ETV Bharat / politics

କେନ୍ଦୁଝର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଏମ ଚୁବା ଆଓ

M Chuba Ao visits Kendujhar: ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏମ. ଚୁବା ଆଓ । ଅଧିକ ପଢ଼ନ୍ତୁ

ଦିନିକିଆ କେନ୍ଦୁଝର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଏମ ଚୁବା ରାଓ

author img

By ETV Bharat Odisha Team

Published : Mar 14, 2024, 9:44 AM IST

ଦିନିକିଆ କେନ୍ଦୁଝର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଏମ ଚୁବା ରାଓ

କେନ୍ଦୁଝର: ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏମ. ଚୁବା ଆଓ । ବୁଧବାର ସକାଳୁ ପ୍ରଥମେ ସେ କେନ୍ଦୁଝର ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ପରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି କହିଛନ୍ତି ।

ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତର ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି । ବିକଶିତ ଭାରତ ଲକ୍ଷ୍ୟ ପାଇଁ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ମତ ନେଇଥିଲେ ଏମ. ଚୁବା ଆଓ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ଉପସଭାନେତ୍ରୀ ଅସୀମା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ଅଭିମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବିଭିନ୍ନ ଏନଜିଓ ତଥା ଅବସରପ୍ରାପ୍ତ ଶିକ୍ଷକ ଏବଂ ଟ୍ରକ ମାଲିକ ସଂଘ ପରି ଜିଲ୍ଲାର ଅନ୍ୟାନ୍ୟ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଅରୁଣାଚଳରେ ସମସ୍ତ 60 ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି, ମୁକ୍ତୋରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ

ଏହା ମଧ୍ୟ ପଢ଼ନ୍ତୁ... ହଟୁନି ମେଣ୍ଟ ସସପେନ୍ସ; କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ କହିଲେ ଆଶା ଲାକ୍ରା

ଆଦିବାସୀ ବହୁଳ ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ, ସାମାଜିକ ସଂଗଠନର ପ୍ରତିନିଧିଙ୍କ ମତ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ ବୋଲି ରାଷ୍ଟ୍ରୀୟ ଉପସଭାପତି ଏମ ଚୁବା ଆଓ ପ୍ରକାଶ କରିଥିଲେ । ରାଷ୍ଟ୍ରୀୟ ଉପସଭାପତିଙ୍କ ଗସ୍ତ ନେଇ ସଦର ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଚୁବା ଆଓ ଆଜି ମୋଦିଙ୍କ ସନ୍ଦେଶକୁ ବାଣ୍ଟିବା ପାଇଁ ଆସିଥିଲେ । ତେବେ ମୋଦିଙ୍କ ବିକଶିତ ଭାରତର ସ୍ବପ୍ନକୁ ଆମେ ପୁରଣ କରିବୁ । ଯାହା ପାଇଁ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ସମସ୍ତଙ୍କ ମୌଳିକ ସମସ୍ୟାକୁ ସୁଧାରିବା ପାଇଁ ଆମେ ଚେଷ୍ଟା କରିବୁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.