ETV Bharat / politics

ବିରାଟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଲେ ସମ୍ବିତ - Sambit Patra challenges BJD - SAMBIT PATRA CHALLENGES BJD

Puri Politics: ନିର୍ବାଚନ ବିଗୁଲ୍ ବାଜିବା ପରେ ପୁରୀରେ ମଇଦାନକୁ ଓହ୍ଲାଇଲା ବିଜେପି । ବିରାଟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଲେ ସମ୍ବିତ ପାତ୍ର । ଅଧିକ ପଢନ୍ତୁ

Sambit Patra
Sambit Patra
author img

By ETV Bharat Odisha Team

Published : Apr 4, 2024, 7:47 PM IST

ବିରାଟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଲେ ସମ୍ବିତ

ପୁରୀ: ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପୁରୀର ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଛି । ବିଜେପି ପକ୍ଷରୁ ପୁରୀ ଭୂଦାନଠାରେ ଆଜି (ଗୁରୁବାର) ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବିରାଟ କର୍ମୀ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଆଗାମୀ ନିର୍ବାଚନରେ କିଭଳି ଲଢେଇ ହେବ ଏବଂ ନିର୍ବାଚନ କିଭଳି ପରିଚାଳନା ହେବ ସେନେଇ ସମ୍ମିଳନୀରେ ବିଶେଷ ଆଲୋଚନା ହୋଇଛି ।

ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ, ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବହୁ ତୁଙ୍ଗ ନେତା ଓ କର୍ମୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । କର୍ମୀ ସମ୍ମିଳନୀରେ ଯୋଗ ଦେଇଥିବା ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି ଯେ ସେ ନିଜେ ନୁହେଁ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନିର୍ବାଚନ ଲଢ଼ୁଛନ୍ତି । ପୁରୀର ବିକାଶ ତଥା ଦେଶର ଅନେକ ବିକାଶ ଦ୍ରୁତ ଗତିରେ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ କଥାରେ ନୁହେଁ କାର୍ଯ୍ୟରେ କରି ଦେଖାନ୍ତି । ମୋଦି ଗ୍ୟାରେଣ୍ଟି ଏବେ ଲୋକଙ୍କ ହୃଦୟକୁ ଛୁଇଁଥିବା ବେଳେ ଆଗାମୀ ନିର୍ବାଚନରେ ବିଜେପି ପୁରୀ ଲୋକସଭା ଏବଂ ପୁରୀ ଜିଲ୍ଲାର ୬ଟି ବିଧାନସଭାରେ ବିପୁଳ ବିଜୟ ହାସଲ କରିବ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ଏହା ବି ପଢନ୍ତୁ- କାହାର ହେବ ପୁରୀ ? ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର

ସେପଟେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଦୁର୍ନୀତି ଗ୍ରସ୍ତ ବିଜେଡି ସରକାରର ପତନ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକମାନେ ସ୍ଥିର କରିସାରିଲେଣି । ଫନି ବାତ୍ୟାରେ ବାସହୀନ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୋଦି ସରକାର ଆବାସ ଘର ଦେଇଥିଲେ । ହେଲେ ବିଜେଡିର କୁଚକ୍ରି ନେତା ଏହା କରାଇ ଦେଲେନି । ଫଳରେ ଆବାସ ଗୃହ ପାଇଁ ଆସିଥିବା ଅର୍ଥ ଫେରିଗଲା । ଗୃହରୁ ବଞ୍ଚିତ ହେଇଥିବା ହିତାଧିକାରୀଙ୍କ ଲୁହରେ ବିଜେଡି ସରକାରର ପତନ ହେବ । ପୁରୀ ରେଳୱେ ଷ୍ଟେସନକୁ ବିଶ୍ଵ ସ୍ତରୀୟ ଯୋଜନା, ମାଟିଆ ପଡ଼ା ଓଭରବ୍ରିଜ ନିର୍ମାଣ, ବିମାନ ବନ୍ଦର ନିର୍ମାଣ, ମେଡ଼ିକାଲ କଲେଜ ନିର୍ମାଣ, ଷ୍ଟାଡିୟମ ନିର୍ମାଣ ସହିତ ପୁରୀ ସହରର ବିକାସ ପାଇଁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଦେଇଛନ୍ତି । ଆଗାମୀ ଦିନରେ ବିଜେପି ସରକାର ଆସିଲେ ପୁରୀର ଆହୁରି ଦ୍ରୁତ ବିକାଶ ହେବ ।"

ଅନ୍ୟପଟେ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଥିବା ବିଜେପିର ଓମ ପ୍ରକାଶ ମିଶ୍ର କହିଛନ୍ତି, "ବିଜେଡି ପ୍ରାର୍ଥୀ ସଂଜୟ ଦାସ ବର୍ମା ଜଣେ ସୁବିଧାବାଦୀ । ବ୍ରହ୍ମଗିରିରେ ହାରିବା ସ୍ଥିତି ଜାଣିବା ପରେ ଶୀର୍ଷ ନେତୃତଙ୍କୁ ହାତ କରି ସତ୍ୟବାଦୀ ଟିକଟ ହାସଲ କରିଛନ୍ତି । ସତ୍ୟବାଦୀ ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସତ୍ୟବାଦୀ ଏକ ପର୍ଯ୍ୟଟନ ସ୍ଥଳୀ ହେଇଥିବା ବେଳେ ଅନେକ ବାହାର ଲୋକ ବୁଲି ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି । ସେହିପରି ବିଜେଡିର ପ୍ରାର୍ଥୀ ଜଣେ ପର୍ଯ୍ୟଟକ ଭଳି ଆସିଛନ୍ତି । ଆଉ ଖୁବଶୀଘ୍ର ସେ ସତ୍ୟବାଦୀରୁ ପଳାୟନ କରିବେ । ମୋଦିଜିଙ୍କ ଲହରକୁ ନେଇ ଲୋକମାନେ ଉତ୍ସାହିତ ଥିବା ବେଳେ ଆଗାମୀ ନିର୍ବାଚନରେ ବିଜେପି ପୁରୀ ଲୋକସଭା ସହ ପୁରୀ ଜିଲ୍ଲାର 6ଟି ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.