ETV Bharat / politics

ବିଜେଡିରେ ସାମିଲ ହେଲେ AICC ସଦସ୍ୟ ବିଦୁ ଭୂଷଣ ତ୍ରିପାଠୀ - Congress Leaders Joined BJD

author img

By ETV Bharat Odisha Team

Published : Apr 26, 2024, 8:59 PM IST

Congress Leaders Joined BJD: ବଲାଙ୍ଗୀର କଂଗ୍ରେସରୁ ଖସିଲା ହାତ । ବିଜେଡିରେ ସାମିଲ ହେଲେ AICC ସଦସ୍ୟ ବିଦୁ ଭୂଷଣ ତ୍ରିପାଠୀଙ୍କ ସମେତ ଅନେକ ଦଳୀୟ କର୍ମୀ । ଅଧିକ ପଢନ୍ତୁ

BJD Joining
BJD Joining
BJD Joining

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀ । AICCର ସଦସ୍ୟ ତଥା କଂଗ୍ରେସ ନେତା ବିଦୁ ଭୂଷଣ ତ୍ରିପାଠୀ ବି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଦୁ ଭୂଷଣଙ୍କ ନେତୃତ୍ୱରେ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଦୁ ଭୂଷଣଙ୍କ ଯୋଗଦାନ ପରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବିଶେଷ କରି ଜିଲ୍ଲାର କଂଗ୍ରେସର ବଡ଼ ନେତା ନରସିଂହ ମିଶ୍ରଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ କହିଛନ୍ତି, "ପଶ୍ଚିମ ଓଡ଼ିଶାର ରାଜନୀତିରେ ଅନେକ କାମ କରିଛନ୍ତି ବିଦୁ ଭୂଷଣ ତ୍ରିପାଠୀ । ପୂର୍ବରୁ ବିଦୁ ଭୁଷଣ ଜିଲ୍ଲା କଂଗ୍ରେସର ସଭାପତି ଥିଲେ । ତୃଣମୂଳ ସ୍ତରରୁ କାମ କରି ଲୋକଙ୍କ ସେବା କରିଛନ୍ତି । କିନ୍ତୁ ଆଜି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ କାମରୁ ପ୍ରେରଣା ନେଇ ସେ ଦଳରେ ଯୋଗ ଦେଇଛନ୍ତି ।"

ବିଜେଡିରେ ସାମିଲ ହେବା ପରେ ବିଦୁ ଭୂଷଣ କହିଛନ୍ତି, "୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ କଂଗ୍ରେସ ପାଇଁ କାର୍ଯ୍ୟ କରିବା ପରେ ଆଜି ବିଜେଡ଼ିରେ ଯୋଗ ଦେଇଛି । ରାଜ୍ୟରେ ଏକମାତ୍ର ବ୍ୟକ୍ତି ନବୀନ ପଟ୍ଟନାୟକ ଓ ଏକମାତ୍ର ଦଳ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେଇଛନ୍ତି । ଜନମାନସରେ ପ୍ରଶଂସାର ପାତ୍ର ହୋଇସାରିଛନ୍ତି । କଣ୍ଟାବାଞ୍ଜିରୁ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଲଢ଼ିବା ନିଷ୍ପତ୍ତି ଓ ତାଙ୍କ ବିକାଶ ଚିନ୍ତାଧାରାରେ ଆମେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛୁ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଜି ଶପଥ ନେଉଛୁ । ଲୋୟର ସୁକତେଲ ଜଳସେଚନ ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟ । ମେଡିକାଲ କଲେଜ ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।" କଂଗ୍ରେସକୁ 'ମରେ ହୁଏ କୋ, ମାରନା କ୍ୟା' ଉକ୍ତି ଦେଇ କଂଗ୍ରେସକୁ ପରିତ୍ୟାଗ କରିଛନ୍ତି ବିଦୁ।

ଏହା ବି ପଢନ୍ତୁ...ବିଜେପିକୁ ବାହୁଡ଼ିଲେ ବିଧାୟକ ପର୍ଶୁରାମ ଧଡା - Parshuram Dhada Joins BJP

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଦୁ ଭୂଷଣଙ୍କ ଯୋଗଦାନ ମୋତେ ବ୍ୟକ୍ତିଗତ ଭାବେ ଖୁସି ଦେଇଛି । ଆମେ ପୂର୍ବରୁ ଗୋଟିଏ ସଂଗଠନ ପାଇଁ କାର୍ଯ୍ୟ କରିଛୁ । ବଲାଙ୍ଗୀରରେ କଂଗ୍ରେସକୁ ବଞ୍ଚାଇବାରେ ସେ ମୁଖ୍ୟ ଭୂମିକା ନେଉଥିଲେ । ବିଦୁ ଭୂଷଣ ଆମ ଦଳରେ ସାମିଲ ହେବା ପରେ ବଲାଙ୍ଗୀରରେ ବିଜେଡି ଅଧିକ ସୁଦୃଢ ହେବ ।" ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସସ୍ମିତ ପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.