ETV Bharat / politics

ବିଶ୍ବ ବନ୍ଧୁ ଭାରତ ଚାହେଁ 'ସବକା ସାଥ ସବକା ବିକାଶ': ଏସ ଜୟଶଙ୍କର - S Jaishankar In Cuttack Meeting

author img

By ETV Bharat Odisha Team

Published : May 5, 2024, 5:56 PM IST

External Affairs Minister S.Jaishankar: କଟକ ସହରର ବୁଦ୍ଧିଜୀବୀ ସମାବେଶରେ ଯୋଗ ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ବିକଶିତ ଭାରତର ଉପଲବ୍ଧି ଗଣାଇବା ସହ ଭୋଟିଂ ଜରିଆରେ ଦେଶର ବିକାଶକୁ ଆଗକୁ ନେବାକୁ କହିଛନ୍ତି ଜୟଶଙ୍କର । ଅଧିକ ପଢନ୍ତୁ

S JAISHANKAR IN CUTTACK MEETING
S JAISHANKAR IN CUTTACK MEETING (Etv Bharat)
S JAISHANKAR IN CUTTACK MEETING (ETV BHARAT ODISHA)

କଟକ: କଟକରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କଟକକୁ ନିର୍ବାଚନ ପ୍ରଚାରରେ ଆସି ଲିଙ୍କରୋଡ ସ୍ଥିତ ନିଶାମଣି ହଲ ଠାରେ କଟକ ସହରର ବୁଦ୍ଧିଜୀବୀ ସମାବେଶରେ ଯୋଗ ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ, ବିକଶିତ ଭାରତ ବିକଶିତ ବନ୍ଧୁ ହେବାର ଆବଶ୍ୟକତା ରହିଛି ଏହାର ଅର୍ଥ ହେଉଛି ‘ସବକା ସାଥ ସବକା ବିକାଶ’ । ମୋଦିଜୀଙ୍କର ବିକଶିତ ଭାରତ କାର୍ଯ୍ୟକ୍ରମର ଆଜି ସଫଳ ରୂପାୟନ ହୋଇଛି । ସମସ୍ତ ରାଜ୍ୟ-ରାଜ୍ୟକୁ ଯୋଡି ଏକ ବିକଶିତ ଭାରତ ଗଠନ ହେବାକୁ ଯାଉଛି । ୧୦ ବର୍ଷ ମଧ୍ୟରେ ଭାରତର ଭିତ୍ତିଭୂମି ସୁଦୃଢ ହୋଇଛି । ୧୦ ବର୍ଷ ପୂର୍ବେ ଭାରତର ସ୍ଥିତି ଯାହା ଥିଲା ଏବେ ତାହା ସମ୍ପୂର୍ଣ୍ଣ ବଦଳି ଯାଇଛି । ୧୦ବର୍ଷ ପୂର୍ବରୁ ଭାରତର ଯେଉଁ ସ୍ଥିତି ଥିଲା ତାହାର ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଛନ୍ତି ମୋଦି ସରକାର ।

ଏହା ମଧ୍ୟ ପଢନ୍ତୁ ... ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - PM MODI NABARANGPUR VISIT

ଏବେ ୧୦ବର୍ଷ ହେବ ମୋଦି ସରକାର ଯେଉଁ କାର୍ଯ୍ୟ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ଯେଉଁ ବିକାଶ ନେଇ ପ୍ରତିଶୃତି ଦେଇଛନ୍ତି ତାହା ହିଁ ହେଉଛି ମୋଦି ସରକାରର ଗ୍ୟାରେଣ୍ଟି । ପୋଲିଂ ବଟନ ଦବାଇବା ହିଁ ସମଗ୍ର ଦେଶର ଭାଗ୍ୟକୁ ପରିବର୍ତ୍ତନ କରିପାରିବ ବୋଲି ବିଶ୍ବବନ୍ଧୁ ଭାରତ ବୃତ୍ତିଜୀବି ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନିଜ ଅଭିଭାଷଣରେ କହିଛନ୍ତି । ଅତୀତରେ ଚୀନରୁ ଆସୁଥିବା ୪ଜି, ୫ଜି ବର୍ତ୍ତମାନ ଭାରତରେ ପ୍ରସ୍ତୁତ କରାଯାଉଛି । ଏହାକୁ ଆଧାର କରି ଭାରତ ୨୫ ବର୍ଷର ଯାତ୍ରା ପ୍ରସ୍ତୁତ କରିବ। କୋଭିଡ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତି ଏବେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି । ଭାରତର ବୈଦେଶିକ ନୀତି ସମଗ୍ର ବିଶ୍ବରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ଅର୍ଥନୀତି ବଳରେ ଭାରତ ବିଭିନ୍ନ ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରିପାରିଛି ।

ଏବେ ଭାରତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟାରେ ଅନେକ ପରିବର୍ତ୍ତନ ଆଣିଛି । ଶ୍ରୀଲଙ୍କାର ଦୁର୍ଦ୍ଦିନ ସମୟରେ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରିଛି । ବିଦେଶୀମାନେ ଭାରତରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମେକ ଇନ ଇଣ୍ଡିଆ ଆମ ଭାରତର ଭାବମୂର୍ତ୍ତିକୁ ବିଶ୍ବରେ ଉଜ୍ବଳତର କରିପାରିଛି । ବିଭିନ୍ନ ଉତ୍ପାଦ କ୍ଷେତ୍ରରେ ଭାରତ ଏବେ ସ୍ବାବଲମ୍ବୀ ହୋଇପାରିଛି । କୋଭିଡ ଭ୍ୟାକସିନ ଏହି ଭାରତରେ ପ୍ରସ୍ତୁତ ହୋଇ ସମଗ୍ର ବିଶ୍ଵକୁ ଚକିତ କରିଛି । ତେଣୁ ବିକଶିତ ଭାରତ ଏକ ସଫଳ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଏହି ବୈଠକରେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସମେତ ଅନ୍ୟ ବିଧାୟକ ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.