ETV Bharat / politics

ବିଜେପି ବିଧାୟକ ପ୍ରାର୍ଥୀଙ୍କ ରାଜନେତାର ମୁଖା ତଳେ ରହିଛି ଅପରାଧୀ ଚେହେରା: ବିଜେଡି - BJD targets BJP MLA candidate

BJD Targets Jayanarayan Mishra: ସମ୍ବଲପୁରରେ ବିଜେଡି ଏକ ପ୍ରେସମିଟ ଜରିଆରେ ଜୟନାରାୟଣ ମିଶ୍ରଙ୍କୁ ସିଧା କରିଛି ଟାର୍ଗେଟ । ଜୟନାରାୟଣ ମିଶ୍ରଙ୍କ ନାଁରେ ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବାର ଅଭିଯୋଗ ଆଣିଛି ବିଜେଡି । ଅଧିକ ପଢନ୍ତୁ

ବିଜେପି ବିଧାୟକ ପ୍ରାର୍ଥୀଙ୍କର ରାଜନେତାର ମୁଖା ତଳେ ରହିଛି ଅପରାଧୀ ଚେହେରା: ବିଜେଡି

author img

By ETV Bharat Odisha Team

Published : Apr 28, 2024, 9:37 PM IST

ବିଜେପି ବିଧାୟକ ପ୍ରାର୍ଥୀଙ୍କର ରାଜନେତାର ମୁଖା ତଳେ ରହିଛି ଅପରାଧୀ ଚେହେରା: ବିଜେଡି

ସମ୍ବଲପୁର: ନିର୍ବାଚନୀ ପରିପ୍ରେକ୍ଷୀରେ ସମ୍ବଲପୁରରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଆରୋପ-ପ୍ରତ୍ୟାରୋପ । ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁର ର ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜୟନାରାୟଣ ମିଶ୍ରଙ୍କୁ ସିଧା କରିଛି ଟାର୍ଗେଟ । ବିଜେଡି ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ ଜୟ ନାରାୟଣଙ୍କୁ ଅପରାଧିକ ପୃଷ୍ଠଭୂମି ଥିବା ନେତା ବୋଲି କହି ଟାର୍ଗେଟ କରିଛନ୍ତି । ପ୍ରେସ ରିଲିଜ ଜାରିକରି ବିଜେଡି ଅଭିଯୋଗ କରିଛି ଯେ, ଜୟନାରାୟଣ ମିଶ୍ରଙ୍କର ରାଜନେତାର ମୁଖା ତଳେ ରହିଛି ଷଡଯନ୍ତ୍ରକାରୀ, ଦଙ୍ଗାକାରୀ, ଆକ୍ରମଣକାରୀ ଚେହେରା । ଏହି ସବୁ ଅପରାଧର ଦଣ୍ଡରୁ ବର୍ତ୍ତିବାକୁ ସେ ରାଜନୀତିର ଆଶ୍ରୟ ନେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଜୟନାରାୟଣ ମିଶ୍ରଙ୍କ ନାଁରେ ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି । ବିଜେପିର ସମ୍ବଲପୁର ବିଧାୟକ ପ୍ରାର୍ଥୀ ସାଜିଥିବା ଜୟନାରାୟଣଙ୍କ ଅପରାଧିକ ରେକର୍ଡ ଯାଞ୍ଚ କଲେ ଜଣାପଡେ ଯେ ଅପରାଧିକ ଷଡଯନ୍ତ୍ର କରିବା, ଦଙ୍ଗା କରିବା ଭଳି ଅପରାଧ ଘଟାଇବା ସହିତ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସେ ସଂଶ୍ଲିଷ୍ଟ ଅଛନ୍ତି । ତାଙ୍କ ବିରୋଧରେ ବରଗଡ ଜିଲ୍ଲା ସୋହେଲା ଥାନାରେ ଗୋଟିଏ, ପାଇକମାଳ ଥାନାରେ 2 ଟି, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରେ ସର୍ବାଧିକ 5 ଟି ମାମଲା, ବୁର୍ଲା ଥାନାରେ 2 ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ରହିଛି । 2018 ମସିହାରେ ସୋହେଲା ଥାନାରେ ଜୟନାରାୟଣଙ୍କ ବିରୋଧରେ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଆଇପିସିର ଧାରା 302 ଲାଗିଥିବା ରେକର୍ଡ କହୁଛି ।

ଏହା ମଧ୍ୟ ପଢନ୍ତୁ ... ବିଜେପିକୁ କୌରବ କହିଲେ ପ୍ରସନ୍ନ, କାଉଣ୍ଟର କଲା ଦଳ - BJP Targets Prasanna

ସେହିଭଳି ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ମାମଲାରେ 6 ଥର, ମାଡପିଟ କରିବା ଓ ଅପରାଧିକ ବଳ ପ୍ରୟୋଗ କରିବା ମାମଲାରେ 7 ଥର ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା କିମ୍ବା ଅଶ୍ଳୀଳ କାମ କରିବା ମାମଲାରେ 5 ଥର ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏହା ବାଦ୍ ସର୍ବସାଧାରଣ ସ୍ଥଳରେ ମାରଣାସ୍ତ୍ର ବାହାର କରିବା, ନିଜର ମନମୁଖୀ କାର୍ଯ୍ୟପାଇଁ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା, ଲୋକଙ୍କ ଜୋର ଜବରଦସ୍ତି ଅଟକାଇବା, ଜନସେବକ ମାନଙ୍କ କାର୍ଯ୍ୟରେ ବାଧା ଦେବା, ଜୀବନରୁ ମାରିଦେବାକୁ ଧମକ ଦେବା, ଅପରାଧିକ ଷଡଯନ୍ତ୍ର କରିବା, ଦଙ୍ଗା କରିବା ପାଇଁ ଲୋକଙ୍କ ଉସୁକାଇବା, ଧର୍ମ ଆଧାରରେ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉତ୍ପନ୍ନ କରିବାକୁ ଷଡଯନ୍ତ୍ର କରିବା, ଦଙ୍ଗା କରିବା, ମହାମାରୀ ବା ଲକଡାଉନ ସମୟରେ ସରକାରଙ୍କ ନିର୍ଦ୍ଦେଶ କୁ ଅବମାନନା କରିବା ମାମଲା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରହିଛି ବୋଲି ବିଜେଡି ପ୍ରେସ ରିଲିଜ ମାଧ୍ୟମରେ କହିଛି ।

ଏତେ ସବୁ ଅପରାଧିକ କାଣ୍ଡ ଭିଆଇଲା ପରେ ବି ବିଜେପିର ଛତ୍ରଛାୟା ତଳେ ଜୟନାରାୟଣ ଖୋଲାମେଲା ବୁଲୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ତେବେ ଜୟନାରାୟଣଙ୍କ ରାଜନେତା ର ମୁଖା ତଳେ ଏକ ଅପରାଧୀ ଲୁଚି ରହିଛି ଏକଥା ଜନସାଧାରଣ ଜାଣିବା ନିହାତି ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ହିଂସା ଉପାୟରେ ମାଡପିଟ କରି ଲୋକଙ୍କୁ ଡରାଇ ଧମକାଇ ନିର୍ବାଚନ ଲଢୁଥିବା ଜୟନାରାୟଣ ମିଶ୍ରଙ୍କୁ ଜନତା ଉଚିତ ଜବାବ ଦେବେ । ଶାନ୍ତ, ସମୃଦ୍ଧ ସମ୍ବଲପୁର ଗଢିବାକୁ ନିର୍ବାଚନ ବେଳେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ ପ୍ରତିକ୍ରିୟା ରଖିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.