ETV Bharat / politics

ପରାଜୟ ପରେ ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି ! - odisha election results

author img

By ETV Bharat Odisha Team

Published : Jun 22, 2024, 9:37 AM IST

ଚଳିତ ନିର୍ବାଚନରେ ଭୁଶୁଡିଗଲା ବିଜେଡିର ଦୂର୍ଗ । ପରାଜୟର କାରଣ ଖୋଜୁଛି ଦଳ । ହେବକି ସାଂଗଠନିକ ସ୍ତରରେ ନବକଳେବର । କଣ କହୁଛନ୍ତି ରାଜନୀତି ବିଷାରଦ । ଅଧିକ ପଢନ୍ତୁ

ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି !
ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି ! (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେଡିର 24ବର୍ଷର ରାଜନୈତିକ ଦୂର୍ଗ ଭୁଶୁଡ଼ିଛି । ଉପୁଡି ପଡିଛନ୍ତି ବିଜେଡ଼ିର ମହାଦ୍ରୁମ । କ୍ଷମତା ରାଜନୀତିରୁ ଦୁରେଇଛି ନବୀନ ସରକାର । 2024ରେ ଦଳର ଏହି ବଡ଼ ପରାଜୟର କାରଣ ଖୋଜିବା ପାଇଁ କମିଟି ଗଠନ କରିବା କଥା ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିସାରିଛନ୍ତି । କମିଟିର ରୂପରେଖ ସ୍ପଷ୍ଟ ହୋଇନଥିବା ବେଳେ ବିଜେଡି ସଂଗଠନର ପୁନର୍ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି ! (ETV Bharat)

ବଡ଼ ବିପର୍ଯ୍ୟୟ ପରେ ଅଣ୍ଟା ସଳଖିବାକୁ ଉଦ୍ୟମ ଆରମ୍ଭ କରିଛି ବିଜୁ ଜନତା ଦଳ । ପରାଜୟ ପରେ ଦଳୀୟ ନେତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରୁଛନ୍ତି ବିଜେଡି ସଭାପତି । ଲଗାତାର ଭାବେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରୀ ରଖିଛନ୍ତି ନବୀନ । ରାଜ୍ୟ ତଥା ଜିଲ୍ଲାସ୍ତରର ନେତାଙ୍କ ସହ ସମ୍ପର୍କ ରଖିବା ସହ ପରାଜୟର କାରଣ ଜାଣୁଛନ୍ତି ବିଜେଡି ସୁପ୍ରିମୋ । ଆଗକୁ କ’ଣ ପଦକ୍ଷେପ ନେବା ଆବଶ୍ୟକ ବୋଲି ନେତାଙ୍କ ଠାରୁ ପଚାରି ବୁଝୁଛନ୍ତି ନବୀନ । ନେତାଙ୍କ ସହ ଆଲୋଚନା ଅନୁସାରେ ଦଳର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଦଳର ନିର୍ଦ୍ଦିଷ୍ଟ କିଛି ନେତାଙ୍କୁ ନେଇ ସଂଗଠନରେ ଅସନ୍ତୋଷ ରହିଛି । ତାଙ୍କୁ ସଂଗଠନ ଓ ଦଳୀୟ ପଦବୀରୁ ସଭାପତି ଅନ୍ତର କରିବାକୁ ଚିନ୍ତା କରୁଛନ୍ତି ।

ବିଜେଡି ସଭାପତି ଖୁବଶୀଘ୍ର ଦଳରେ ନିଜର ନୂଆ ଟିମ ଗଠନ କରିବାକୁ ଯାଉଛନ୍ତି । ଦଳ ଓ ସଂଗଠନରେ ଗ୍ରହଣୀୟ ଥିବା ନେତାଙ୍କୁ ନବୀନ ଗୁରୁ ଦାଇତ୍ୱ ଦେବେ । ବୟସ ବଢୁଥିବା ଲଗାତାର ଗସ୍ତ କରିବା ସମସ୍ୟା ଥିବାରୁ ଜଣେ କାର୍ଯ୍ୟକାରୀ ସଭାପତିଙ୍କୁ ନବୀନ ନିଯୁକ୍ତି କରିବା ନେଇ ଚର୍ଚ୍ଚା ହେଉଛି । ଦରକାର ପଡ଼ିଲେ ବିଭିନ୍ନ ବର୍ଗ ଓ ଅଞ୍ଚଳକୁ ସନ୍ତୁଷ୍ଟ କରିବା ଲାଗି ଏକାଧିକ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି କରିପାରନ୍ତି ସୁପ୍ରିମୋ । ଯେଉଁମାନେ ନିୟମିତ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ଜିଲ୍ଲା ସଂଗଠନରେ ଥିବା ସମସ୍ୟାର ସମାଧାନ କରିବେ । ଏହା ସହ ଏକ ଛୋଟ ରାଜନୈତିକ ଟିମ ନବୀନ ଗଠନ କରିପାରନ୍ତି ନବୀନ । ଯିଏ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ଦଳକୁ ଆଗକୁ ନେବେ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ପରାଜୟ ସତ୍ତ୍ବେ ରାଜ୍ୟରେ ବିଜେଡି ଏକ ବଡ଼ ଦଳ । ତୃଣମୂଳ ସ୍ତରରେ ଦଳର ବଡ଼ ସଂଗଠନ ରହିଛି । ନୂଆ ଭାବେ ଦଳକୁ ଗଢି ତୋଳିବାର ଆବଶ୍ୟକତା ମଧ୍ୟ ରହିଛି । ସଂଗଠନକୁ ସଜାଡ଼ିବାକୁ ପଡିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ଓଡିଶାବାସୀ ସ୍ଥିର କରିବେ । ହେଲେ ଏଥିପାଇଁ ପାଇଁ ଆବଶ୍ୟକ ଭିତ୍ତିଭୂମି ଆବଶ୍ୟକ । ବିଜୁବାବୁଙ୍କ ସମୟରେ ଦ୍ଵିତୀୟ ସ୍ତରର ଅନେକ ନେତା ଥିଲେ । ବିଜୁ ବାବୁଙ୍କ ଅବର୍ତ୍ତମାନରେ ଜନତା ଦଳରେ ନେତା ସାହସର ସହ ବିଜୁ ଜନତା ଦଳ ଗଠନ କରିଥିଲେ । ଏବେ ନବୀନ ପଟ୍ଟନାୟକଙ୍କୁ ଦଳରେ ଜଣେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରିବାକୁ ପଡିବ । କିମ୍ବା ଦୁଇଜଣଙ୍କୁ ନିଯୁକ୍ତ କରିବାକୁ ହେବ । ସେହିପରି ବିଜେଡି ସୁପ୍ରିମୋଙ୍କୁ ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ନିଯୁକ୍ତ କରିବାକୁ ହେବ । ପୂର୍ବ ପରି ଶହ ଶହ ସାଧାରଣ ସମ୍ପାଦକ, ସମ୍ପାଦକ ନିଯୁକ୍ତି ଦେବାର ଆବଶ୍ୟକତା ନାହିଁ । ଜିଲ୍ଲା ସ୍ତରରେ ମଧ୍ୟ ସଂଗଠନର ପୁନର୍ବିନ୍ୟାସ ଆବଶ୍ୟକ ରହିଛି । ବିଜେଡି ହାତରେ ଏବେ ବି ଅଧିକାଂଶ ପଞ୍ଚାୟତ ରହିଛି । ଅଧିକାଂଶ ଜିଲ୍ଲା ପରିଷଦ ବିଜେଡିର ଅଛନ୍ତି । 30 ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡିର ରହିଛନ୍ତି । ମ୍ୟୁନ୍ସିପାଲିଟି ଅଧ୍ୟକ୍ଷ, ମେୟର ମଧ୍ୟ ଅଛନ୍ତି । ତାଙ୍କୁ ନେଇ ସଂଗଠନକୁ ଯୋଡ଼ା ଯାଇପାରିବ ।
ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କ ସ୍ନାନଯାତ୍ରା କିପରି ହୁଏ ? ଜାଣନ୍ତୁ ଗଜାନନ ବେଶ କାହିଁକି ହୁଅନ୍ତି ଶ୍ରୀଜୀଉ - Snana Yatra 2024

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷ ବିରୋଧୀ ହେବା ଲାଗି ବିଜେଡି ପାଖରେ ସବୁ ବ୍ୟବସ୍ଥା ଅଛି । ବିଜେଡି ପାଖରେ ଅର୍ଥର ମଧ୍ୟ ଅଭାବ ନାହିଁ । ନବୀନ ପଟ୍ଟନାୟକ ନିଜେ ନ ଚାହିଁଲେ କିମ୍ବା ପଦକ୍ଷେପ ନନେଲେ ହୋଇପାରିବ ନାହିଁ । ଯିଏ ତାଙ୍କ ଇଙ୍ଗିତରେ କାର୍ଯ୍ୟ କରିବ । କାର୍ଯ୍ୟକାରୀ ସଭାପତି ସବୁ ଜିଲ୍ଲାକୁ ଯାଇପାରିବା ଦରକାର । ଜିଲ୍ଲା ସଭାପତିଙ୍କୁ ମଧ୍ୟ ନୂଆ କରି ନିଯୁକ୍ତି କରିବାର ଆବଶ୍ୟକତା ରହିଛି । ନବୀନ ପଟ୍ଟନାୟକଙ୍କୁ ନେଇ ଓଡିଶାରେ ସମବେଦନା ରହିଛି । ଯଦି ଆଗୁଆ ପଦକ୍ଷେପ ନିଆଯିବ ତାହାଲେ 2029 ନିର୍ବାଚନ ପୂର୍ବରୁ ବିଜେଡି ସକ୍ଷମ ହୋଇ ବିଜେପିକୁ ମୁକାବିଲା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.