ETV Bharat / politics

ପୁଅ ପାଇଁ ମତ ବଦଳାଇଲେ ସୁର: ହଜାର ହଜାର କର୍ମୀଙ୍କୁ ଡ଼ାକି କଲେ ଏକାଠି - sura changed his statement

author img

By ETV Bharat Odisha Team

Published : Mar 22, 2024, 9:42 PM IST

Jatani Assembly Constituency: ଜଟଣୀରେ ବିଧାୟକ ସୁର ରାଉତରାୟଙ୍କୁ ସମ୍ବର୍ଦ୍ଧନା । ପୁଅ ଯେଉଁ ଦଳରୁ ଠିଆ ହେବ ସେ ତାକୁ ସମର୍ଥନ କରିବେ କହିଲେ ସୁର । ଅଧିକ ପଢନ୍ତୁ

ପୁଅ ପାଇଁ ମତ ବଦଳାଇଲେ ସୁର :ହଜାର ହଜାର କର୍ମୀଙ୍କୁ ଡ଼ାକି କଲେ ଏକାଠି

ଖୋର୍ଦ୍ଧା: ଏଥର ମୋ ପୁଅ ଯେଉଁ ଦଳରୁ ଠିଆ ହେବ ମୁଁ ତାକୁ ସମର୍ଥନ କରିବି କିନ୍ତୁ କଂଗ୍ରେସ ଛାଡିବିନି । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଭାବେ ରହିଥିବା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୁର ରାଉତରାୟଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଜଟଣୀ ନାଗରିକ କମିଟି ଓ ଜଟଣୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣଙ୍କ ଦ୍ଵାରା ଗଙ୍ଗପଡ଼ା ପଞ୍ଚାୟତ ମା' ଲଟା ଭୁଆସୁଣୀ ପୀଠରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁରଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ନାମ ଘୋଷଣା କରିଛନ୍ତି । ଆଜି ଠାରୁ ମନ୍ମଥ ସୁରଙ୍କ ସ୍ଥାନରେ କାମ କରିବେ ଓ ସେ ଯେଉଁ ଦଳରୁ ଟିକେଟ ପାଇ ଲଢିବ ସେ ତାକୁ ସମର୍ଥନ କରିବି ବୋଲି କହିଥିଲେ ସୁର ରାଉତରାୟ । ତେବେ ନିର୍ବାଚନ କିଛି ଦିନ ପୂର୍ବରୁ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ଏକାଠି କରି ଆଜି ସୁର ତାଙ୍କ ପୁଅ ପାଇଁ ନୂଆ ରଣନୀତି ଆରମ୍ଭ କରିଛନ୍ତି । ସେହିପରି ସୁରଙ୍କ ପରି ତାଙ୍କ ପୁଅକୁ ମଧ୍ୟ ସମସ୍ତେ ଗ୍ରହଣ କରିବେ ବୋଲି କହିଛନ୍ତି ସୁର ।

ସେହିପରି ଏହି କାର୍ଯ୍ୟକ୍ରମକୁ ଦେଖିଲେ ଯେମିତି ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଥିଲା । ବିଜେଡି ସଭାକୁ ଯେମିତି ରଙ୍ଗର କପଡ଼ାରେ ସଜାଯାଏ ଠିକ୍ ସେହିପରି ସଭା ସ୍ଥଳକୁ ସାଜସଜ୍ଜା କରାଯାଇଥିଲା । ସେପଟେ ସୁର ଆଉ ନିର୍ବାଚନ ଲଢ଼ିବେ ନାହିଁ ଏବଂ ତାଙ୍କ ପୁଅ ଏଥର ଲଢିବେ ଓ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ । ସେହିପରି ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ କରି ନଥିଲେ । ଏହି ଅବସରରେ ସେ କହିଛନ୍ତି, "ମୁଁ ଲୋକଙ୍କ ସହ ଅଛି ଏବଂ ସମୟ ଆସିଲେ ସବୁ ସ୍ପଷ୍ଟ ହେବ ।"

ଏହା ମଧ୍ୟ ପଢନ୍ତୁ......ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି

ସେପଟେ ପୂର୍ବରୁ ମୋ ପୁଅ କଂଗ୍ରେସରୁ ଲଢିବ ବୋଲି ଦାବି କରୁଥିବା ସୁର ରାଉତରାୟ ଆଜି ହଜାର ହଜାର କର୍ମୀଙ୍କ ଆଗରେ ନିଜ ମତ ବଦଳାଇଛନ୍ତି । ଦୀର୍ଘ ଷାଠିଏ ବର୍ଷ ଧରି ଜଟଣୀ ନିର୍ବାଚନ ମଣ୍ଡଳୀ ଲୋକ ମୋ ସହ ଅଛନ୍ତି ଏବଂ ମୁଁ ତାଙ୍କ ସହ ଅଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେପଟେ ମନ୍ମଥ ଖୁବଶୀଘ୍ର ବିଜେଡ଼ିରେ ମିଶି ଜଟଣୀରୁ ବିଧାୟକ ପାର୍ଥି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.