ETV Bharat / politics

ବିହାରରେ ଏବେ ଖେଳ ହେବା ବାକି ଅଛି: ତେଜସ୍ବୀ

author img

By ETV Bharat Odisha Team

Published : Jan 27, 2024, 9:54 PM IST

Tejashwi Yadav tells RJD leaders: ବିହାରରେ ଏବେ ଖେଳ ହେବା ବାକି ଅଛି କହି ଚର୍ଚ୍ଚାକୁ ରୋଚକ କଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ଅଧିକ ପଢନ୍ତୁ

ବିହାରରେ ଏବେ ଖେଳ ହେବା ବାକି ଅଛି: ତେଜସ୍ବୀ
ବିହାରରେ ଏବେ ଖେଳ ହେବା ବାକି ଅଛି: ତେଜସ୍ବୀ

ପାଟନା: ବିହାର ରାଜନୀତିର ଗତ 24 ଘଣ୍ଟା ଧରି ଜାରି ରହିଥିବା ହଲଚଲ ଉପରେ ସମଗ୍ର ଦେଶର ନଜର ରହିଛି । ନୀତିଶ କୁମାର ବିଜେପି ସମର୍ଥିତ ଏନଡିଏ ମେଣ୍ଟରେ ସାମିଲ ହେବା ସହ ଆସନ୍ତାକାଲି ଆଉ ଥରେ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ଜେତସ୍ବୀ ଯାଦବ ବିହାରରେ ଏବେ ଖେଳ ହେବା ବାକି ଅଛି ବୋଲି କହିଛନ୍ତି । ଆଜି ଅପରାହ୍ନରେ ସେ ଦଳୀୟ ବିଧାୟକଙ୍କ ସହ ବୈଠକରେ ଏହି କଥା କହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ତେଜସ୍ବୀଙ୍କ ଏହି ମନ୍ତବ୍ୟ କେଉଁଆଡକୁ ଇସାରା ଦେଉଛି ତାହା ସ୍ପଷ୍ଟ ବୁଝା ପଡୁନି ।

ଗତକାଲି ସଂଧ୍ୟାରେ ବିଜେପି ନେତାମାନେ ଦିଲ୍ଲୀ ଗସ୍ତ କରି ପାର୍ଟି ମୁଖ୍ୟ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ । ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ । ବିଜେପି ସହ ନୀତିଶ କ୍ୟାମ୍ପର କଥାବାର୍ତ୍ତା ଜାରି ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହା ପରେ ସେ ବିଜେପି ସମର୍ଥନରେ ପୁଣି ସରକାର ଗଠନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଲାଲୁଙ୍କ କ୍ୟାମ୍ପ ମଧ୍ୟ ଘନ ଘନ ବୈଠକ ଜାରି ରଖିଛି । ଆଜି ଅପରାହ୍ନରେ ଲାଲୁଙ୍କ ବାସଭବନରେ ଦଳୀୟ ବିଧାୟକ ଓ ଅନ୍ୟ ନେତାଙ୍କ ବୈଠକ ହୋଇଥିଲା । ଏଥିରେ ଲାଲୁ ଯାଦବ, ତେଜସ୍ବୀ ଯାଦବକଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ପଞ୍ଜାବରୁ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଜବତ

ତେବେ ନୀତିଶ ଯଦି ବିଜେପି ସହ ମିଶି ସରକାର ଗଠନ କରନ୍ତି, ତେବେ କଂଗ୍ରେସ ଓ ଆରଜେଡି ଏହି ସ୍ଥିତିର ମୁକାବିଲା କରିପାରିବେ ନାହିଁ ବୋଲି ବର୍ତ୍ତମାନର ସଂଖ୍ୟା ଗଣିତରୁ ଜଣାପଡୁଛି । ତେବେ ଆଜି (ଶନିବାର) ରାତି ସୁଦ୍ଧା ନୀତିଶ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏପର୍ଯ୍ୟନ୍ତ ସେପରି କିଛି ଘଟଣା ଦେଖିବାକୁ ମିଳିନି । ତେବେ ଆସନ୍ତାକାଲି (ରବିବାର) ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ହଲଚଲ ପାଇଁ ନିର୍ଣ୍ଣାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ନୀତିଶ କୁମାର ଇସ୍ତଫା ଦେବା ସହ କଂଗ୍ରେସ-ଆରଜେଡି ସମର୍ଥନରେ ଚାଲିଥିବା ମହାଗଠବନ୍ଧନ ସରକାର ଭାଙ୍ଗିଯିବ । ଏହା ପରେ ବିଜେପି ସମର୍ଥନରେ ନୀତିଶ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ । ରବିବାର ହିଁ ପୁଣି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଭାବେ ପୁଣି ନୀତିଶ ଶପଥ ଗ୍ରହଣ କରିବା ସହ ବିଜେପି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.