ETV Bharat / politics

ଶଙ୍ଖ ଭବନର ଖୋଳତାଡ କରିବେ ମୋହନ ସରକାର, ତାତିଲା ବିଜେଡି - Sankha Bhawan Land Status Changed - SANKHA BHAWAN LAND STATUS CHANGED

Sankha Bhawan Land Status Changed: ଶଙ୍ଖ ଭବନ ଜମି ଲିଜ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ ତାତିଲା ବିଜେଡି । ଜମି ଲିଜ ଅବା ନିର୍ମାଣ କାର୍ଯ୍ୟରେ କୌଣସି ଅସଙ୍ଗତି ନଥିବା କହିଲେ ବିଜେଡି ନେତା । ରାଜସ୍ବ ମନ୍ତ୍ରୀଙ୍କୁ ପାଠ ପଢ଼ି ଆସିବାକୁ ଦେଲେ ପରାମର୍ଶ । ଅଧିକ ପଢ଼ନ୍ତୁ

Sankha Bhawan Land Status Changed
Sankha Bhawan Land Status Changed (ETV Bharat Odisha)
author img

By ETV Bharat Odisha Team

Published : Jul 20, 2024, 7:01 PM IST

Updated : Jul 20, 2024, 7:11 PM IST

ଭୁବନେଶ୍ବର: ଶଙ୍ଖ ଭବନକୁ ନେଇ ରାଜସ୍ବ ମନ୍ତ୍ରୀ ରଖିଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛି ବିଜେଡି । ଟ୍ବିଟ୍‌ କରି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏନେଇ ପ୍ରତିକ୍ରିୟା ରଖିଥିବାବେଳେ ସାମ୍ବାଦିକ ସମ୍ମିଳନୀ କରି ଦେବୀ ମିଶ୍ର ଓ ଲେନିନ ମହାନ୍ତି କଡ଼ା ସମାଲୋଚନା କରିଛନ୍ତି । ଶଙ୍ଖ ଭବନ ଜମି ଲିଜ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟରେ କୌଣସି ଅସଙ୍ଗତି ନଥିବା ବିଜେଡି ନେତା କହିଛନ୍ତି । ରାଜସ୍ବ ମନ୍ତ୍ରୀ ଟିକେ ପାଠ ପଢି ଟିପ୍ପଣୀ ଦିଅନ୍ତୁ, ନହେଲେ ଲୋକେ ହସିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Sankha Bhawan Land Status Changed (ETV Bharat Odisha)

ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, 'ଶଙ୍ଖ ଭବନ ଜମି ଲିଜ୍‌ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ, ଏଥିରେ କୌଣସି ଅସଙ୍ଗତି ନାହିଁ । ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଏହା ରାଜସ୍ବ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା । ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଥିଲା, ତାକୁ ବିଜେଡି ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ବଚ୍ଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି । ନୂଆ ମନ୍ତ୍ରୀ ହୋଇଥିବା ସୁରେଶ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଚ୍ଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।'

ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, "ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ । ଏହା ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ସେଥିରେ ଆବଣ୍ଟନକୁ ନେଇ ବେଞ୍ଚ ମାର୍କ ଭ୍ୟାଲ୍ୟୁ ଆଇନ ଆଧାରରେ କରାଯାଇଛି । ଖାତା ନମ୍ବର 112 ପ୍ଲଟ 797, 798, 800, 797/849, ଏହି ଜମି କମ୍ପାଟ ପାର୍ସଲରେ ପଟ୍ଟା ଦିଆଯାଇଛି । ଗଙ୍ଗନଗରର ଏହି ପ୍ଲଟର ବେଞ୍ଚ ମାର୍କ ଭ୍ୟାଲ୍ୟୁ 12 କୋଟି 38 ଲକ୍ଷ 60 ହଜାର । ସବୁ ମିଶାଇ ପାଖାପାଖି 13 କୋଟି ପୈଠ କରାଯାଇଥିଲା । ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଆବେଦନକୁ ବିଚାର କରାଯାଇ ଦିଆଯାଇଛି । ବିଜେଡି ଅଫିସ ପାଇଁ 1 ଏକର 183 ଡିସିମିଲ ଯାଗା ମିଳିଥିଲା । ସେହିଦିନ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ପାଇଥିଲେ 1 ଏକର 269 ଯାଗା ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦୁଇଟି କ୍ବାର୍ଟର ଭିତରେ Conservancy lane ବା ଉପଗଳି ବୋଲି ଦସ୍ତାବିଜ ଅଛି । ହେଲେ ତାହା ସର୍ବସାଧାରଣଙ୍କ ସଡ଼କ ବୋଲି ଉଲ୍ଲେଖ ନାହିଁ । ରୁଲ 8 ଉପଧାରା 4ରେ Institutional Residence ଭାବେ ଦିଆଯାଇଛି । ଗଙ୍ଗନଗର ଅଞ୍ଚଳର ବେଞ୍ଚ ମାର୍କ ଭ୍ୟାଲ୍ୟୁ ଅନୁସାରେ ନିଆଯାଇଛି । ସରକାରୀ ନଥିପତ୍ର ସବୁ ଅଛି । ହେଲେ ରାଜସ୍ବ ମନ୍ତ୍ରୀଙ୍କୁ ବୋଧହୁଏ ଠିକ ଭାବେ ଅବଗତ କରାଯାଇ ନାହିଁ । ବିଜେପିର ଏହା ଅସହିଷ୍ଣୁ ନୀତି ।" ସେହିପରି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି, "ଗୁଜବ ସୃଷ୍ଟି କରିବା ବିଜେପିର କାମ । କେବଳ ବ୍ଲେମ ଗେମ କରି ଠାଉରିଆ ଭାବେ ବିଜେପି ଖସିବାକୁ ଯାଉଛି । ସାଧାରଣ ଲୋକ କହିଲେ ଦୁଃଖ ଲାଗିନଥାନ୍ତା । ହେଲେ ରାଜସ୍ବ ମନ୍ତ୍ରୀ କହିବା ପଛରେ କେବଳ ଲୋକଙ୍କୁ ବିଭ୍ରାନ୍ତି ଓ ମତିଭ୍ରମ କରିବା ଉଦ୍ଦେଶ୍ୟ ରହିଛି । ବିଜେପି ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି, ତାହା ପୂରଣ କରନ୍ତୁ । ଯେଉଁ ଖସଡ଼ା ଦେଉଛନ୍ତି, ତାହାର ତଥ୍ୟ ନାହିଁ । ରାଜସ୍ବ ମନ୍ତ୍ରୀ ଟିକିଏ ପାଠ ପଢି ଟିପ୍ପଣୀ ଦିଅନ୍ତୁ, ନହେଲେ ଲୋକେ ହସିବେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜୁ ନାଁରୁ ଆରମ୍ଭ ହୋଇଥିଲା ବିଜେଡି, କ୍ରୀଡ଼ା ପୁରସ୍କାରରୁ ନାଁ ହଟାଇଲା ବିଜେପି ସରକାର, ତାତିଲେ ଅରୁଣ-ଦେବୀ - Biju Patnaik Sports Award Renamed

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2024, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.