ETV Bharat / politics

ରାଜନାଥଙ୍କ ଡବଲ ଇଞ୍ଜିନ ସରକାର କଥା ସ୍ୱପ୍ନ, ସିଙ୍ଗଲ ଇଞ୍ଜିନ ସମ୍ଭାଳନ୍ତୁ: ଶରତ

author img

By ETV Bharat Odisha Team

Published : Feb 23, 2024, 7:01 AM IST

Congress Over Double Engine Govt: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯାହାକୁ ନେଇ କଂଗ୍ରେସ ବିଜେପିକୁ କଟାକ୍ଷ କରିଛି । ଜାଣନ୍ତୁ କ'ଣ କହିଛନ୍ତି ପିସିସି ସଭାପତି ।

Congress Slams BJP
Congress Slams BJP
Congress Slams BJP

ଭୁବନେଶ୍ବର: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯାହାକୁ ନେଇ ଜୋର ଧରିଛି ରାଜନୀତି । ଏଠାରେ ବିଜେପି ସରକାର ଗଢିବା କଥା ସ୍ବପ୍ନ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ନବରଙ୍ଗପୁରରେ ଅନୁଷ୍ଠିତ ସଭାରେ ଯୋଗ ଦେଇ ରାଜନାଥ କହିଥିଲେ, "ଏଠାରେ ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ବଢ଼ିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି । ମୋଦି ଓଡି଼ଶାବାସୀଙ୍କ ପାଇଁ ଅନେକ କିଛି କରିବାକୁ ଇଚ୍ଛା କରନ୍ତି । ଆଗାମୀ ଦିନରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ।" ରାଜନାଥଙ୍କ ବୟାନକୁ ନେଇ ପିସିସି ସଭାପତି କଟାକ୍ଷ କରିଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜନାଥ ସିଂ ଯେଉଁ ଡବଲ ଇଞ୍ଜିନ ସରକାର କଥା ରାଜ୍ୟରେ କହୁଛନ୍ତି, ତାହା ସ୍ବପ୍ନ । ଦେଶରେ ଯେଉଁ ସିଙ୍ଗଲ ଇଞ୍ଜିନ ସରକାର ରହିଛି ତାହା ଆଗକୁ ରହିବ କି ନାହିଁ, ସେଇଟା ଏବେ ବଡ଼ ପ୍ରଶ୍ନ । ବିଜେପି ଯାହା କୁହେ, ତାହା କରେନାହିଁ । ଆଗରୁ ଡବଲ ଇଞ୍ଜିନ କଥା କହିଥିଲେ, ତାହା ହେଲାନାହିଁ । ସେହିଭଳି 120 ମିଶନ କଥା କହିଥିଲେ, ତାହା ବି ହୋଇନାହିଁ । ଦେଶ ଓ ରାଜ୍ୟବାସୀଙ୍କୁ ଯାହା ପ୍ରତିଶୃତି ଦେଇଥିଲେ କେନ୍ଦ୍ର ସରକାର ତାହା ପୂରଣ କରିନାହାନ୍ତି । ଯଦି କଂଗ୍ରେସ ସରକାର ସମୟରେ ଦେଶର ସ୍ଥିତି ଖରାପ ଥିଲା, ତେବେ ଜନତା କଣ ବୋକା ସିଏ କେମିତି କଂଗ୍ରେସ ସରକାରଙ୍କୁ ବାରମ୍ବାର ବିଜୟୀ କରାଉଥିଲେ ? ତେଣୁ କେନ୍ଦ୍ରମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଭିତ୍ତିହୀନ ।

ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି ପକ୍ଷରୁ ମାଳ ମାଳ ନେତା ଓଡି଼ଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଆଧାର କରି ଓଡି଼ଶାବାସୀଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଦଳ । ସେପଟେ ନବୀନ ମଧ୍ୟ ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା, ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି । 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପର ଉଦଘାଟନ କରୁଛନ୍ତି । ଅପରପକ୍ଷେ, କଂଗ୍ରେସ ମଧ୍ୟ ଚୁପ ବସିନାହିଁ । ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପରେ ଅଧିକ କ୍ରିୟାଶୀଳ ହୋଇ ଗାଁ ଗାଁ କୁ ଯିବାକୁ ପୁଣି ପ୍ରସ୍ତୁତ ହେଉଛି।

ଏହା ମଧ୍ୟ ପଢନ୍ତୁ...ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ପ୍ରତିରକ୍ଷା ମନ୍ତ୍ରୀ

2019 ନିର୍ବାଚନ ପୂର୍ବରୁ ଅମିତ ସାହା ଭୁବନେଶ୍ୱର ରେ ଡବଲ ଇଞ୍ଜିନ ସରକାର ହେବ ବୋଲି ରଣହୁଙ୍କାର ଦେଇଥିଲେ। ଓଡ଼ିଶାରେ 120 ମିଶନ ସଫଳ ହେବ ବୋଲି ପ୍ରସ୍ତୁତି ସରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାରମ୍ବାର ନିର୍ବାଚନୀ ପ୍ରଚାର କରିଥିଲେ, ହେଲେ ଓଡ଼ିଶା ପଦ୍ମ ଫୁଟାଇବାରେ ବିଜେପି ଅସଫଳ ହୋଇଥିଲା । ତେବେ ଚଳିତ ନିର୍ବାଚନରେ କାହା ସପକ୍ଷରେ ଜନମତ ଯିବ ତା ଉପରେ ଦେଶବାସୀଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.