ETV Bharat / politics

'ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ'; ବଜେଟକୁ ନେଇ ତାତିଲେ କଂଗ୍ରେସ-ବିଜେଡି - BIASED ATTITUDE TOWARDS ODISHA - BIASED ATTITUDE TOWARDS ODISHA

Union Budget 2024: କେନ୍ଦ୍ରୀୟ ବଜେଟ୍‌ 2024ରେ ଓଡ଼ିଶାକୁ ଚରମ ଅବହେଳା । ଆନ୍ଧ୍ର ଓ ବିହାରକୁ ଅଜାଡ଼ିଲେ, ହେଲେ ଓଡ଼ିଶାକୁ ଭୁଲି ଯିବାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ । ଅଧିକ ପଢ଼ନ୍ତୁ

Union Budget 2024
Union Budget 2024 (ETV Bharat Odisha)
author img

By ETV Bharat Odisha Team

Published : Jul 23, 2024, 6:07 PM IST

ଭୁବନେଶ୍ବର: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଜି ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ତେବେ ଏଥର ବଜେଟ୍‌ରେ ବିହାର ଓ ଆନ୍ଧ୍ର ପ୍ରଦେଶ ବିଶେଷ ଅନୁଦାନ ଅଜାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁଠି କି ଓଡ଼ିଶା ଚରମ ଅବହେଳାର ଶିକାର ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିଛି । ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । ଓଡିଶାବାସୀଙ୍କ ବିପୁଳ ସମର୍ଥନ ପାଇବା ପରେ ମଧ୍ୟ ବିଜେପି ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ଦୃଢ଼ ବିରୋଧ କରିଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ ।

Union Budget 2024 (ETV Bharat Odisha)

ଓଡ଼ିଶାକୁ ପକ୍ଷପାତିତା କହିଲା ବିଜେଡି:-

ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "କେନ୍ଦ୍ର ସରକାର ନିଜ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ନିଜ ସରକାର ବଞ୍ଚାଇବା ପାଇଁ ଓଡ଼ିଶାକୁ ଅବହେଳା କରିଛନ୍ତି । ଯେହେତୁ ଅନ୍ୟ ରାଜନୈତିକ ଦଳର କାନ୍ଧରେ ଭରା ଦେଇ ବିଜେପି ସରକାର ତିଷ୍ଠିଛି, ସେମାନଙ୍କ ସ୍ବାର୍ଥ ପାଇଁ ଓଡ଼ିଶାକୁ ଅବହେଳା କରାଯାଇଛି । ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି, ପକ୍ଷପାତିତା କରୁଛନ୍ତି ।" ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, "ପୂର୍ବରୁ ଅନେକ ପ୍ୟାକେଜ ଘୋଷଣା ହୋଇଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଫଳପ୍ରଦ ହୋଇନି । ପ୍ୟାକେଜରେ କଣ ରହୁଛି, ତାକୁ ଅପେକ୍ଷା । ଘୋଷଣା ଶେଷ ନୁହେଁ, କେନ୍ଦ୍ର ବଜେଟର ଚୂଡାନ୍ତ ରୂପରେଖ ପ୍ରକାଶ ପାଉ । ପୂର୍ବରୁ ଯାହା ଘୋଷଣା କରିଛନ୍ତି, କିଛି କାର୍ଯ୍ୟ ହୋଇନାହିଁ ।"

'ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ':- କଂଗ୍ରେସ

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, "କେନ୍ଦ୍ର ସରକାର ହେଉଛି ଜୁମଲା ସରକାର । ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି । ଏହା ବରଦାସ୍ତ ବାହାରେ ହେଲାଣି । ଓଡ଼ିଶାବାସୀଙ୍କୁ କେବଳ ଭୁଆଁ ବୁଲାଉଛି ବିଜେପି । ଯଦି ତାଙ୍କ ମେଣ୍ଟ ସରକାର ଥିବା ରାଜ୍ୟ ଆନ୍ଧ୍ର ଓ ବିହାରକୁ ଦେଇପାରିଲେ, ଓଡ଼ିଶାରେ ତାଙ୍କ ସରକାର ଅଛି, କାହିଁକି ଦେଲେନି ? କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି କରିବ ।" ସେହିଭଳି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ଏବେ ନୁହେଁ, 10 ବର୍ଷ ହେଲା ଓଡ଼ିଶାର କିଛି ବିକାଶ ହୋଇନି । ଆମେ ସବୁବେଳେ ଅବହେଳିତ ଥିଲୁ । ଏଥର ଟାକ୍ସ ଗୁଡ଼ାକ ମଧ୍ୟ ବଢ଼ିଛି । ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ମଞ୍ଜୁରୀ ଦେଇ ଓଡ଼ିଶାକୁ ଧୋକା ଦିଆଯାଇଛି । ଆମେ ବଜେଟକୁ ଭଲ ଭାବେ ଅନୁଧ୍ୟାନ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ବଜେଟରେ ପୋଲାଭରମ ପ୍ରକଳ୍ପକୁ ଅନୁଦାନ; ତାତିଲେ ବିଜେଡି-କଂଗ୍ରେସ, ପ୍ରକଳ୍ପ ହେଲେ ବୁଡିଯିବ ଓଡ଼ିଶାର ଅନେକ ଗାଁ - Polavaram project row

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.