ETV Bharat / politics

'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

author img

By ETV Bharat Odisha Team

Published : Jul 3, 2024, 4:14 PM IST

Mo Bus Name May Be Changed: ଲକ୍ଷ୍ମୀ ବସ ପରେ ବଦଳିପାରେ ମୋ ବସର ନାଁ । ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୋ ବସରେ ବୁଲି ସ୍ଥିତି ପରଖିଥିବା ବେଳେ ମୋ ବସ ନାଁ ବଦଳିବା ନେଇ ଏଭଳି କହିଛନ୍ତି । ଅଧିକ ପଢ଼ନ୍ତୁ

Mo Bus Name May Be Changed
Mo Bus Name May Be Changed (ETV Bharat Odisha)

ଭୁବନେଶ୍ବର: 'ମୋ ବସ' ନାଁ ବଦଳି ହୋଇପାରେ 'ଆମ ବସ' ! ଲକ୍ଷ୍ନୀ ବସ ପରେ ବଦଳି ପାରେ ମୋ ବସର ନାଁ । 'ମୋ ବସ' ବଦଳରେ ହୋଇପାରେ 'ଆମ ବସ' । ତେବେ ଆଜି ମୋ ବସରେ ବୁଲି ସ୍ଥିତି ପରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆଉ ମୋ ବସର ନାଁ ବଦଳିବ କି ନାହିଁ ସେନେଇ କିଛି ଇସାରା ଦେଇଛନ୍ତି ।

ଆଜି ମୋ ବସରେ ବୁଲି ସ୍ଥିତି ପରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରୁ 'ମୋ ବସ'ରେ ମନ୍ତ୍ରୀ ପ୍ରେସ ଛକ ଯାଏ ଯାତ୍ରା କରିଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ସମେତ ଷ୍ଟାଫଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୋ ବସ ସେବା ଭଲ ଅଛି । କିନ୍ତୁ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ଅଛି । ଯାତ୍ରୀଙ୍କ ପାଇଁ ଅଧିକ ବସ ଆବଶ୍ୟକ ଅଛି । ଯାତ୍ରୀ ଅଧିକ ବସ ପାଇଁ ଦାବି କରୁଥିବା ବେଳେ ତାହାକୁ ପୂରଣ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଶହ ବିଦ୍ୟୁତ ଚାଳିତ ବସ୍‌ ଓଡିଶାକୁ ଦେଉଛନ୍ତି । ଅତି ଶୀଘ୍ର ତାହା ଓଡ଼ିଶାରେ ପହଞ୍ଚିବ । ସେଥି ମଧ୍ୟରୁ ଭୁବନେଶ୍ବର ଓ କଟକ ପାଇଁ ଶହେ ବସ ରହିବ । ଅବଶିଷ୍ଟ ବସଗୁଡ଼ିକୁ ଅନ୍ୟାନ୍ୟ ସହର ପାଇଁ ଦିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲା ଲଷ୍ମୀ ବସ ରଙ୍ଗ; ବିଜେଡି କରିଥିଲା ସବୁଜ ବିଜେପି କଲା ଗେରୁଆ, ଏଭଳି କହିଲେ ବିଜେଡି ନେତା - LAccMI Bus Color Changed

ସେପଟେ ଲକ୍ଷ୍ମୀ ବସ ପରେ ମୋ ବସର ନାଁ ବଦଳିବ କି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୋ ବସ ହେଉଛି ଆମ ବସ । ଏ ବିିଷୟରେ ଆମେ ପର ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କରିବୁ । ବର୍ତ୍ତମାନ ଯାହା ଅଛି ସେଥିରେ ସେବା କେମିତି ଅଧିକ ଦିଆଯାଇପାରିବ ସେ ଉପରେ ଆମେ ଗୁରୁତ୍ବ ଦେଉଛୁ । ଏ ବସ ଆମ ବସ ଆମ ସମସ୍ତଙ୍କ ବସ । ବର୍ତ୍ତମାନ ଆମେ ଅନୁଭବ କରୁଛୁ ଏ ବସ୍ ଆମ ବସ ଆମ ସମ୍ପତ୍ତି । ଏନେଇ ଆମେ ଯତ୍ନବାନ ହେବା । ଲୋକମାନେ କିଭଳି ସୁବିଧାରେ ଯାତ୍ରା କରିବେ ସେ ପ୍ରତି ଧ୍ୟାନ ଦେବା । କାରଣ ଏ ସରକାର ହେଉଛି ଆମ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.