ETV Bharat / politics

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା କ୍ଷୟକ୍ଷତି ସର୍ଭେ

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ଅଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

cm mohan majhi conducts  aerial survey
cm mohan majhi conducts aerial survey (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 8 minutes ago

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ କରୁଛନ୍ତି ବାତ୍ୟା ଅଞ୍ଚଳ ପରିଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତିକୂଳ ପାଗ ଯୋଗୁଁ ଗତକାଲି (ଶୁକ୍ରବାର) ବାତିଲ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କାର୍ଯ୍ୟକ୍ରମ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ ସନ୍ଧ୍ୟାରେ ଲୋକସେବା ଭବନରେ ସମୀକ୍ଷା ବୈଠକ ।

cm mohan majhi conducts aerial survey (ETV Bharat Odisha)

ଆକାଶମାର୍ଗରୁ ସର୍ଭେ କରୁଛନ୍ତି ମୁଖ୍ୟମନ୍ତ୍ରୀ-

  • ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ନେଇ ଆକଳନ କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରେ ବାତ୍ୟା କ୍ଷୟକ୍ଷତି ସର୍ଭେ
  • କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ସର୍ଭେ

ଏହା ବି ପଢନ୍ତୁ- ପାଗ ଖରାପ, ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ୍‌

ଏହା ବି ପଢନ୍ତୁ- ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

ବାତିଲା ହୋଇଥିଲା ଏରିୟଲ୍‌ ସର୍ଭେ-

ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ ହୋଇଥିଲା । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ । କିନ୍ତୁ ପ୍ରତିକୂଳ ପାଣିପାଗ ପାଇଁ ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମ । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ବରିଷ୍ଠ ଅଧିକାରୀ ।

ବାତ୍ୟା ଦାନା ଦ୍ୱାରା ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ପୁରୀ ଜଗତସିଂହପୁର, କେନ୍ଦୁଝରରେ ହୋଇଛି କ୍ଷୟକ୍ଷତି । 7 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଘର ଭଙ୍ଗା ଆକଳନ ରାଜସ୍ୱ ବିଭାଗ କରିବାକୁ ଥିବାବେଳେ ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘର ତୁରନ୍ତ ମରାମତି ସହ ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ପକ୍କା ଘର ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Last Updated : 8 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.