ETV Bharat / politics

ନେତା ବାଛୁଛି ବରଗଡ - Voting in Bargarh - VOTING IN BARGARH

Voting in Bargarh: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡରେ ପଡୁଛି ଭୋଟ । ଆଜି ବରଗଡ ଜିଲ୍ଲାରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ସମୁଦାୟ 39 ଜଣଙ୍କର ଭାଗ୍ୟ ପରୀକ୍ଷା ଚାଲିଛି । ଅଧିକ ପଢନ୍ତୁ

Voting in Bargarh
Voting in Bargarh (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 2:07 PM IST

Voting in Bargarh (ETV Bharat Odisha)

ବରଗଡ଼: ଭୋଟ ଦେଉଛି ବରଗଡ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡରେ ପଡୁଛି ଭୋଟ । ଜିଲ୍ଲାର 5ଟି ବିଧାନସଭା ଆସନରେ ମତଦାନ ଚାଲୁଥିବା ବେଳେ ପ୍ରାର୍ଥୀ ବାଛୁଛନ୍ତି ଭୋଟର । ବରଗଡ, ଅତାବିରା, ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ସକାଳ 7 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହେବ |

ବରଗଡ ଜିଲ୍ଲାରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ସମୁଦାୟ 39 ଜଣଙ୍କର ଭାଗ୍ୟ ପରୀକ୍ଷା ଚାଲିଛି | ବରଗଡ ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ଭାବେ 7 ଜଣ ଛିଡା ହୋଇଥିବାବେଳେ 5ଟି ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ଭାବେ 32 ଜଣ ଛିଡା ହୋଇଛନ୍ତି | ତେବେ ପଦ୍ମପୁର ଆସନ ପାଇଁ 7 ଜଣ ପ୍ରାର୍ଥୀ, ବିଜେପୁର ଆସନ ପାଇଁ 4 ଜଣ ପ୍ରାର୍ଥୀ, ବରଗଡ ପାଇଁ 9 ଜଣ, ଅତାବିରା ପାଇଁ 5 ଜଣ ଓ ଭଟଲି ଆସନ ପାଇଁ 7 ଜଣ ପ୍ରାର୍ଥୀ ଛିଡା ହୋଇଛନ୍ତି |

ବରଗଡ଼ର ୫ ବିଧାନସଭା ଆସନରେ ସମୁଦାୟ ୧୧ ଲକ୍ଷ ୮୧ ହଜାର ୮୯୩ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତା ସଂଖ୍ୟା ୫ ଲକ୍ଷ ୯୫ ହଜାର ୪୯୪ ଏବଂ ମହିଳା ମତଦାତା ସଂଖ୍ୟା ୫ ଲକ୍ଷ ୮୬ ହଜାର ୩୫୩ ରହିଛି । ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୧୧,୧୯୬ ଜଣ ଦିବ୍ୟାଙ୍ଗ ରହିଛନ୍ତି | ଏଥର ୨ ଲକ୍ଷ ୩୦ ହଜାର ୯୭୬ ନୂତନ ଭୋଟର ମତଦାନ କରୁଛନ୍ତି । ୮୫ ବର୍ଷ ବୟସରୁ ଅଧିକ ଥିବା ୮ ହଜାର ୩୧୫ ଭୋଟରମାନଙ୍କ ପାଇଁ ଏଥର ପୂର୍ବରୁ ବାଲେଟ ମାଧ୍ୟମରେ ମତ ସଂଗ୍ରହ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଗଣତନ୍ତ୍ରର ମହାପର୍ବ; ଭୋଟ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ - Health Minister Cast Vote

1397ଟି ବୁଥରେ ମତଦାନ ଜାରି ରହିଥିବା ବେଳେ 1397 ପୋଲିଂ ଟିମ ନିୟୋଜିତ ରହିଛନ୍ତି । ତେବେ 9264 ଜଣ ପୋଲିଂ କର୍ମଚାରୀ ଭୋଟିଂ ପରିଚାଳନା କରୁଛନ୍ତି | ଗୋଟେ ପୋଲିଂ ଟିମରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଓ 5 ଜଣ ପୋଲିଙ୍ଗ ଅଫିସର ରହିଛନ୍ତି | ସେହିପରି ସମୁଦାୟ 145 ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି |

ଜିଲ୍ଲାର ସର୍ବମୋଟ ୧୩୯୭ ମତଦାନ କେନ୍ଦ୍ର ମଧ୍ୟରୁ ୮୨ଟି ସଖି ବୁଥ୍, ୫ଟି ଦିବ୍ୟାଙ୍ଗ ପରିଚାଳିତ ବୁଥ୍, ୨୫ଟି ଯୁବକ ପରିଚାଳିତ ବୁଥ୍, ୧୪ଟି ଇକୋ ଫ୍ରେଣ୍ଡଲି ବୁଥ୍ ଏବଂ ୧୪ଟି ଏଥିନିକ୍ ପୁଲିଂ ଷ୍ଟେସନ୍ ରହିଛି । ପ୍ରତ୍ୟକ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବା ସହ ପାନୀୟ ଜଳ ଏବଂ ଛାଇର ବ୍ୟବସ୍ଥା କରାଯାଇଛି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ ସ୍ତରରେ ବୁଥସ୍ତରୀୟ ଏମରଜେନ୍ସି ରେସପନ୍ସ ଟିମ ଗଠନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବୁଥ୍ ଗୁଡିକରେ ୱେବ କାଷ୍ଟିଙ୍ଗ କ୍ୟାମେରା ସଂଯୋଗ କରାଯାଇଛି ।

ନିର୍ବାଚନୀ କାର୍ଯ୍ୟ ପାଇଁ ସମୁଦାୟ 846ଟି ଛୋଟ ବଡ ଯାନବାହାନ ନିୟୋଜିତ କରାଯାଇଛି | ସେଥି ମଧ୍ୟରୁ ବରଗଡ, ଭଟଲି ଓ ଅତାବିରା ବିଧାନସଭା ଆସନ ପାଇଁ 554 ଗୋଟି ଛୋଟ ବଡ ଗାଡି ନିୟୋଜିତ କରାଯାଇଥିବାବେଳେ ପଦ୍ମପୁର ଓ ବିଜେପୁର ବିଧାନସଭା ଆସନ ପାଇଁ ସମୁଦାୟ 334 ଗୋଟି ଛୋଟ ବଡ ଗାଡି ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.