ETV Bharat / politics

'ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ' - CONGRESS CRITICIZED BJP AND BJD - CONGRESS CRITICIZED BJP AND BJD

Congress criticize BJP and BJD: ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ବିଜେପି ଓ ବିଜେଡିର ଶପଥ ଗ୍ରହଣ ସମାରୋହ ତାରିଖ ଘୋଷଣାକୁ ନିନ୍ଦା କରିଛି କଂଗ୍ରେସ । ଆସନ୍ତା ଜୁନ ୧୦ରେ ବିଜେପି ଓ ୯ରେ ବିଜେଡି ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Congress criticize BJP and BJD
Congress criticize BJP and BJD (ETV Bharat)
author img

By ETV Bharat Odisha Team

Published : May 7, 2024, 9:23 PM IST

Congress criticized BJP and BJD (ETV Bharat)

ଭୁବନେଶ୍ବର: ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପରେ କୁହୁଳିବାରେ ଲାଗିଛି ରାଜନୈତିକ ତାତି । ବ୍ରହ୍ମପୁରର କନିଷି ଗସ୍ତରେ ପ୍ରଧାନମନ୍ତ୍ରୀ ଜୁନ 4ରେ ବିଜେଡିର ଏକ୍ସପାଏରୀ ଡେଟ୍ ଲେଖାହୋଇଛି ବୋଲି କଟାକ୍ଷ କରିଥିଲେ । ଏପରିକି ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ସେ କହିଥିଲେ । ଯାହାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି । ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ ବୋଲି କହିଛି କଂଗ୍ରେସ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ନାଁ ନନେଇ ବିଜେପି ଦିନରେ ସ୍ବପ୍ନ ଦେଖୁଛି ବୋଲି କହିଛନ୍ତି । ବିରୋଧୀ ମିଛ ପ୍ରଚାର କରୁଛନ୍ତି ଓ ନିର୍ବାଚନ ସମୟ ଆସିଲେ ଲୋକଙ୍କ କଥା ମନେ ପଡେ ବୋଲି ସମାଲୋଜନା କରିଛନ୍ତି । ବିଜେଡି ନେତା ଭିକେ ପାଣ୍ଡିଆନ ମୋଦିଙ୍କୁ ପାଲଟା ଜବାବ ଦେଇ ଓଡ଼ିଶାରେ ଜୁନ 9 ତାରିଖରେ ନବୀନଙ୍କ ଶପଥ ଗ୍ରହଣ ହେବ ବୋଲି ଦୃଢ଼ ଜବାବ ଦେଇଛନ୍ତି । ସାହସ ଅଛି ଯଦି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ଭିକେ ପାଣ୍ଡିଆନ । ଉଭୟ ଦଳ ମାନଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ମଧ୍ୟରେ କଂଗ୍ରେସ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ... ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି - BJP Press Meet

ଦଳର ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି କହିଛନ୍ତି ଯେ, ଏହା ଅହଙ୍କାରୀଙ୍କ ଭାଷା ଓ ଗଣତନ୍ତ୍ର ପ୍ରତି ଅସମ୍ମାନ । ପୂର୍ବରୁ ନିର୍ବାଚନ ନ ହେଉଣୁ ସଂଖ୍ୟାକୁ ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିଲେ ୨ ଦଳ । ଏବେ ଶପଥ ଗ୍ରହଣର ତାରିଖ ଘୋଷଣା କରିବା ଗଣତନ୍ତ୍ର ପ୍ରତି ବିପଦ । ଫଳରେ ଉଭୟ ବିଜେପି ଓ ବିଜେଡି ଗୋଟିଏ ରାସ୍ତାରେ ଚାଲୁଛନ୍ତି ବୋଲି ତୀବ୍ର ସାମାଲୋଚନା କରିଛନ୍ତି ବିଶ୍ବ ରଞ୍ଜନ । ଏହା ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ବା ବିଦାୟୀ ଉତ୍ସବର କାର୍ଡ ବୋଲି ସେ କଟାକ୍ଷ ମଧ୍ୟ କରିଛନ୍ତି । ଉଭୟ ଦଳ ଲୋକଙ୍କ ସହ ଧୋକା ଓ ଅନ୍ୟାୟ କରିଛନ୍ତି । ମହିଳା, ଚାଷୀ , ଯୁବକ, ଦଳିତ ଆଦି ବର୍ଗମାନଙ୍କ ସହିତ ଉଭୟ ସରକାର ଅନ୍ୟାୟ କରିଛନ୍ତି । ଏହାର ଜବାବ ଓଡିଶାର ଜନତା ଦେବେ । ଉଭୟ ଦଳଙ୍କ ବିରୋଧୀ ଭୋଟ କଂଗ୍ରେସକୁ ମିଳିବ ବୋଲି କହିଛନ୍ତି ବିଶ୍ବ ରଞ୍ଜନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.