ETV Bharat / politics

'ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି ପ୍ରଦୀପ'; ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD meets CEO

BJD meets CEO: ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି । ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନାଲି ଆଖି ଦେଖାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD meets CEO
BJD meets CEO
author img

By ETV Bharat Odisha Team

Published : Apr 10, 2024, 10:39 PM IST

BJD meets CEO

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଏଭଳି ଅଭିଯୋଗ ନେଇ ପ୍ରଦୀପଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଦୀପଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନାଲି ଆଖି ଦେଖାଉଥିବା ନେଇ ଆଜି ବିଜେଡିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ।

ଏନେଇ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଭେଟି ଦାବି କରିଛି ବିଜେଡି । କଥା ନମାନିଲେ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦୀପ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେଥିପାଇଁ ପ୍ରଦୀପଙ୍କ ବିରୋଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି । ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ଏକ ଗୁରୁତ୍ବପୂର୍ଣ୍ଣ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆସିଥିଲୁ । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପ ବାବଦରେ ରାଜ୍ୟବାସୀ ଅବଗତ ଅଛନ୍ତି । ଲୋକଙ୍କ ଅର୍ଥ ହଡ଼ପ କରି ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହି ଫେରିଛନ୍ତି । ବିଜେପି ତାଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିବା ପରେ ସେ ତାଙ୍କର ଅସଲ ସ୍ବରୂପ ଏବେ ଦେଖାଉଛନ୍ତି । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ ଅୟୋଗଙ୍କ ଅଧୀନରେ ଥିବା ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି ପ୍ରଦୀପ । ଆଇଏଏସ୍‌ ଓ ଆଇପିଏସ୍‌ଙ୍କୁ ଯେପରି ଭାବେ ନିର୍ବାଚନ ଅୟୋଗଙ୍କୁ ଅଭିଯୋଗ କରି ବଦଳି କଲୁ ସେମିତି ରାଜ୍ୟର ଅଧିକାରୀଙ୍କୁ ବଦଳି କରିବୁ ବୋଲି ପ୍ରଦୀପ ଧମକ ଦେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ ପାଣିଗ୍ରାହୀ - Election 2024

ସେ ଆହୁରି ମଧ୍ୟ କହିଛନ୍ତି, "ବିଜୁ ଜନତା ଦଳ ଗଣତାନ୍ତ୍ରିକ ଢାଞ୍ଚାରେ ବିଶ୍ବାସ କରେ । ନିର୍ବାଚନ ଅୟୋଗଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଅଛି । ନିର୍ବାଚନ ଆୟୋଗ ଯେପରି ଭାବେ ଅତୀତରେ କାର୍ଯ୍ୟ କରିଛନ୍ତି, ଆଗକୁ ମଧ୍ୟ ସେମିତି ଜାରି ରଖିବେ । ପ୍ରଦୀପଙ୍କ ଏଭଳି କାର୍ଯ୍ୟକଳାପ ଉପରେ ନିର୍ବାଚନ ଆୟୋଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଆଉ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ।" ଏହି ପ୍ରତିନିଧି ଦଳରେ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ଆଡଭୋକେଟ ରାଜକିଶୋର ଦାସ, ପ୍ରିୟବ୍ରତ ମାଝୀ, ମିହିର ରାୟ, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ, ଇପ୍ସିତା ସାହୁ ପ୍ରମୁଖ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.