ETV Bharat / politics

ସମ୍ବଲପୁରରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର, ପଚାରିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? - Dharmendra Slams BJD - DHARMENDRA SLAMS BJD

Central Minister Dharmendra Slams BJD: ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନବାଣ । ଜାଣନ୍ତୁ ବିଜେଡି ସରକାର ବିଷୟରେ କ'ଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra Targets BJD
Dharmendra Targets BJD (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 4:04 PM IST

Dharmendra Targets BJD (ETV Bharat Odisha)

ସମ୍ବଲପୁର: ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନବାଣ । "ଲୋକସଭାରେ ବିଜେପି ସହ ପ୍ରତିଦ୍ବନ୍ଦିତା କରୁଛ, ତେବେ ବିଜେଡିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ?" ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେତିକି ବିଶ୍ୱସନୀୟତା ରହିଛି ତାହା ଓଡ଼ିଶାର ଲୋକଙ୍କ ଭିତରେ ମଧ୍ୟ ଅଛି। ଏଥର ରାଜ୍ୟ ବିଧାନସଭା ଓ ଲୋକସଭା ପାଇଁ ଏହା ଭୋଟରେ ପ୍ରତିଫଳିତ ହେବ। ମୋର ମୌଳିକ ପ୍ରଶ୍ନ ଯେ, ଯେଉଁମାନେ ଆମ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ଲୋକସଭାରେ ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ନରେନ୍ଦ୍ର ମୋଦି। ତେବେ ବିଜେଡିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଏହା ବିଜେଡି ସ୍ପଷ୍ଟ କରୁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଚଳିତ ନିର୍ବାଚନରେ ଲୋକମାନେ ଏକତରଫା ଭାବେ ବିଜେପିକୁ ଭୋଟ ଦେଇ ପ୍ରାର୍ଥୀମାନଙ୍କୁ ୨୧ ରୁ ୨୧ ଲୋକସଭା ଆସନରେ ଆଶୀର୍ବାଦ କରିବେ। କାରଣ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହିଛି । ଗତ ୧୦ ବର୍ଷ ଭିତରେ ଓଡିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଭିନ୍ନ ଅନୁଦାନ ମିଳିଛି ।"

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ହୋଇଛି। ଓଡ଼ିଶାରେ ସଡ଼କ, ରେଳବାଇ, ଏୟାରପୋର୍ଟର ମାତ୍ରା ବଢିଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 34 ଲକ୍ଷ ଲୋକଙ୍କୁ ଘର ଦିଆଯାଇଛି। ଓଡ଼ିଶାରେ ପାଖାପାଖି ୫୦ ଲକ୍ଷ ଚାଷୀଙ୍କୁ କୃଷକ ସମ୍ମାନ ନିଧି ଦିଆଯାଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଉପରେ ଓଡ଼ିଆ ଲୋକଙ୍କ ଭରସା ବଢିଛି। ତେଣୁ ଏଥର ୨୧ ରୁ ୨୧ ଲୋକସଭା ସିଟ୍ ବିଜେପି ଜିତିବ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଅନେକ ପ୍ରଶ୍ନ ଉଠୁଛି। ଯେଉଁମାନେ ୨୪ ବର୍ଷ ଧରି ଶାସନରେ ରହିଲେ ସେମାନେ କେବେ ମୂଳ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। କଂଗ୍ରେସ ଦଳକୁ ଲମ୍ବା ସମୟ ସୁଯୋଗ ମିଳିଲା। ବିଜେଡି ୨୪ ବର୍ଷ ସେବା କରିବାର ଅବସର ମିଳିଲା। ଏଥର ନରେନ୍ଦ୍ର ମୋଦି ନିଜେ ଅନୁରୋଧ କଲେ ଯେ ତାଙ୍କୁ ଥରେ ଅବସର ଦିଆଯାଉ। ଯେଉଁ ପ୍ରଶ୍ନ ସେ ଉଠାଇଲେ ତାହା ହେଉଛି ଓଡ଼ିଶାରେ ଏତେ ସମ୍ଭାବନା ଥିବା ସତ୍ତ୍ବେ ଏତେ ଗରିବ କାହିଁକି? କାହିଁକି ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି? କାହିଁକି ପିଇବା ପାଣି ନାହିଁ? କାହିଁକି ଜଳସେଚନ ନାହିଁ? କାହିଁକି ହିଞ୍ଜିଳିରେ ଶୀତଳ ଭଣ୍ଡାର ନାହିଁ? କାହିଁକି ସ୍କୁଲରେ ଶିକ୍ଷକ ନାହାନ୍ତି ? କାହିଁକି ଆଦିବାସୀମାନଙ୍କର ଜମି ବିକିବା ପାଇଁ ଷଡ଼ଯନ୍ତ୍ର କରାଗଲା? ତେଣୁ ଏମାନଙ୍କୁ ବଦଳାଇ ଆମକୁ ସୁଯୋଗ ଦିଅନ୍ତୁ।"

ଏହା ବି ପଢନ୍ତୁ...ସମ୍ବଲପୁର ମହାଲଢେଇ: ଜୟନାରାୟଣଙ୍କୁ ସୁହାଇବ କି ଧର୍ମେନ୍ଦ୍ରଙ୍କ କ୍ରେଜ ? - BJP CAMPAIGN IN SAMBALPUR

"ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବୁ। ଏଠାକାର ଶାସକ ଦଳର ନେତା ଏହାର ଉତ୍ତର ନଦେଇ ନରେନ୍ଦ୍ର ମୋଦିଙ୍କୁ ଟାହି ଟାପରା କରୁଛନ୍ତି । ୨୪ ବର୍ଷ ଧରି ଯେଉଁମାନେ ପ୍ରତାରଣା କଲେ, ସେମାନେ ମିଛ କହିଲେ । ଲୋକେ ତାଙ୍କୁ ବିଶ୍ୱାସ କରିବେ ନା 10 ବର୍ଷରେ ନରେନ୍ଦ୍ର ମୋଦି ଯେଉଁ କାମ କରି ଦେଖାଇଲେ ତାକୁ ଲୋକ ବିଶ୍ୱାସ କରିବେ,ଏହା ଜନତା ନିର୍ଣ୍ଣୟ କରିବେ" ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.