ETV Bharat / politics

ବିହାର ରାଜନୀତିରେ ଟ୍ବିଷ୍ଟ: ଫ୍ଲୋରଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି, ବିଧାନସଭାରେ ନୀତିଶଙ୍କ ଅଭିଭାଷଣ

Bihar Floor Test: ଏନଡିଏ ମେଣ୍ଟ ସରକାରର ଫ୍ଲୋରଟେଷ୍ଟ ପୂର୍ବରୁ ବାଚସ୍ପତି ପଦରୁ ହଟିଲେ ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 12, 2024, 2:05 PM IST

Updated : Feb 12, 2024, 3:37 PM IST

Etv Bharatବିହାର ରାଜନୀତିରେ ଟ୍ବିଷ୍ଟ: ଫ୍ଲୋରଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି

ପାଟନା: ବିହାର ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ନାତିଶ କୁମାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଫ୍ଲୋରଟେଷ୍ଟ ପୂର୍ବରୁ ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ପଦରୁ ହଟାଯାଇଛି । ପୂର୍ବ ସରକାରରେ ଆରଜେଡିର ବରିଷ୍ଠ ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇସାରିଥିବା ବେଳେ ଆସ୍ଥାଭୋଟ ପୂର୍ବରୁ ବାଚସ୍ପତି ମଧ୍ୟ ପରିବର୍ତ୍ତନ ହୋଇଛନ୍ତି ।

ଆଜି ବିଧାନସଭାରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କ ଅଭିଭାଷଣ ପରେ ଗୃହରେ ବାଚସ୍ପତିଙ୍କ ବିରୋଧରେ ନୀତିଶ ସରକାର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏଥିରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ, ସପକ୍ଷରେ ପଡ଼ିଥିଲା ୧୧୨ । ସଂଖ୍ୟା ଆଧାରରେ ଅବୋଧ ବିହାରୀ ଚୌଧୁରୀଙ୍କୁ ବାଚସ୍ପତି ପଦରୁ ହଟାଯାଇଛି । 28 ଜାନୁଆରୀରେ ବିହାରରେ କ୍ଷମତା ପରିବର୍ତ୍ତନ ପରେ ବାଚସ୍ପତି ପଦରୁ ଏହି ଆରଜେଡି ନେତା ଚୌଧୁରୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଅବୋଧଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏନଡିଏ 128 ବିଧାୟକଙ୍କ ହସ୍ତାକ୍ଷର ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିସାରିଥିଲା ।

28 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିଶ କୁମାର ରାଜ୍ୟପାଳଙ୍କ ନିକଟରେ ମୋଟ 128 ବିଧାୟକଙ୍କ ସମର୍ଥନପତ୍ର ଦାଖଲ କରିଥିଲେ । ଏଥିରେ ଭାରତୀୟ ଜନତା ପାର୍ଟିର 78 ବିଧାୟକ, ଜେଡିୟୁର 45 ବିଧାୟକ ଓ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ର 4 ବିଧାୟକଙ୍କ ସମର୍ଥନ ରହିଥିଲା । କ୍ଷମତା ପରିବର୍ତ୍ତନ ହେବା ପରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ଖେଳ ହେବା ବାକି ରହିଛି ବୋଲି କହିଥିଲା । ଆଜି ବିହାରରେ ସଂଖ୍ୟା ବହୁମତ ପ୍ରମାଣ ଦେବ ନୀତିଶ ସରକାର । ଏହା ପୂର୍ବରୁ 3 ଆରଜେଡି ନେତା ମଧ୍ୟ ଗୃହରେ ଶାସକ ମେଣ୍ଟ ସାଇଡରେ ବସିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଆଜି ବିହାରରେ ଫ୍ଲୋର ଟେଷ୍ଟ, ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୀତିଶ

ବିହାର ବିଧାନସଭା ମୋଟ 243 ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ବା ମ୍ୟାଜିକ ନମ୍ବର ରହିଛି 122 । ଏନଡିଏ ମେଣ୍ଟ ନିକଟରେ ମୋଟ 128 ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ନିକଟରେ 114 ଜଣ ବିଧାୟକ ରହିଛନ୍ତି । ତେଣୁ ଫ୍ଲୋରଟେଷ୍ଟରେ ଏନଡିଏର ବିଜୟ ହେବା ଏକପ୍ରକାର ସ୍ପଷ୍ଟ ଜଣାପଡୁଛି । ସଂଧ୍ୟାସୁଦ୍ଧା ଆସ୍ଥାଭୋଟ ଶେଷ ହେବ । ଏବେ ଗୃହରେ ଚର୍ଚ୍ଚା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.