ETV Bharat / politics

ଆଜି ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର, ବିଶାଳ ସମାବେଶକୁ କରିବେ ସମ୍ବୋଧନ - Lok Sabha Election 2024

author img

By ETV Bharat Odisha Team

Published : May 11, 2024, 7:53 AM IST

Updated : May 11, 2024, 12:11 PM IST

PM Modi to address three public rallies: ଆଜି କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ହାଇଭୋଲଟେଜ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ତିନି ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଅଧିକ ପଢନ୍ତୁ

PM Modi
PM Modi (@narendramodi)
PM MODI CAMPAIGN (ETV BHARAT ODISHA)

ବଲାଙ୍ଗୀର: ଭୁବନେଶ୍ବରରେ ରୋଡ ସୋ' ପରେ ଆଜି 3 ଜିଲ୍ଲାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିବେ । ପ୍ରଥମେ ସକାଳ 9ଟା 30ରେ କନ୍ଧମାଳର ଫୁଲବାଣୀ ଷ୍ଟାଡିୟମରେ ଏକ ଜନସଭାରେ ସାମିଲ ହେବେ । ପରେ ଦିନ 11ଟା 30 ମିନିଟ ସମୟରେ ବଲାଙ୍ଗୀରରେ ଆୟୋଜିତ ଏକ ସମାବେଶରେ ସମ୍ବୋଧନ କରିବେ ମୋଦି । ଦିନ 1ଟା 30ରେ ବରଗଡ ଗସ୍ତ କରି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବିଜେପି ଫୋକସରେ ରହିଛି ଓଡିଶା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ' 20 ତାରିଖରେ ବରଗଡ, କନ୍ଧମାଳ ଓ ବଲାଙ୍ଗୀରରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି ଏହି ତିନି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ସିଟରେ ବିଜୟ ହେବ ସେନେଇ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ରୀୟ ନେତା । ଗତକାଲି ଭୁବନେଶ୍ବରରେ ରୋଡ ସୋ ଶେଷ କରିବା ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ମାତ୍ର କିଛି ସମୟ ପରେ କନ୍ଧମାଳ ଅଭିମୁଖେ ବାହାରିବେ ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’: ଜନପଥରେ ଜନସମୁଦ୍ର, ମୋଦି ମୋଦି ନାରାରେ କମ୍ପିଲା ଭୁବନେଶ୍ବର - PM Modi holds roadshow

ବଲାଙ୍ଗୀରରେ ସୁରକ୍ଷ ବ୍ୟବସ୍ଥା: ଆଜି 11ଟା 30 ମିନିଟରେ ମୋଦି ବଲାଙ୍ଗୀରରେ ପହଞ୍ଚିବେ । ଏହାପରେ ପଥର ଚେପା ଗ୍ରାମ ନିକଟରେ ଥିବା ପଡ଼ିଆରେ ଏକ ବିରାଟ ଜନସମାବେଶରେ ଉଦବୋଧନ ଦେବେ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି କେନ୍ଦ୍ର ଓ ରାଜ୍ୟର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ଏଠି ନିୟୋଜିତ ହେବେ ।

ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ଯେମିତି ସଫଳ ହେବ ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ବଲାଙ୍ଗୀର ଏସପି ଋଷିକେଶ କିଲାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରବଳ ଜନସମାଗମ ହେବ ତେଣୁ ତାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ 20 ପ୍ଲାଟୁନ ପୋଲିସ ଫୋର୍ସ ଓ 200 ପୋଲିସ ଅଧିକାରୀ ମୁତୟନ ହେବେ । ସମାନ ଭାବରେ ଟ୍ରାଫିକ ବ୍ୟାବସ୍ଥା ପାଇଁ ଟ୍ରାଫିକ ଡାଇଭର୍ଜନ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 11, 2024, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.