ETV Bharat / politics

ସତ କହିଥିବାରୁ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ: କଂଗ୍ରେସ - Congress Response On VK Pandian - CONGRESS RESPONSE ON VK PANDIAN

Congress Response On VK Pandian's Statement: ଭିକେ ପାଣ୍ଡିଆନଙ୍କ କଂଗ୍ରେସ ସହ ବିଜେଡିର ଟକ୍କରକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ତାର ପ୍ରତିକ୍ରିୟା ରଖିଛି । ଏଥି ପାଇଁ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ

Congress Response On VK Pandian's Statement
Congress Response On VK Pandian's Statement (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 10:08 PM IST

Congress Response On VK Pandian's Statement (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପ୍ରଚାରରେ କମ୍ପୁଛି ମୈଦାନ । ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଆଜି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ କଂଗ୍ରେସ ସହ ବିଜେଡିର ଟକ୍କରକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତି କଂଗ୍ରେସର ପ୍ରତିକ୍ରିୟା ଦେଇଛି । କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ବିଶ୍ବ ରଞ୍ଜନ ମହାନ୍ତି କହିଛନ୍ତି, ' ଭିକେ ପାଣ୍ଡିଆନ ସରକାରୀ ଅର୍ଥରେ ସାରା ରାଜ୍ୟ ବୁଲୁଛନ୍ତି । ଆଜି ସିଏ ବାସ୍ତବ ଚିତ୍ର କିଛି ଦେଇଛନ୍ତି । ସିଏ ଠିକ କହିଛନ୍ତି କି ବିଜେଡିର ଲଢେଇ କଂଗ୍ରେସ ସାଙ୍ଗରେ ହିଁ ହେବ । ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବିଜେଡି ସହିତ କଂଗ୍ରେସର କଡା ମୁକାବିଲା ନେଇ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ସ୍ବାଗତ କରୁଛୁ । ଏହା ସହ କଂଗ୍ରେସ ସମୟରେ ଓଡ଼ିଶାରେ ଅନେକ ବିକାଶ ହୋଇଛି ବୋଲି ମଧ୍ୟ ଭି.କେ ପାଣ୍ଡିଆନ ମାନିଛନ୍ତି । ତେଣୁ ତାଙ୍କୁ କଂଗ୍ରେସ ଦଳ ତରଫରୁ ଧନ୍ୟବାଦ ପ୍ରଦାନ କରୁଛୁ । ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ଦଳ ଏକାଠି ଅଛନ୍ତି । ତାହା ଜନତା ବୁଝିସାରିଛନ୍ତି । ତେଣୁ ଉଭୟ ଦଳର ଲଢେଇ କଂଗ୍ରେସ ଦଳ ସାଙ୍ଗରେ ହେବ ।' ଯେଉଁ ଜନତା ମାନେ ବିଜେଡି ଏବଂ ବିଜେପିକୁ ଭୋଟ ଦେବେନାହିଁ ସେମାନେ କଂଗ୍ରେସ ହିଁ ଭୋଟ ଦେବେ ବୋଲି କହିଛନ୍ତି ବିଶ୍ବ ରଞ୍ଜନ ।

ଏହା ମଧ୍ୟ ପଢନ୍ତୁ .... ବିଜେପିର ମହାମିଶ୍ରଣ, ପଦ୍ମ ଧରିଲେ ସମୀର ସେନା - BJP Joining Program

ସୂଚନା ଯୋଗ୍ୟ ଯେ ଆଜି ଭୋର ସମୟରେ ଗୋପାଳପୁର ସମୁଦ୍ର କୂଳରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଆଭିମୁଖ୍ୟ ରଖିଛନ୍ତି ଭିକେ ପାଣ୍ଡିଆନ । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ ରାଜ୍ୟରେ ଏବେ ବିଜେଡ଼ିର ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଦକ୍ଷିଣ ଓଡିଶାରେ ବିଜେଡ଼ିର କଂଗ୍ରେସ ସହ ପ୍ରତିଦ୍ବନ୍ଦିତା ହେଉଛି ବୋଲି କହିଛନ୍ତି । ସେ କହିଛନ୍ତି, 'କୋରାପୁଟ ଓ କଳାହାଣ୍ଡିରେ କଂଗ୍ରେସ ସହ ଫାଇଟ । ଗଞ୍ଜାମରେ ୱାନ ସାଇଡ । ସବୁ ଆଡେ ବିଜେଡି ସୁଇପ କରିବ । ସେ (ଧର୍ମେନ୍ଦ୍ର) ଓଡ଼ିଆ ଅସ୍ମିତା କଥା କହୁଛନ୍ତି, NH-55 ମରିଥିବା ୨ ହଜାର ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ । ଏଥର ସେମାନେ (ବିଜେପି) ୪୦-୫୦ ସିଟ ପାଇଁ ଲକ୍ଷ୍ୟ ରଖିଛନ୍ତି । ତା ପରେ ବିଜେଡି ଭାଙ୍ଗିବୁ । ଏହାହିଁ ସେମାନଙ୍କର ରଣନୀତି ।'

ଅନେକ ସ୍ଥାନରେ ବିଜେଡିର ଲଢେଇ ହେଉଛି କଂଗ୍ରେସ ସହିତ ହେବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ । ତେବେ ଭିକେ ପାଣ୍ଡିଆନ ଚଳିତ ନିର୍ବାଚନରେ ଜାତୀୟ ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେଇଛନ୍ତି । ଗଞ୍ଜାମ ଗସ୍ତରେ ଥିବା ପାଣ୍ଡିଆନ ଆଜି ହଠାତ ଓଡ଼ିଆ ଗଣମାଧ୍ୟମ ଜଗତର କିଛି ହାତଗଣତି ଗଣମାଧ୍ୟମର ଏଡିଟର ମାନଙ୍କୁ ଡାକି ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିବାକୁ ଓଡିଶାବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.