ETV Bharat / politics

ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦେଲେ ନିର୍ଦ୍ଦେଶ - H and UD Minister Visit

author img

By ETV Bharat Odisha Team

Published : Jun 20, 2024, 6:19 AM IST

H & UD Minister Visit: ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡ଼କ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଖାରବେଳ ଭବନ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସହରର ମୌଳିକ ସମସ୍ୟାକୁ ଧ୍ୟାନ ଦେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ

H & UD Minister Visit
H & UD Minister Visit (ETV Bharat Odisha)

ଭୁବନେଶ୍ବର: ଖାରବେଳ ଭବନ ପରିଦର୍ଶନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ସେ ଖାରବେଳ ଭବନ ପରିଦର୍ଶନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାତାନନ ନବନିଯୁକ୍ତ ମନ୍ତ୍ରୀଙ୍କୁ ବିଭାଗୀୟ କାର୍ଯ୍ୟ ସହ ଜାରି ରହିଥିବା ଯୋଜନା ବାବଦରେ ଅବଗତ କରାଇଛନ୍ତି । ଏହା ପୂର୍ବରୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଶାସନ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ବିଭାଗର ଅଧିକାରୀଙ୍କ ବାବଦରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ବୁଲିବା ସହ ବିଭାଗରେ କାର୍ଯ୍ୟ କାରକରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ମାନଙ୍କ ସହ ବିଭାଗର କାର୍ଯ୍ୟକୁ ନେଇ ଆଲୋଚନା କରିଛନ୍ତି । ଆଉ ନିଷ୍ଠାର ସହ ବିନା ଚାପରେ ବିନା ଦ୍ବନ୍ଦ୍ବରେ ଲୋକଙ୍କ ପାଇଁ କାର୍ଯ୍ୟକରିବାକୁ କହିଛନ୍ତି । ଖାରବେଳ ଭବନ ପରିଦର୍ଶନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାତାନନଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ଉପଧକ୍ଷ ବଳବନ୍ତ ସିଂ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଖାରବେଳ ଭବନ ପରିଦର୍ଶନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ ପ୍ରଥମ ଥର ବିଭାଗ ପରିଦର୍ଶନ କଲି ସ୍ବଚ୍ଛତାର ସହ କିଭଳି ସାଧାରଣ ଲୋକମାନଙ୍କ ପାଇଁ ବିଭାଗ କାର୍ଯ୍ୟ କରିହେବ ସେନେଇ ଅଧିକାରୀଙ୍କ ସହ କଥାହେଲି । ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଡ୍ରେନେଜ ବ୍ୟବସ୍ଥାରେ କିଭଳି ସୁଧାର ଆସିବ ସବୁ କିଛି ଠିକରେ କାର୍ଯ୍ୟ କରିବ ଆଉ ଲୋକମାନେ ଏନେଇ ହଇରାଣ ହେଲେ ଏହି ସେ ଦିଗରେ କାର୍ଯ୍ୟ କରିବାକୁ କଥା ହେଲି । କାରଣ ଡ୍ରେନେଜ ବ୍ୟବସ୍ଥାର ଏକ ବଡ ଦୁଃଖଦ ସ୍ଥିତି ଆମେ କାଲିଠୁ ଦେଖୁଛୁ । ତାର ସମାଧାନ ପାଇଁ ଆମେ ଲାଗିଛୁ । ଏହାସହ ଆମ ସରକାର ସାଧାରଣ ଲୋକଙ୍କ ସରକାର ସାଜିଛି ତେଣୁ ଲୋକ ଯାହା ଚାହୁଁଛନ୍ତି ସେହି ମୁତାବିକ ତାଙ୍କ ସମସ୍ୟାକୁ ବୁଝୁ । ତାର ସମାଧାନ ଆମେ କରିବାକୁ ପ୍ରୟାସ କରିବାର ଆବଶ୍ୟକତା ରହିଛି ।'

ଏହା ମଧ୍ୟ ପଢନ୍ତୁ... ମୋହନ ସରକାର ଆଣିବେ ପ୍ରଥମ ପୂର୍ଣାଙ୍ଗ ବଜେଟ; ସାଧାରଣ ଲୋକଙ୍କ ମତାମତ ଲୋଡିଲେ ମୁଖ୍ୟମନ୍ତ୍ରୀ - Annual Budget Making Process

ବିଭାଗୀୟ ଅଧିକାରୀ ନିଜ ଭିତରେ ସମନ୍ବୟ ରଖି ଲୋକଙ୍କ ହିତରେ କାର୍ଯ୍ୟ କରିବାର ପ୍ରତିବଦ୍ଧତା ରଖି କାର୍ଯ୍ୟ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହାସହ ଆଗକୁ ଆଉ କିଭଳି କିଛି ଭୁଲ ହେବନି ତାକୁ ମଧ୍ୟ ନଜରରେ ରଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଡ୍ରେନରେ ବୁଡି ମୃତ୍ୟୁ ହୋଇଥିବା ନାବାଳକ ସମ୍ପର୍କରେ କହିଛନ୍ତି, 'ସେହିପରି ଭୁବନେଶ୍ବରରେ ଘଟିଥିବା ଗତକାଲିର ଘଟଣା ଆମକୁ ଦୁଃଖିତ କରିଛି । ଯାହାର ସ୍ଥିତି ପରଖିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଏମସି କମିଶନରକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ଏକ ଦୁର୍ଘଟଣା ହୋଇଥୁବା ବେଳେ ତଦନ୍ତରୁ ଉତ୍ତରଦାୟିତ୍ବ କିଏ ସେନେଇ ସ୍ପଷ୍ଟ ହେବ । ଏହାସହ କେତେ ମୁକୁଳା ଡ୍ରେନ ରହିଛି କେତେରେ କଭର ପଡିଛି ସେନେଇ ମଧ୍ୟ ତଥ୍ୟ ମଗାଯାଇଛି ।' ସେହି ଅନୁସାରେ ଆଗକୁ ଯାଇ ଡ୍ରେନରେ ଯେଉଁଠି ସ୍ଲାପ ପଡ଼ିନାହିଁ ପଡିବ ଆଉ ଯେଉଁଠି ସ୍ଲାପ ପଡ଼ିପାରିବ ନାହିଁ ସେଠାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ ସେତିପ୍ରତି ସରକାର ଧ୍ୟାନ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ଜବରଦଖଲ ପିଇବା ପାଣି ରାସ୍ତାଘାଟ ଡ୍ରେନେଜ ଭଳି ମୌଳିକ ସମସ୍ୟା ସହରରେ ରହିଥିବା ବେଳେ ଦୀର୍ଘଦିନର ସମସ୍ୟାକୁ ସମାଧାନ ପାଇଁ ବିଭାଗକୁ ନେଇ ଆମକୁ କାର୍ଯ୍ୟ କରିବୁ । ନୂଆକରି ବିଭାଗର ଦାୟିତ୍ବ ନେବା ପରେ ମତେ ବିଭାଗ ଭିତରେ ପଶିବାକୁ ଧୀରେ ଧୀରେ କାମ କରିବାକୁ ଟିକେ ସମୟ ଲାଗିବ । ତେଣୁ ପ୍ରାଥମିକ ଭାବେ ସହରର ମୌଳିକ ସମସ୍ୟାର ସମାଧାନ ସହ ସ୍ମାର୍ଟସିଟି ଭୁବନେଶ୍ବରକୁ ଏକ ସୌନ୍ଦର୍ଯ୍ୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ । ଭାରତରେ ଓଡିଶା କିଭଳି ଭଲ କରିବା ନାମ କରିବା ସେନେଇ ଅଭିଜ୍ଞତା ଓ ବିଭିନ୍ନ ମାଧ୍ୟମକୁ ନେଇ ଆମେ କାର୍ଯ୍ୟ କରିବୁ । ତେଣୁ ସବୁ କର୍ମଚାରୀ ଙ୍କୁ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.