ETV Bharat / politics

କାହା ମୁଣ୍ଡରେ କଳାହାଣ୍ଡି କଳସ: ରାଜ୍ କରିବେ ରାଣୀ ନା ଅଙ୍କ ବିଗାଡ଼ିବେ ବିଜେଡି-କଂଗ୍ରେସ ? - KALAHANDI LOK SABHA CONSTITUENCY

author img

By ETV Bharat Odisha Team

Published : May 3, 2024, 2:06 PM IST

Updated : May 4, 2024, 4:55 PM IST

Kalahandi Lok Sabha Election 2024, Date Of Voting, Counting Result: କାହାର ହେବ କଳାହାଣ୍ଡି ଲୋକସଭା ଆସନ ? କାହାକୁ ବାଛିବେ ଭୋଟର ? ପୁଣିଥରେ ରିପିଟ୍ କରିବ କି ବିଜେପି ନା ଅଙ୍କ ବିଗାଡିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ? ଏଥର କଳାହାଣ୍ଡିରେ ତିନି ପ୍ରମୁଖ ଦଳ ନୂଆ ଚେହେରା ଦେଇଛନ୍ତି । ବିଜେପିରୁ ଡେବ୍ୟୁ କରିଛନ୍ତି ରାଜ ପରିବାରର ବୋହୂ । ସବୁ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଥିବା ବେଳେ କାହା ମୁଣ୍ଡରେ ସୁନା କଳସ ଢାଳିବେ ଭୋଟର ?

Kalahandi Lok Sabha Constituency Odisha
Kalahandi Lok Sabha Constituency Odisha (Etv Bharat)

ଭବାନୀପାଟଣା: ନିର୍ବାଚନ ପାଇଁ ଏବେ ସବୁଠି ରାଜନୀତି ସରଗରମ । ଏହି କ୍ରମରେ କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ ନିର୍ବାଚନୀ ପାରା ହାଇ ରହିଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ସଭା, ସମିତି, ଶୋଭାଯାତ୍ରାରେ କମ୍ପୁଛି ମୈଦାନ । ଚାରିଆଡେ ଜିନ୍ଦାବାଦର ନାରା । ହେଲେ କାହାର ହେବ କଳାହାଣ୍ଡି, କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ, ତାହା ଫଇସଲା କରିବେ ଜନତା ଜନାର୍ଦ୍ଦନ । ତେବେ ଗତ ନିର୍ବାଚନରେ ଭୋଟରଙ୍କ ଆଶୀର୍ବାଦ ପାଇଁ ଦିଲ୍ଲୀ ଦରବାରକୁ ଯାଇଥିବା ନେତା କଳାହାଣ୍ଡିରେ ସେମିତି ଆଖିଦୃଶିଆ କାର୍ଯ୍ୟ କରିନଥିବାରୁ ଚଳିତ ନିର୍ବାଚନରେ ବିକାଶବାଦୀଙ୍କୁ ହିଁ ନିର୍ବାଚିତ କରିବା ପାଇଁ ସ୍ଥିର କରିଛନ୍ତି ଜନତା ।

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ । ଏଠାରେ ସମୁଦାୟ ଭୋଟର ସଂଖ୍ୟା ୧୬ ଲକ୍ଷ ୯୬ ହଜାର ୭୫୯ । ସେଥିମଧ୍ୟରୁ ୮ ଲକ୍ଷ ୪୮ ହଜାର ୯୧୬ ପୁରୁଷ ଭୋଟର ଭୋଟର ଥିବାବେଳେ ୮ ଲକ୍ଷ ୪୭ ହଜାର ୭୩୬ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ୩୪ ହଜାର ୬୫୮ ଜଣ ନୂଆ ଭୋଟର ଏବଂ ୬୯ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏବେ ଏହି ଆସନରେ ବିଜେପିରୁ ବସନ୍ତ ପଣ୍ଡା ସାଂସଦ ଅଛନ୍ତି ।

Lok Sabha Election 2024
Lok Sabha Election 2024 (Etv Bharat)

କଳାହାଣ୍ଡିରେ 2009 ଫଳାଫଳ

  • ଯଦି ବିଗତ ୩ଟି ନିର୍ବାଚନ ଫଳାଫଳକୁ ଦେଖାଯାଏ, ୨୦୦୯ରେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୪ ଲକ୍ଷ ୧ ହଜାର ୭୩୬ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ବିଜେଡି ପ୍ରାର୍ଥୀ ସୁବାଷ ନାଏକ ୨ ଲକ୍ଷ ୪୭ ହଜାର ୬୯୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ନେତା ବିକ୍ରମ କେଶରୀ ଦେଓ ୨ ଲକ୍ଷ ୨୧ ହଜାର ୮୫୧ ସହ ତୃତୀୟରେ ରହିଥିଲେ ।
Kalahandi Lok Sabha Constituency Odisha
Kalahandi Lok Sabha Constituency Odisha (ETV BHARAT ODISHA)

କଳାହାଣ୍ଡିରେ 2014 ଫଳାଫଳ

  • ୨୦୧୪ ନିର୍ବାଚନରେ ଏହି ଆସନ ବିଜେଡି ହାତକୁ ଚାଲିଯାଇଥିଲା । ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅର୍କକେଶରୀ ଦେଓ । ସେ ୩ ଲକ୍ଷ ୭୦ ହଜାର ୮୭୧ ଖଣ୍ଡ ଭୋଟ ପାଇ ସାଂସଦ ନିର୍ବାଚନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ୩ ଲକ୍ଷ ୧୪ ହଜାର ୫୨୪ ଭୋଟ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୩ ଲକ୍ଷ ୭ ହଜାର ୯୬୭ ଭୋଟ ସହ ପରାଜିତ ହୋଇଥିଲେ ।

କଳାହାଣ୍ଡିରେ 2019 ଫଳାଫଳ

  • ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନର ତିନି ଟାଣୁଆ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ବିଜେପି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ କଂଗ୍ରେସରୁ ଭକ୍ତଚରଣ ଦାସ ମୈଦାନକୁ ଓହ୍ଲାଇଥିଲେ । ହେଲେ ଦୁଇ ଜଣଙ୍କ ମାତ୍ ଦେଇ ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟ ସାଂସଦ ହୋଇଥିଲେ । ସେଥର ନିର୍ବାଚନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ୪ ଲକ୍ଷ ୬ ହଜାର ୨୬୦ ଭୋଟ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ୩ ଲକ୍ଷ ୧୯ ହଜାର ୨୦୨ ଭୋଟ ମିଳିଥିଲା ।

2024ରେ କିଏ କେଉଁ ଦଳରୁ ପ୍ରାର୍ଥୀ ?

Lok Sabha Election 2024
Lok Sabha Election 2024 (Etv Bharat)

ବିଜେଡିରୁ ଲମ୍ବୋଦର: ଚଳିତ ନିର୍ବାଚନରେ ତିନୋଟି ଯାକ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ଲମ୍ବୋଦର ନିଆଲ । ଛାତ୍ର ଜୀବନରୁ ରାଜନୀତିକୁ ପ୍ରବେଶ କରିଥିବା ଲମ୍ବୋଦର ନିଆଲ ପରବର୍ତ୍ତୀ ସମୟରେ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ତା' ପରେ ବ୍ଲକ ଅଧ୍ୟକ୍ଷ ହେବା ସହ ଦୁଇ ଦୁଇ ଥର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ସାଂସଦ ପ୍ରାର୍ଥୀ କରିଛି । ତେବେ ଜଣେ ଦକ୍ଷ ଓ ସୁସଂଗଠକ ଭାବରେ ରାଜନୀତି କରିଆସୁଛନ୍ତି ଲମ୍ବୋଦର ।

କଂଗ୍ରେସରୁ ଦ୍ରୌପଦୀ ମାଝୀ: 2024 ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରେ କଂଗ୍ରେସ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀ ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୨ରେ ସମିତି ସଭ୍ୟା ଓ ପରେ ସରପଞ୍ଚ ହେବା ସହ ୨୦୧୨ରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । ସେ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀର ଜଣେ ସକ୍ରିୟ ନାରୀନେତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି ।

ବିଜେପିରୁ ମାଳବିକା:

ଅନ୍ୟପଟେ ବିଜେପି ଏଥର ବସନ୍ତ ପଣ୍ଡାଙ୍କ ଟିକଟ କାଟି ମାଳବିକା ଦେବୀଙ୍କୁ ଭରସା କରିଛି । ରାଜନୀତି ମୈଦାନକୁ ନୂଆ କରି ଓହ୍ଲାଇଛନ୍ତି କଳାହାଣ୍ଡି ରାଜପରିବାରର ବୋହୂ । ତେବେ ତାଙ୍କର ଶ୍ୱଶୁର ବିକ୍ରମ କେଶରୀ ଦେଓ ଏବଂ ପୂର୍ବତନ ସାଂସଦ ସ୍ଵାମୀ ଅର୍କ କେଶରୀ ଦେଓଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟା କଳାହାଣ୍ଡି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ମାଳବିକା କଳାହାଣ୍ଡି ରାଜପରିବାରର ବୋହୂ ହେବା ପରେ ରାଜନୀତିକୁ ବେଶ ନିକଟରୁ ଦେଖି ଆସୁଛନ୍ତି । ଏବେ ବିଜେପି ତାଙ୍କ ଲୋକସଭା ପ୍ରାର୍ଥୀ କରିବା ପରେ ଏହାକୁ ନେଇ କଳାହାଣ୍ଡି ରାଜନୀତି ବେଶ୍ ରୋଚକ ହେବାରେ ଲାଗିଛି ।

ସେପଟେ ଭୋଟରଙ୍କ ଅନେକ ଦାବି ରହିଛି । ଦୀର୍ଘ ବର୍ଷ ଧରି ଜୁନାଗଡ଼ ଧର୍ମଗଡ ରେଳଲାଇନ ସମ୍ପ୍ରସାରଣ ହୋଇପାରିଲା ନାହିଁ । ସେହିପରି ନର୍ଲାଠାରେ ହେବାକୁ ଥିବା ରେଳ ୱାଗନ ମରାମତି କାରଖାନା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ ବିଗତ ଦିନରେ ନିର୍ବାଚିତ ହୋଇଥିବା ବସନ୍ତ ପଣ୍ଡା କଳାହାଣ୍ଡି ଲୋକସଭା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନଥିବା ସାଧାରଣରେ କୁହାଯାଉଥିବା ବେଳେ ଚଳିତ ନିର୍ବାଚନରେ ବିକାଶ ହିଁ ପ୍ରମୁଖ ମୁଦ୍ଦା ସାଜିଛି ।

ସେହିପରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୭ ବିଧାନସଭା କ୍ଷେତ୍ର, ନୂଆପଡା, ଖଡିଆଳ, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବନୀପାଟଣା, ନର୍ଲା ଆସୁଥିବା ବେଳେ ୨୦୧୯ରେ ଏହି ୭ଟି ଆସନରୁ ୫ଟି ବିଜେଡି ଖାତାକୁ ଯାଇଥିଲା । କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ଜିତିଥିଲେ । ବିଜେଡି ହେବିଓ୍ବେଟ ଦିବ୍ୟଶଙ୍କର ମିଶ୍ର ଜୁନାଗଡ ଆସନରୁ ବିଜୟୀ ହୋଇଥିବା ବେଳେ ଏଥର ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଏପଟେ ଭବନୀପାଟଣା ଆସନ ଅକ୍ତିଆର କରିଥିବା ବିଜେପିର ପ୍ରଦୀପ ନାୟକ ପୁଣିଥରେ ନିର୍ବାଚନ ରଣାଙ୍ଗନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Lok Sabha Election 2024
Lok Sabha Election 2024 (Etv Bharat Odisha)

୨୦୧୯ରେ କଳାହାଣ୍ଡି ଲୋକସଭା ଅଧିନରେ ଥିବା ବିଧାନସଭା ଆସନଗୁଡ଼ିକର ରେଜଲ୍ଟ:-

ନୂଆପଡାରାଜେନ୍ଦ୍ର ଢୋଲକିଆବିଜେଡି
ଖଡିଆଳଅଧିରାଜ ମୋହନ ପାଣିଗ୍ରାହୀକଂଗ୍ରେସ
ଲାଞ୍ଜିଗଡପ୍ରଦୀପ କୁମାର ଦିଶାରିବିଜେଡି
ଜୁନାଗଡଦିବ୍ୟଶଙ୍କର ମିଶ୍ରବିଜେଡି
ଧର୍ମଗଡମୌସାଧି ବାଗବିଜେଡି
ଭବାନୀପାଟଣାପ୍ରଦୀପ୍ତ କୁମାର ନାଏକବିଜେପି
ନର୍ଲା ଭୁପିନ୍ଦର ସିଂହବିଜେଡି

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା, ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍ - Balangir Election History

ଇଟିଭି ଭାରତ, କଳାହାଣ୍ଡି

Last Updated : May 4, 2024, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.