ETV Bharat / politics

କଂଗ୍ରେସରୁ ମିଳିଲାନି ଟିକେଟ୍‌, ବିଜେଡିରେ ସାମିଲ ହେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା - BJD Joining Program

author img

By ETV Bharat Odisha Team

Published : Apr 15, 2024, 5:26 PM IST

BJD Joining Program: କୋରାପୁଟ ଲକ୍ଷ୍ମୀପୁରରୁ ଆଶାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ପୀଡିକାଙ୍କୁ ଭରସା କରିନି କଂଗ୍ରେସ । ଟିକେଟ ନମିଳିବାରୁ ଆଜି ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଗୀତାଞ୍ଜଳି । ସେ ବର୍ତ୍ତମାନ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ମଧ୍ୟ ରହିଛନ୍ତି । ଅଧିକ ପଢ଼ନ୍ତୁ

BJD Joining Program
BJD Joining Program

BJD Joining Program

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି କୋରାପୁଟ ଲକ୍ଷ୍ମୀପୁରରୁ ଆଶାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ପୀଡିକା । ଗୀତାଞ୍ଜଳି ପୀଡିକା ଆଜି ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ ହିକ୍କା, ବିଜେଡି ସାଧାରଣ ସମ୍ପାଦକ ଈଶ୍ବର ପାଣିଗ୍ରାହୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତ୍ରୀ ତଥା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା । ଗୀତାଞ୍ଜଳି ପୀଡିକାଙ୍କ ସହ ଅଞ୍ଚଳର ଅଧିକାଂଶ ସମିତିସଭ୍ୟ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ କଂଗ୍ରେସର ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକ୍କା କହିଛନ୍ତି, "ଆଜି ଶତାଧିକ ନେତା କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଗୀତାଞ୍ଜଳି ଆଗ ଧାଡ଼ିର କଂଗ୍ରେସ ନେତ୍ରୀ ଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । କୋରାପୁଟ ବିକାଶକୁ ଆହୁରି ତ୍ବରାନ୍ବିତ କରିବେ । ଦଳ ଆହୁରି ଶକ୍ତିଶାଳୀ ହେବ ।"

ପୂର୍ବତନ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି, "ବିଜେଡି ଆଦର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେ ଦଳରେ ମିଶିଛନ୍ତି । ଗୀତାଞ୍ଜଳିଙ୍କୁ କଂଗ୍ରେସ ଟିକେଟ ନଦେବା ପରେ ସେ ବିଜେଡିରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।" ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କହିଛନ୍ତି, "ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ମୁଁ ସ୍ବାଗତ କରୁଛି । ସମସ୍ତଙ୍କୁ ଧନ୍ୟବାଦ କାରଣ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକୁ ଦେଖି ସେମାନେ ବିଜେଡି ସହ ମନ ଯୋଡି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନେକ ବିକାଶ ଯୋଜନାକୁ ସେମାନେ ଅନୁଧ୍ୟାନ କରି ବିଜେଡିରେ ଯୋଗ ଦେଇଛନ୍ତି । ଆଶା ରଖିବି, ଲକ୍ଷ୍ମୀପୁରରେ ବିଜେଡି ଆହୁରି ଶକ୍ତିଶାଳୀ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...'ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି ବୈଜୟନ୍ତ', ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD meet CEO

ବିଜେଡିରେ ସାମିଲ ଗୀତାଞ୍ଜଳି ପୀଡିକା କହିଛନ୍ତି, "ଶତାଧିକ କର୍ମୀ ଯିଏ ମୋ ଉପରେ ଭରସା କରି ବିଜେଡିକୁ ଆସିଛନ୍ତି, ସମସ୍ତଙ୍କୁ ଧନ୍ୟବାଦ । ମୁଁ କଂଗ୍ରେସରୁ ଆଶାୟୀ ଥିଲି । ହେଲେ ଶେଷ ମୁହୂର୍ତ୍ତରେ ନାଁ କଟାଗଲା । ଯାହା ଦୁଃଖ ଦେଲା । ମୋ ଲକ୍ଷ୍ୟ ଲୋକଙ୍କ ସେବା । କଂଗ୍ରେସରେ ଲୋକସେବା ଦେଖା ଯାଏନି । ବିଜେଡିରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ତାଙ୍କୁ ସମ୍ମାନ ଦେଇ ଆଗକୁ ନିଆଯାଉଛି । ମୁଁ ବହୁତ ପରିଶ୍ରମ କରିଥିଲି । ହେଲେ କାନ୍ଦ ଲାଗୁଛି । ବିଜେଡି ମତେ ଆପଣେଇଥିବାରୁ ଧନ୍ୟବାଦ ।" ସମିତିସଭ୍ୟ ନିଦ୍ରାବତୀ ପିଡିକା, ପ୍ରଦୀପ ବେନ୍ତ, ବଳରାମ ମାଣ୍ଡିଗୀ, ବାଙ୍ଗ୍ରୁ ଜାମ୍ବେକା, ଶୁଶୀଲ ଗରଡା, ପଣ୍ଡୁ ମେଲେକା, ମକରା ଗଦାରୀ, ଜଗା କୁଲେସିକା, ନଗେଶ କଦ୍ରକା, ଲକ୍ଷ୍ମୀ ସୌନ୍ତା, ଜାମା ପୀଡିକା, କ୍ରୁମା କନ୍ଦ୍ରକା, ସାମୁଳା କଦ୍ରାକା, କୁମାରା ଜାକକା, ସୁନୀଲ କୁନ୍ତିଶ, ମନୋଜ ମୁଦୁଲି, ସୁଶାନ୍ତ ମୁଦୁଲି, ଲୋକନାଥ ମୁଦୁଲି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.