ETV Bharat / politics

କୋରାପୁଟରେ ଘମାଘୋଟ ଲଢେଇ, ମୈଦାନରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର - Koraput parliamentary seat

author img

By ETV Bharat Odisha Team

Published : May 8, 2024, 3:36 PM IST

Lok Sabha Election 2024: କୋରାପୁଟ ସଂସଦୀୟ କ୍ଷେତ୍ରରେ ଘମାଘୋଟ ଲଢେଇ । ମଇଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଟକ୍କର । ଅଧିକ ପଢନ୍ତୁ

କୋରାପୁଟରେ ଘମାଘୋଟ ଲଢେଇ
କୋରାପୁଟରେ ଘମାଘୋଟ ଲଢେଇ (ETV Bharat Odisha)

କୋରାପୁଟ: ସଂସଦୀୟ କ୍ଷେତ୍ରରେ ନାମାଙ୍କନ ଦାଖଲ କରିସାରିଲେଣି ପ୍ରାର୍ଥୀ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ସପ୍ତଗିରି ଉଲାକା, ବିଜେଡିର କୌଶଲ୍ୟା ହିକକା, ବିଜେପିର କାଳିରାମ ମାଝୀଙ୍କ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ହେଉଛି । ଅନ୍ୟପଟେ ଆରପିଆଇ,ବିଏସପି, ସିପିଆଇ, ନବ ଭାରତ ନିର୍ମାଣ ସେବା ପାର୍ଟିର ପ୍ରାର୍ଥୀମାନେ ଦଳକୁ ଆଧାର କରି ଲଢ଼ୁଥିବା ବେଳେ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଲଢିବା ପାଇଁ ଅଣ୍ଟା ଭିଡିଛନ୍ତି ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ 3,617ଟି ଭୋଟ ବ୍ୟବଧାନରେ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟ ଲାଭ କରିଥିଲେ । କିନ୍ତୁ ଏଥର ପ୍ରାର୍ଥୀ ସଂଖ୍ୟା ବଢ଼ିଛି । ଏଣୁ ଚଳିତ ସମୀକରଣକୁ ଦେଖିଲେ ଯେଉଁ ପ୍ରାର୍ଥୀ ବି ବିଜୟୀ ହେବେ, ଭୋଟ ବ୍ୟବଧାନ ଅଳ୍ପ ରହିବ । ଏହି ସଂସଦୀୟ କ୍ଷେତ୍ର ଅଧୀନ କୋରାପୁଟ, ଲକ୍ଷ୍ମୀପୁର, ଜୟପୁର, ପଟାଙ୍ଗି, ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭା ଆସନଗୁଡ଼ିକର ସ୍ଥିତି ପ୍ରମୁଖ ରାଜନୈତିକ ଦଳର ସାଂସଦ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଧାରଣ କରିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସର୍ବକାଳୀନ କମ ଆସନରେ ଲଢୁଛି କଂଗ୍ରେସ: ମାତ୍ର 328 ଆସନ, ଗତଥରଠୁ 93 କମ - lok sabha election 2024

ଏକାଧିକ ପ୍ରାର୍ଥୀ ରହିଥିଲେ ସୁଦ୍ଧା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହିଁ ମୁଖ୍ୟ ଲଢେଇ ହେବ । ବିଜେଡିର କୌଶଲ୍ୟା ଓ କଂଗ୍ରେସର ସପ୍ତଗିରି ପୂର୍ବ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ସାରିଛନ୍ତି । ଏହି କ୍ଷେତ୍ର ପାଇଁ ବିଜେପିର କାଳିରାମ ନବାଗତ । ତେବେ ଗତ ନିର୍ବାଚନରେ ସେ ରାୟଗଡ଼ାରୁ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନ ଗୁଣପୁର, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁର ଆସନରେ କଂଗ୍ରେସ ଦବଦବା ଦେଖାଇଥିଲା । ବିଜେଡି କେବଳ ବିଷମ କଟକ, କୋରାପୁଟ ଓ ପଟାଙ୍ଗି ଆସନରେ ଆଗରେ ରହିଥିଲା । ବିଜେପିକୁ ସମସ୍ତ ଆସନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେବେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି ଓ ବିଭିନ୍ନ ବିଧାନସଭା ଆସନରେ ଏହି ତିନି ପ୍ରମୁଖ ଦଳମାନେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ଏହାସହ ସେତେବେଳର ବହୁ ତୁଙ୍ଗନେତା ଦଳରେ ନାହାନ୍ତି । ଯାହା ପାଇଁ ସବୁ ଦଳକୁ ନୂଆଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ତେବେ ସମସ୍ତ ପ୍ରାର୍ଥୀ ରାସ୍ତାଘାଟ, ପାନୀୟ ଜଳ ଭଳି ବିଷୟକୁ ନିର୍ବାଚନରେ ଚର୍ଚ୍ଚା କରୁଥିବା ବେଳେ ଅଞ୍ଚଳର ଅନେକ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ପଡିନଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.