ETV Bharat / politics

ଅଂଶୁମାନଙ୍କ ଇସ୍ତଫା: ଗଣେଶ୍ୱର କହିଲେ 'ଶୂନ୍ୟସ୍ଥାନ ପୂରଣ ପାଇଁ ଚେଷ୍ଟା କରିବୁ'

author img

By ETV Bharat Odisha Team

Published : Feb 14, 2024, 4:58 PM IST

Ganeswar Behera on Anshuman Mohanty resignation: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟ୍‌କା । ହାତମୁଠା ଟାଣ ବଦଳରେ ଖସୁଛି କଂଗ୍ରେସର ୱିକେଟ । ସେପଟେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଇସ୍ତଫା ଦେବା ପରେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ଯେଉଁମାନେ କଂଗ୍ରେସ ଦଳ ଛାଡି ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅନୁତପ୍ତ ।

'ଶୂନ୍ୟସ୍ଥାନ ପୂରଣ ପାଇଁ ଚେଷ୍ଟା କରିବୁ'
'ଶୂନ୍ୟସ୍ଥାନ ପୂରଣ ପାଇଁ ଚେଷ୍ଟା କରିବୁ'
'ଶୂନ୍ୟସ୍ଥାନ ପୂରଣ ପାଇଁ ଚେଷ୍ଟା କରିବୁ'

କେନ୍ଦ୍ରାପଡ଼ା: କଂଗ୍ରେସ ଛାଡିଛନ୍ତି ପୂର୍ବତନ ରାଜନଗର ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କୁ ପଠାଇଥିବା ସୂଚନା ମିଳିଛି । ଏହା ସହିତ ଦୀର୍ଘଦିନ ଧରି କଂଗ୍ରେସ ସହ ରଖିଥିବା ସମ୍ପର୍କର ଅବସାନ ଘଟାଇଛନ୍ତି ଅଂଶୁମାନ । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ । ହେଲେ ସେ ହଠାତ କଂଗ୍ରେସରୁ ଇସ୍ତଫା ଦେବା ଦଳୀୟ କର୍ମୀ ଓ ନେତୃତ୍ବଙ୍କୁ ବିସ୍ମିତ କରିଛି । ତେବେ ଏନେଇ ପ୍ରତିକ୍ରିୟା ରଖିବା ସହ ସେ ଏହି ଶୂନ୍ୟସ୍ଥାନ ପୂରଣ ପାଇଁ ଦଳ ଯଥାଶୀଘ୍ର ପ୍ରୟାସ ଆରମ୍ଭ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ।

ଅଂଶୁମାନଙ୍କ ବାପା ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ଏକଦା ରାଜ୍ୟ ରାଜନୀତିରେ ନିଜର ଦବଦବା ରଖିଥିଲେ । ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ରହି ଆସିଥିବାରୁ ନଳିନୀଙ୍କୁ ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରଥମେ ବିଶ୍ବାସ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡି ବହିଷ୍କୃତ କରିଥିଲା । ତେବେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢ଼ି ନଳିନୀକାନ୍ତ ବିଜେଡି ବିଧାୟକ ପ୍ରାର୍ଥୀ ଅଲେଖ ଜେନାଙ୍କ ଠାରୁ ପରାଜିତ ହୋଇଥିଲେ । ଏତିକିରେ ତାଙ୍କ ରାଜନୈତିକ ଜୀବନର ଅନ୍ତ ଘଟିଥିଲା । ଏହାପରେ ୨୦୧୪ରେ ଅଂଶୁମାନ କଂଗ୍ରେସ ଟିକେଟରୁ ରାଜନଗର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁନରାୟ ୨୦୧୯ ମସିହାରେ ଏହି ସମ୍ମାନଜନକ ସିଟରୁ ପ୍ରାର୍ଥୀ ହୋଇଥିଲେ ହେଁ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ତାଙ୍କୁ ପରାସ୍ତ କରିଥିଲେ । ପରେ କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଅଂଶୁମାନଙ୍କୁ ଜିଲ୍ଲା ସଭାପତି ଘୋଷଣା କରିଥିଲା । ସେହିଦିନଠାରୁ ଅଦ୍ୟାବଧି ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଂଶୁମାନ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

ତେବେ ଆଜି ସକାଳୁ ହଠାତ ଅଂଶୁମାନ କଂଗ୍ରେସରୁ ଇସ୍ତଫା ଦେବା ଦଳୀୟ କର୍ମୀ ଓ ନେତୃତ୍ବଙ୍କୁ ନିରାଶ କରିଛି । ଅଂଶୁମାନଙ୍କ ଇସ୍ତଫା ଖବର ପାଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଅଂଶୁମାନ "ଭବିଷ୍ୟତ ପାଇଁ ଏହି ନିଷ୍ପତ୍ତି" ବୋଲି କହିଥିବା ପ୍ରତିକ୍ରିୟା ରଖିଛନ୍ତି ଗଣେଶ୍ବର । ଗଣେଶ୍ବର କହିଛନ୍ତି, "ଦଳ ପାଇଁ ଏହା ଏକ ଦୁଃସମ୍ବାଦ ଓ ନୈରାଶ୍ୟଜନକ ଖବର । ଏହି ଶୂନ୍ୟସ୍ଥାନ ପୂରଣ ପାଇଁ କଂଗ୍ରେସ ପ୍ରୟାସ ଆରମ୍ଭ କରିବ । ସେ କେଉଁ ଦଳକୁ ଯିବେ, ସେକଥା ତାଙ୍କ ଉପରେ ନିର୍ଭର କରେ ।" ତେବେ ଅତୀତରେ ଯେଉଁମାନେ କଂଗ୍ରେସ ଦଳ ଛାଡି ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅନୁତପ୍ତ, ଆଉ କିଛି ଉଲ୍ଲସିତ ବୋଲି କହିଛନ୍ତି ଗଣେଶ୍ବର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.