ETV Bharat / politics

ତୁଟୁନି ମହାନଦୀ କଳି: ବିଜେପି-ବିଜେଡି ତୁ ତୁ ମେଁ ମେଁ - Mahanadi water dispute

author img

By ETV Bharat Odisha Team

Published : Jun 28, 2024, 4:33 PM IST

BJP On Mahanadi water dispute: ମହାନଦୀ ଜଳ ବିବାଦକୁ ନେଇ ଚାଲିଛି କାଦୁ ଫିଙ୍ଗା ରାଜନୀତି । କାଲି ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କାଉଣ୍ଟର ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ଅଧିକ ପଢ଼ନ୍ତୁ

Mahanadi water dispute
Mahanadi water dispute (ETV Bharat Odisha)

ଭୁବନେଶ୍ବର: ତୁଟୁନି ମହାନଦୀ କଳି । ପୁଣି ମହାନଦୀ ଜଳ ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନଙ୍କୁ ବିଜେଡି ଗତକାଲି କାଉଣ୍ଟର କରିବା ପରେ ଆଜି ପୁଣି ସାମ୍ନାକୁ ଆସିଛି ବିଜେପି । ମହାନଦୀ ବିବାଦରେ ବିଜେଡି ଆମ ଉପରକୁ କାଦୁଅ ଫିଙ୍ଗିବା ବନ୍ଦ କରୁ ବୋଲି କହିଛନ୍ତି ସଜ୍ଜନ ଶର୍ମା । ଏକ ସାମ୍ବାଦିକ ସମ୍ମିଳନୀରେ ସଜ୍ଜନ ଶର୍ମା କହିଛନ୍ତି,"25 ବର୍ଷ ପର୍ଯ୍ୟନ୍ତ ସରକାରରେ ଥିବା ବିଜୁ ଜନତା ଦଳ କେବଳ ମିଛ କହିବା, ପ୍ରତାରିତ କରିବା ଜାଣିଛି । ଏତେ ପାପ କରିଛି ଏ ଦଳ ଯେ, ଯାହାର ଉତ୍ତର ଜନସାଧାରଣ ଦେଇଛନ୍ତି । ତେଣୁ ପ୍ରମୁଖ ବିରୋଧୀ ଦଳର ଭୂମିକା ବିଜୁ ଜନତା ଦଳ ସଠିକ ରୂପେ ନିର୍ବାହ କରୁ, ଏଭଳି ବିଭ୍ରାନ୍ତିକର କଥାରୁ ନିବୃତ ରୁହନ୍ତୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ଜଳସମ୍ପଦର ବିକାଶ ଓ ସୁରକ୍ଷାର ଦାୟିତ୍ୱ ବିଜେପିର । ଆଗାମୀ ଦିନରେ ଏହା ସବୁ ପୂରଣ ହେବ । ମହାନଦୀ ପ୍ରସଙ୍ଗର ସମସ୍ୟାର ସମାଧାନ ମଧ୍ୟ ହେବ । ବିଜେଡି ସରକାର ୨୫ ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ରାଜ୍ୟର ସାମୁହିକ ସ୍ୱାର୍ଥକୁ ଅଣଦେଖା କରି ଚାଲିଥିଲା । ଫଳସ୍ୱରୁପ ଓଡିଶାର ବିକାଶରେ ବାଧାପ୍ରାପ୍ତ ହେଲା । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ ନେତାମାନେ ସ୍ୱର୍ଣ୍ଣଗର୍ଭା ଓଡିଶାକୁ ଲୁଟ୍ କରିଛନ୍ତି । ବିଜେଡି ଶାସନରେ ଅଣନିଶ୍ୱାସୀ ଓଡିଶାବାସୀ ପରିବର୍ତ୍ତନ ମୁହାଁ ହୋଇ ବିଜେପିକୁ ଶାସନ ଭାର ଦେଲେ । ଆଜି ଯେତେବେଳେ ଧୀରେ ଧୀରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ସାମ୍ନାକୁ ଆସୁଛି ।" ବିବ୍ରତ ହୋଇ ବିଜେଡିର ନେତାମାନେ ଗଣମାଧ୍ୟମକୁ ପୁଣି ଥରେ ବିଭ୍ରାନ୍ତ ବକ୍ତବ୍ୟ ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସଜ୍ଜନ ଶର୍ମା।

ଏହା ମଧ୍ୟ ପଢ଼ନ୍ତୁ... ଏବେ ଟ୍ରିପଲ ଇଞ୍ଜିନ ସରକାର, ବାହାନା ନକରି ମହାନଦୀ ବିବାଦର ସମାଧାନ କରନ୍ତୁ: ବିଜେଡି - ODISHA CHHATTISGARH WATER DISPUTE

ସେ ଆହୁରି ମଧ୍ୟ କହିଛନ୍ତି "ଓଡିଶାରେ ଅପାର ସମ୍ଭାବନା ସତ୍ତ୍ବେ ନିଜ ଅପାରଗତା ଏବଂ ଦୂରଦୃଷ୍ଟି ଅଭାବ କାରଣରୁ ବିଜେଡି ସରକାର ହୀରାକୁଦ ନଦୀବନ୍ଧର ତଳ ଭାଗରେ ଗୋଟିଏ ହେଲେ ବନ୍ଧ ନିର୍ମାଣ କରିପାରିଲେ ନାହିଁ । କେବଳ ମହାନଦୀ ନୁହେଁ, ରାଜ୍ୟର କୌଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ ସଂପୂର୍ଣ୍ଣ କରିପାରିଲେ ନାହିଁ । ଜଳସେଚନ, ଜଳସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରାଗଲା । ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଚଳୁ କରିଦେଇଛନ୍ତି । ନବୀନ ବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ବିଜେପି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.