ETV Bharat / politics

ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ, ଉତ୍ସାହିତ କଂଗ୍ରେସ ଶିବିର - Rahul Gandhi to visit Rayagada

Rahul Gandhi to visit Rayagada: ରାୟଗଡ଼ା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଶାଳ ଜନସଭାରେ ଦେବେ ଉଦ୍‌ବୋଧନ । ପ୍ରସ୍ତୁତି ନେଇ ରାୟଗଡ଼ା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢ଼ନ୍ତୁ

Rahul Gandhi to visit Rayagada
Rahul Gandhi to visit Rayagada
author img

By ETV Bharat Odisha Team

Published : May 1, 2024, 5:22 PM IST

Rahul Gandhi to visit Rayagada

ରାୟଗଡ଼ା: ଆସୁଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ଏଥିପାଇଁ ରାୟଗଡ଼ା କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଆଜି ରାୟଗଡ଼ାର ଏକ ହୋଟେଲରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲାକାଙ୍କ ନେତୃତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସବିଶେଷ ସୂଚନା ଦିଆଯାଇଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଶାହାନବାଜ ଚୌଧୁରୀଙ୍କ ସୂଚନା ଅନୁସାରେ ଏହି ସମାବେଶ ପାଇଁ ରାହୁଲ ଗାନ୍ଧୀ ୩ ତାରିଖ ଦିନ ସକାଳ ୧୧ଟା ସମୟରେ ହେଲିକପ୍ଟର ଯୋଗେ ରାୟଗଡ଼ା ପହଞ୍ଚିବେ । ଏହାପରେ ସ୍ଥାନୀୟ ଜିଆଇଏସିଆର୍‌ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍‌ ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଡଃ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ । ସେହିପରି ଏହି ଶୋଭାରେ କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଆସୁଛନ୍ତି ରାହୁଲ; ରାୟଗଡ଼ାରେ ରାହୁଲ, ନବରଙ୍ଗପୁରରେ ପ୍ରଚାର କରିବେ ପ୍ରିୟଙ୍କା - Rahul and Priyanka to visit Odisha

ସେହିପରି ସେହିଦିନ ରାହୁଲ ଗାନ୍ଧୀ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଇବେ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଲୋକେ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବା ସହ ରାଜ୍ୟରେ ଏକାକୀ କଂଗ୍ରେସ ସରକାର ଗଠନ କରିବାକୁ ସହାୟକ ହେବେ ବୋଲି କଂଗ୍ରେସ ନେତା ଶାହାନବାଜ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସାଧାରଣ ସଂପାଦକ ରବୀନ୍ଦ୍ର ଡାଲଭେ, ପିସିସି ସାଧାରଣ ସଂପାଦକ ଦୁର୍ଗପ୍ରସାଦ ପଣ୍ଡା, ଆପଲସ୍ବାମୀ କାଡ୍ରାକାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି; 200ୟୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2ହଜାର ଟଙ୍କା - Rahul Gandhi 5 Guarantees

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.