ETV Bharat / politics

ମୋହନଙ୍କ ଅଭିଭାଷଣକୁ ଲେନିନଙ୍କ କଟାକ୍ଷ, ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ରାଜନୈତିକ ଟିପ୍ପଣୀ - BJD On CM Speech

author img

By ETV Bharat Odisha Team

Published : Aug 15, 2024, 7:23 PM IST

BJD On CM Speech: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରରେ ପତାକା ଉତ୍ତୋଳନ କରାଗଲା । ଏହାପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ରାଜନୈତିକ ଟିପ୍ପଣୀ ଦିଆଯାଇଥିବା କହି ବର୍ଷିଛି ଦଳ । ପଢନ୍ତୁ ପୂରା ଖବର

BJD On CM Speech
BJD On CM Speech (ETV Bharat Odisha)

ଭୁବନେଶ୍ବର: ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ କଟାକ୍ଷ କଲା ବିଜେଡି । ମିଡିଆ ସଂଯୋଜକ ଲେନିନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଷଣକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଭାଷଣ ଦେବା ବଦଳରେ ପ୍ରତିଶ୍ରୁତି ପୂରଣ କରନ୍ତୁ ମୋହନ ସରକାର । ଶସ୍ତା ବକ୍ତବ୍ୟରୁ ମୁଖ୍ୟମନ୍ତ୍ରୀ ନିବୃତ୍ତ ରୁହନ୍ତୁ ।"

BJD On CM Speech (ETV Bharat Odisha)

'ସ୍ବାଧୀନତା ଦିବସରେ ରାଜନୈତିକ ଟିପ୍ପଣୀ'

ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ କିଛି ରାଜନୈତିକ ଟିପ୍ପଣୀ ଦେଇଛନ୍ତି । ପ୍ରଥମତଃ ଯାହା ମୁଖ୍ୟମନ୍ତ୍ରୀ ଆଜି କହିଲେ, ତାହା ଅନାବଶ୍ୟକ । ଏଭଳି ଟିପ୍ପଣୀ ନଦେଇଥିଲେ ଭଲ ହୋଇଥାନ୍ତା । କାରଣ ଆଜି ସ୍ୱାଧୀନତା ଦିବସ । ଆମେ ଏହା ଊର୍ଦ୍ଧ୍ଵକୁ ଯିବା କଥା । ମୁଖ୍ୟମନ୍ତ୍ରୀ ଏହା ଊର୍ଦ୍ଧ୍ବକୁ ଯିବେ ବୋଲି ଆମେ ଆଶା କରୁଛୁ । କର୍ମମୟ କଥା ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ କହୁଛନ୍ତି ଆମେ ବାଲ୍ୟ ଅବସ୍ଥାରେ ଅଛୁ । ସରକାରକୁ ମାତ୍ର ଦୁଇ ମାସ ହୋଇଛି । ସେପଟେ ଦୋଷ ତ୍ରୁଟି ବେଳେ ଉପରମୁଣ୍ଡରେ 70 ବର୍ଷ ଓ ତଳ ମୁଣ୍ଡରେ 24 ବର୍ଷ କଥା କହୁଛନ୍ତି ।"

ଓଡ଼ିଆ ଅସ୍ମିତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି:
ଲେନିନ ଆହୁରି ମଧ୍ୟ କହିଛନ୍ତି, "କେଉଁ କର୍ମମୟ ! ବଡ଼ ଠାକୁର ଯିଏ ଓଡ଼ିଆ ଅସ୍ମିତାର ପ୍ରତୀକ, ତାଙ୍କୁ ହାମୁଡ଼େଇ ପକେଇବା । ସେଠାରେ ସରକାରଙ୍କ ପ୍ରତିନିଧି କେହି ରହିବେ ନାହିଁ । ଜଣେ ମନ୍ତ୍ରୀ କହିବେ ମଦ ବନ୍ଦ ହେବ । ଆଉ ଜଣେ କହିବେ ଖୋଲା ହେବ । ବିଭିନ୍ନ ସମୟରେ ଓଡ଼ିଆ ଭାଷାକୁ ବିକୃତ କରିବା । ଯଦି କର୍ମମୟର ବ୍ୟାଖ୍ୟା ହେଉଛି, ଯାହା ଘୋଷଣା କରିବେ ଓ ତାକୁ ପରେ ବନ୍ଦ କରିବେ । ସେଭଳି କର୍ମମୟ ଜିନିଷ ଆମକୁ ଆବଶ୍ୟକ ନାହିଁ ।"

ଏହା ବି ପଢନ୍ତୁ...ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; 'ଯାହା କହିଛି କରିବି, ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି' - 78th independence day

'କେବଳ ନାଁ ଓ ରଙ୍ଗ ବଦଳାଉଛନ୍ତି'

"24 ବର୍ଷରେ ନବୀନ ପଟ୍ଟନାୟକ ଯାହା କରିଛନ୍ତି, ବିଜେପି ସରକାର କେବଳ ନାଁ ବଦଳାଉଛନ୍ତି । ରଙ୍ଗ ବଦଳାଉଛନ୍ତି । ଯଥାର୍ଥରେ ଏହା ପ୍ରମାଣ କରୁଛି ଯେ ଲୋକଙ୍କ ସହ ନବୀନ ପଟ୍ଟନାୟକ ଅଛନ୍ତି । ଲୋକଙ୍କ ଲାଗି ସେ କରିଥିବା ପ୍ରତ୍ୟେକ କାର୍ଯ୍ୟ ଲୋକାଭିମୁଖୀ । ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରନ୍ତୁ । ସେ ସବୁ ମିଛ ପ୍ରତିଶୃତି ଦେଇଥିଲେ । ଯାହା ପୂରଣ ହୋଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏପରି ଶସ୍ତା ବକ୍ତବ୍ୟରୁ ନିବୃତ୍ତ ରୁହନ୍ତୁ " ବୋଲି କହିଛନ୍ତି ଲେନିନ ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.