ETV Bharat / politics

ରାଜନୀତିରୁ ସନ୍ୟାସ ନେଲେ ଅଚ୍ୟୁତ ସାମନ୍ତ, କନ୍ଧମାଳ ଲୋକସଭା ଆସନରେ ହାରିଥିଲେ ନିର୍ବାଚନ - Achyuta Samanta Announces Retirement

author img

By ETV Bharat Odisha Team

Published : Jun 9, 2024, 3:08 PM IST

Achyut Samant retired from politics: ରାଜନୀତିରୁ ସନ୍ୟାସ ନେଲେ ଅଚ୍ୟୁତ ସାମନ୍ତ, କନ୍ଧମାଳ ଲୋକସଭା ଆସନରେ ହାରିଥିଲେ ନିର୍ବାଚନ । ଅଧିକ ପଢନ୍ତୁ

ରାଜନିତୀରୁ ସନ୍ୟାସ ନେଲେ ଅଚ୍ୟୁତ ସାମନ୍ତ, କନ୍ଧମାଳ ଲୋକସଭା ଆସନରେ ହାରିଥିଲେ ନିର୍ବାଚନ
ରାଜନିତୀରୁ ସନ୍ୟାସ ନେଲେ ଅଚ୍ୟୁତ ସାମନ୍ତ, କନ୍ଧମାଳ ଲୋକସଭା ଆସନରେ ହାରିଥିଲେ ନିର୍ବାଚନ (ETV Bharat Odisha)

ଭୁବନେଶ୍ବର: ପ୍ରତ୍ୟକ୍ଷ ରାଜନୀତିରୁ ଓହରିଲେ ପୂର୍ବତନ ସାଂସଦ ତଥା ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିବା ବିଜେଡି ନେତା ଅଚ୍ୟୁତ ସାମନ୍ତ । ରାଜନୀତିରୁ ସବୁଦିନ ପାଇଁ ଓହରି ଯାଇଛନ୍ତି ବୋଲି ସେ ନିଜେ ଆଜି ପ୍ରେସମିଟ କରି ସ୍ପଷ୍ଟ ଘୋଷଣା କରିଛନ୍ତି । ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳର ବିଦାୟୀ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏନେଇ ଅଚ୍ୟୁତ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖ ଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି ।

ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ । ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବପରି ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ସାମନ୍ତ ପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ । ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ଅଚ୍ୟୁତ ବହୁବାର ସାଂସଦ ରହି ଆସିଛନ୍ତି । ସେ ରାଜ୍ୟସଭା ସାଂସଦ ଭାବେ ଓଡ଼ିଶାର ସ୍ୱରକୁ ଦିଲ୍ଲୀରେ ବହୁବାର ଉଠାଇଥିଲେ । ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ କନ୍ଧମାଳର ଲୋକସଭା ସାଂସଦ ଥିଲେ ଅଚ୍ୟୁତ । ୨୦୨୯ରେ ଅଚ୍ୟୁତ ବିଜେପିର ଖାରବେଳ ସ୍ୱାଇଁଙ୍କୁ ୧ଲକ୍ଷ ୪୯ ୨୧୬ ଭୋଟରେ ହରାଇଥିଲେ । ସେହିପରି ୨୦୨୪ରେ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କ ଠାରୁ ୨୧ ହଜାର ଭୋଟରେ ହାରିଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମ ଓଡ଼ିଶା କାର୍ଡ ଖେଳିବ ବିଜେପି ! ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ରାଜ୍ୟରେ ହଇଚଇ - Suresh Pujari get party high command call

ରାଜ୍ୟରେ ବିଜେପି 20ଟି ସଂସଦୀୟ କ୍ଷେତ୍ରରେ ଜିତି ରେକର୍ଡ ସୃଷ୍ଟି କରିଛି । ବିଜେଡିରୁ ଗୋଟିଏ ବି ଲୋକସଭା କ୍ଷେତ୍ରରେ ଜିତିବା ସମ୍ଭବ ହୋଇପାରିନାହିଁ । ବିଜେଡି ପକ୍ଷରୁ ହେବିୱେଟ ନେତାମାନେ ହାରିଯାଇଛନ୍ତି । 11 ଜଣ ମନ୍ତ୍ରୀଙ୍କୁ ମଧ୍ୟ ଧୂଳି ଚଟାଇଛି ବିଜେପି । ଗତ ନିର୍ବାଚନରେ ବିଜେଡି ବିଧାନସଭାରେ ୫୧ ଜଣ ବିଧାୟକ ଜିତିଥିବା ବେଳେ ବିଜେପିର 78 ଟି ବିଧାୟକ ଜିତି ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ 14ଟି ବିଧାୟକ ଏବଂ ଗୋଟିଏ ସାଂସଦ ଜିତିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.