ETV Bharat / politics

ରାଜଗାଙ୍ଗପୁର ଆସନରେ ହେବ ତ୍ରିମୁଖୀ ଲଢେଇ, ଅଣ୍ଟା ଭିଡିଲେଣି ୩ ଦଳର ବିଧାୟକ ପ୍ରାର୍ଥୀ - Rajgangpur Assembly Constituency

Triangular Fight In Rajgangpur: ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ତ୍ରିମୁଖୀ ଲଢେଇ ପାଇଁ ସବୁ ଦଳ ନିଜର ଯୋଦ୍ଧା ମାନଙ୍କୁ ମୈଦାନକୁ ଓହ୍ଲାଇସାରିଲେଣି । କଂଗ୍ରେସରୁ ରାଜନ ଏକ୍କା, ବିଜେଡିରୁ ଅନୀଲ ବରୁଆ ଓ ବିଜେପିରୁ ନରସିଂହ ମିଞ୍ଜ ପ୍ରାର୍ଥୀ ହୋଇଛନ୍ତି । ଅଧିକ ପଢନ୍ତୁ

ରାଜଗାଙ୍ଗପୁର ଆସନ ହେବ ତ୍ରିମୁଖୀ ଲଢେଇ, ଅଣ୍ଟା ଭିଡିଲେଣି ୩ ଦଳର ବିଧାୟକ ପ୍ରାର୍ଥୀ

author img

By ETV Bharat Odisha Team

Published : Apr 4, 2024, 10:39 PM IST

ରାଜଗାଙ୍ଗପୁର ଆସନ ହେବ ତ୍ରିମୁଖୀ ଲଢେଇ, ଅଣ୍ଟା ଭିଡିଲେଣି ୩ ଦଳର ବିଧାୟକ ପ୍ରାର୍ଥୀ

ରାଉରକେଲା / ରାଜଗାଙ୍ଗପୁର: ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ଲାଗି ଆରମ୍ଭ ହୋଇ ସାରିଲାଣି କସରତ । ବିଧାନସଭା ନିର୍ବାଚନ ପାଇଁ ବିଜେଡି ୯୯ , ବିଜେପି ୧୧୨ଟି ଓ କଂଗ୍ରେସ ୪୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ତ୍ରିମୁଖୀ ଲଢେଇ ପାଇଁ ସବୁ ଦଳ ନିଜର ଯୋଦ୍ଧା ମାନଙ୍କୁ ମୈଦାନକୁ ଓହ୍ଲାଇସାରିଲେଣି । ତେବେ ବିଜେଡି ଦଳ ନୂଆ ଚେହେରା ଅନୀଲ ବରୁଆକୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବରିଷ୍ଠ ନେତା ନରସିଂହ ମିଞ୍ଜଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ମଧ୍ୟ ପୁଣି ଥରେ ବିଧାୟକ ରାଜନ ଏକ୍କା ଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ ଚୟନ କରିଛି ।

ବିଜେଡିର ଗଡ଼ ବୋଲାଉଥିବା ରାଜଗାଙ୍ଗପୁରରେ ଗତ ଥର 2019 ନିର୍ବାଚନରେ କଂଗ୍ରେସ ଏଠାରେ ବିଜୟ ହୋଇଥିଲା । ଏଥରର ବିଜେଡି ପ୍ରାର୍ଥୀ ଅନୀଲ ବରୁଆ ଟିକେଟ ପାଇଁ ଶୀର୍ଷ ନେତୃତ୍ବକୁ ଧନ୍ୟବାଦ ଦେବା ସହ ଏକ ନୂତନ ଦୃଷ୍ଟିକୋଣ ନେଇ ଭୋଟରଙ୍କ ଅସନ୍ତୋଷକୁ ପୁଞ୍ଜି କରି ରାଜ୍ୟ ସରକାରଙ୍କ ଯୋଜନା ଓ ଉନ୍ନତିକୁ ସିଧାସଳଖ ଲୋକଙ୍କ ଦ୍ବାରସ୍ଥ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ମୋଦି ଗ୍ୟାରେଣ୍ଟିକୁ ପାଥେୟ କରି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ମୈଦାନକୁ ଅବତୀର୍ଣ୍ଣ ହେବେ । ମୋଦି ସରକାରଙ୍କ ସଫଳ ଲୋକାଭିମୁଖୀ ଯୋଜନା ତଥା ବିଜେଡି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ବିଜେପି । ଖାସ୍ କରି ଶିକ୍ଷା, ଗମନାଗମନ ଓ ସ୍ବାସ୍ଥ୍ୟ ଭଳି ପ୍ରମୁଖ ମୁଦ୍ଦାକୁ ଅସ୍ତ୍ର କରିବ ବିଜେପି ।

ଏହା ମଧ୍ୟ ପଢନ୍ତୁ ... ଅଚ୍ୟୁତ ସାମନ୍ତଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ଟାର୍ଗେଟ୍, କହିଲେ ତାଙ୍କର କାମ କମ୍ ପ୍ରଚାର ବେଶୀ - Kandhamal Loksabha Constituency

ଅନ୍ୟ ପକ୍ଷରେ କଂଗ୍ରେସ ଦଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର କଥିତ ବିଫଳତା ଓ ଅଘୋଷିତ ମେଣ୍ଟକୁ ଫୋକସ କରି ନିର୍ବାଚନ ବୈତରିଣୀ ପାର ହେବା ଲକ୍ଷ୍ୟ ରେ ରହିଛି । ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ସଡ଼କ ,ଦୁର୍ନୀତି ,ବେରୋଜଗାରୀ ଆଦିକୁ ମୁଦ୍ଦା କରି ସିଟ୍ ବଜାୟ ରଖିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କା ପ୍ରୟାସ କରିବେ । ତେବେ ଏହି ବିଧାନସଭା ଆସନ ସବୁବେଳେ କଂଗ୍ରେସ ଓ ବିଜେଡି ପାଳି କରି ଅକିତିଆ କରୁଥିବା ବେଳେ ବିଜେପି ଏଠାରେ ନିଜର ଡେବ୍ୟୁ ଇନିଂସ ଖେଳିବାକୁ ଚେଷ୍ଟା କରିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.