ETV Bharat / politics

ଏଣିକି ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି; ପ୍ରତି ସୋମବାର ଖୋଲିବ ପ୍ରକୋଷ୍ଠ - Public Grievance in BJP Office

author img

By ETV Bharat Odisha Team

Published : Jul 15, 2024, 10:42 PM IST

Public Grievance in BJP Office: ଏଣିକି କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ମଧ୍ୟ ଶୁଣିବେ ଲୋକଙ୍କ ଅଭିଯୋଗ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋଲିବ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ । ଅଧିକ ପଢ଼ନ୍ତୁ

Public Grievance in BJP Office
Public Grievance in BJP Office (ETV Bharat Odisha)

ଭୁବନେଶ୍ବର: ଏଣିକି ପ୍ରତି ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ନେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ । ଏହାର ଆଜି ହୋଇଛି ଅୟମାରମ୍ଭ । ପ୍ରଥମ ଦିନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଣିଛନ୍ତି ଅଭିଯୋଗ । ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି ।

ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ଖୋଲାଯାଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଯେଉଁଠାରେ ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଏହିକ୍ରମରେ ଏଣିକି ପ୍ରତି ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ହେବ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ, ଆଉ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ ମନ୍ତ୍ରୀ । ପ୍ରତି ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବେ ଦୁଇ ଜଣ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମର ଆଜି ଅୟମାରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଣିଛନ୍ତି ଅଭିଯାଗ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ସହ ବିଜେପି ଦଳୀୟ କର୍ମୀଙ୍କ ଅଭିଯୋଗ ଶୁଣିଥିଲେ ଦୁଇ ମନ୍ତ୍ରୀ । ତେବେ କେବଳ ଦଳୀୟ କର୍ମୀ ନୁହେଁ, ଏଥିରେ ସାଧାରଣ ଲୋକମାନେ ମଧ୍ୟ ସାମିଲ ହୋଇପାରିବେ ବୋଲି କହିଛନ୍ତି ଦୁଇ ମନ୍ତ୍ରୀ ।

ଏହି ଅଭିଯାଗ ଶୁଣାଣିକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ । ଏଠାକୁ ଦଳୀୟ କର୍ମୀ, ଶୁଭେଚ୍ଛୁ ଆଉ ସାଧାରଣ ଲୋକ ଆସିପାରିବେ, ଅଭିଯୋଗ କରିପାରିବେ । ସମସ୍ତଙ୍କ ଅଭିଯୋଗ ଶୁଣି ନ୍ୟାୟ ଦେବାକୁ ସବୁ ପ୍ରକାର ପ୍ରୟାସ କରିବେ ରାଜ୍ୟ ସରକାର ।" ସେହିପରି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ବିଜେପି ସରକାର ହେଉଛି ଲୋକଙ୍କ ସରକାର । ତେଣୁ ଲୋକଙ୍କ ନିକଟତର ହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ସମସ୍ୟା ଭାବି ସମାଧାନ କରିବା ହେଉଛି ଏହି ଅଭିଯୋଗ ଶୁଣାଣିର ଲକ୍ଷ୍ୟ । ତେଣୁ ସେ ସରକାରଙ୍କ ଦପ୍ତର ହେଉ ଅବା ସବୁଠି ଲୋକଙ୍କ ପାଇଁ ଅଭିଯୋଗ ଶୁଣାଯିବ । କେଉଁଠି କିଛି ବି ପ୍ରତିବନ୍ଧକ ନାହିଁ ।" ସେହିପରି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, "ଅଭିଯୋଗ ଶୁଣିବା ଆମ ଦଳର ଏକ ପ୍ରକ୍ରିୟା । ଯେଉଁଠି ଆମର ସରକାର ରହିଛି ସେହି ସ୍ଥାନର ଏହା ନୀତିଗତ ନିଷ୍ପତ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିଯୋଗ ଶୁଣାଣିର ଏକ କେନ୍ଦ୍ର, ଯେଉଁଠି ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସମସ୍ତେ ଆସିପାରିବେ ଆଉ ନିଜର ଅଭିଯୋଗ ଶୁଣାଇ ପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ହଟିଲା ନିଲମ୍ବନ; ଗୃହ ବିଭାଗର ଓଏସ୍‌ଡି ହେଲେ IPS ଡିଏସ୍‌ କୁଟ୍ଟେ ଓ ରବିକାନ୍ତ - Suspension of IPS DS Kutey Revoked

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.