କାଶୀବିଶ୍ବନାଥଙ୍କ ଦର୍ଶନ ମଧ୍ୟ କରିବେ । ପରେ ଏକ ବିଶାଳ ରୋଡ ସୋ’ରେ ସେ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିବେ । ସାଙ୍ଗରେ ଦୁଇ ବରିଷ୍ଠ କ୍ୟାବିନେଟ ସହଯୋଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଏକାଧିକ କେନ୍ଦ୍ରୀୟ ନେତାଙ୍କ ସମେତ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଶାସିତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ।

ତେବେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସେହିପରି ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳର ମୁଖ୍ୟମାନଙ୍କ ମଧ୍ୟରେ ଜୟନ୍ତ ଚୌଧୁରୀ, ଏଲଜେପି (ରାମବିଳାଶ) ମୁଖ୍ୟ ଚିରାଗ ପାଶଓ୍ବାନ, ଆପନା ଦଳ (ଏସ) ମୁଖ୍ୟ ଅନୁପ୍ରିୟା ପଟେଲ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମପ୍ରକାଶ ରାଜଭର ପ୍ରମୁଖ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:- 4ର୍ଥ ପର୍ଯ୍ୟାୟରେ 67% ମତଦାନ, 96 ଆସନରେ ସରିଲା ଭୋଟିଂ - lok sabha election 2024

ପ୍ରଧାନମନ୍ତ୍ରୀ ମୋଦି ନାମାଙ୍କନ ଭରିବା ପରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ ମଧ୍ୟ କରିପାରନ୍ତି । ତେବେ ପ୍ରତ୍ୟେକ ବର୍ଷ ନିର୍ବାଚନୀ ନାମାଙ୍କନ ପୂର୍ବରୁ ଗୁଜୁରାଟ ଗସ୍ତ କରି ସେ ତାଙ୍କ ମା’ଙ୍କ ଆଶୀର୍ବାଦ ନେଇଥାନ୍ତି । ଗତବର୍ଷ ତାଙ୍କ ମା’ ହୀରାବେନଙ୍କର ଦେହାନ୍ତ ହୋଇଛି । ଗୁଜୁରାଟ ରାଜନୀତିରୁ ଜାତୀୟ ରାଜନୀତିରେ ପ୍ରବେଶ କରିବା ପରେ ମୋଦି 2014 ସାଧାରଣ ନିର୍ବାଚନ ପରଠାରୁ କ୍ରମାଗତ ବାରାଣାସୀରୁ ନିର୍ବାଚନ ଲଢି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.