ETV Bharat / politics

ମୋଦି 3.0ରେ ବାଦ ପଡିଲେ ପୂର୍ବ ସରକାରରେ ମନ୍ତ୍ରୀ ଥିବା ୨୦ ହେଭିଓ୍ବେଟ - Modi third terms govt

author img

By ETV Bharat Odisha Team

Published : Jun 10, 2024, 2:12 PM IST

20 BJP heavyweights of Team Modi 2.0 missing in Modi 3.0: ମୋଦି ସରକାରର ତୃତୀୟ ପାଳିରେ ସରକାର ନାହାନ୍ତି ଏହି ପୂର୍ବତନ ମନ୍ତ୍ରୀମାନେ । ଜାଣନ୍ତୁ କି’ଏ ଜିତିଥିଲେ, କି’ଏ ହାରିଥିଲେ ଓ କି’ଏ ନିର୍ବାଚନ ଲଢିନଥିଲେ । ଅଧିକ ପଢନ୍ତୁ

ମୋଦି ୩.୦:ବାଦ ପଡିଲେ ପୂର୍ବ ସରକାରରେ ଥିବା ଏହି ୨୦ ହେଭିଓ୍ବେଟ
ମୋଦି ୩.୦:ବାଦ ପଡିଲେ ପୂର୍ବ ସରକାରରେ ଥିବା ଏହି ୨୦ ହେଭିଓ୍ବେଟ (ETV Bharat Odisha)

ନୂଆଦିଲ୍ଲୀ: ଗତକାଲି ମୋଦି ଶାସନର ତୃତୀୟ ପାଳି ଆରମ୍ଭ ହୋଇଛି । ମୋଟ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ‘ଏନଡିଏ’ ମେଣ୍ଟର ମୁଖ୍ୟ ଦଳ ବିଜେପିର ୬୧ମନ୍ତ୍ରୀ ଥିବା ବେଳେ ବିଭିନ୍ନ ସହଯୋଗୀ ଦଳଙ୍କ ଖାତାକୁ ୧୦ଟି ମନ୍ତ୍ରୀ ପଦ ଯାଇଛି । ମାତ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ମନ୍ତ୍ରୀ ଥିବା 20ଜଣ ଚଳିତ ସରକାରରୁ ବାଦ ପଡିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ହେଭିଓ୍ବେଟ ଓ ଚର୍ଚ୍ଚିତ ନେତା ମଧ୍ୟ ରହିଛନ୍ତି । ମୋଦିଙ୍କ ଦୁଇଟି ପାଳିରେ ଏକାଧିକ ମନ୍ତ୍ରଣାଳୟ ସମ୍ଭାଳିଥିବା ଆଗ ଧାଡିର ନାରୀ ନେତ୍ରୀ ସ୍ମୃତି ଇରାନୀ, ଯୁବମନ୍ତ୍ରୀ ଭାବେ ଚର୍ଚ୍ଚାରେ ରହିଥିବା ଅନୁରାଗ ଠାକୁର, ନାରାୟଣ ରାଣେ ଓ ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ଚଳିତ ସରକାରରେ ନାହାନ୍ତି । ଏମାନଙ୍କ ମଧ୍ୟରେ କିଛି ନେତା ନିର୍ବାଚନରେ ପରାଜୟର ସାମ୍ନା କରିଥିବା ବେଳେ ଅନ୍ୟ କିଛି ନିର୍ବାଚିତ ହୋଇ ମଧ୍ୟ ମନ୍ତ୍ରୀ ପଦ ପାଇନାହାନ୍ତି । ଅନ୍ୟ କିଛି ହାତ ଗଣତି ପୂର୍ବତନ ମନ୍ତ୍ରୀଙ୍କୁ ଏଥର ନିର୍ବାଚନ ଲଢିବା ପାଇଁ ଟିକଟ ଦେଇନଥିଲା ଭାଜପା ।

ଦଳର ଫାଏରବ୍ରାଣ୍ଡ ନାରୀ ନେତ୍ରୀ ସ୍ମୃତି ଇରାନୀ ଗତ ଦୁଇପାଳିରେ ଏକାଧିକ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ । ହେଲେ ଏଥର ସେ ଆମେଠୀ ଆସନରୁ ନିର୍ବାଚନ ଲଢି କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜିତ ହେବାକୁ ବାଧ୍ୟ ହୋଇଛନ୍ତି । ସେହିପରି ହିମାଚଳ ପ୍ରଦେଶର ଚର୍ଚ୍ଚିତ ଯୁବନେତା ଅନୁରାଗ ଠାକୁର ନିର୍ବାଚିତ ହୋଇଥିଲେ ସୁଦ୍ଧା ମନ୍ତ୍ରିମଣ୍ଡଳରୁ ବାଦ ପଡିଛନ୍ତି । ପୂର୍ବ ସରକାରରେ ମନ୍ତ୍ରୀ ଥିବା ଅର୍ଜୁନ ମୁଣ୍ଡା, ଅଜୟ ମିଶ୍ରା ଟେନି, ନୀସିଥ ପରମାଣିକ, ରାଜୀବ ଚନ୍ଦ୍ରଶେଖର, ସୁଭାଷ ସରକାର, ଭାରତୀ ପାଓ୍ବାର ପ୍ରମୁଖ ନିର୍ବାଚନ ହାରିଛନ୍ତି । ଅଶ୍ବିନୀ ଚୌବେ ଓ ମିନୀକ୍ଷୀ ଲେଖୀ ନିର୍ବାଚନ ଲଢିନଥିଲେ । ଜେନେରାଲ ଭି.କେ ସିଂ ମଧ୍ୟ ଏଥର ନିର୍ବାଚନ ଲଢିନାହାନ୍ତି । ନାରାୟଣ ରାଣେ ଓ ଅଜୟ ଭଟ୍ଟ ନିର୍ବାଚନ ଜିତିଥିଲେ ସୁଦ୍ଧା ସେମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନାହାନ୍ତି ।

1. ଅଜୟ ଭଟ୍ଟ ( ବିଜୟୀ)

2. ସାଧବୀ ନିରଂଜନ ଜ୍ୟୋତି (ପରାଜିତ)

3. ମୀନାକ୍ଷୀ ଲେଖୀ (ପ୍ରତିଯୋଗିତା କରିନଥିଲେ)

4. ରାଜକୁମାର ରଂଜନ ସିଂ

5. ଜେନେରାଲ ଭି.କେ ସିଂ (ପ୍ରତିଯୋଗିତା କରିନଥିଲେ)

6. ଆର.କେ ସିଂ (ପରାଜିତ)

7. ଅର୍ଜୁନ ମୁଣ୍ଡା (ପରାଜିତ)

8. ସ୍ମୃତି ଇରାନୀ (ପରାଜିତ)

9. ଅନୁରାଗ ଠାକୁର (ବିଜୟୀ)

10. ରାଜୀବ ଚନ୍ଦ୍ରଶେଖର (ପରାଜିତ)

11. ନିିସିଥ ପ୍ରେମାନିକ (ପରାଜିତ)

12. ଅଜୟ ମିଶ୍ର ଟେନି (ପରାଜିତ)

13. ସୁବା ସାର୍କ (ପରାଜିତ)

14. ଜନ୍ ବାର୍ଲା

15. ଭାରତୀ ପାୱାର (ପରାଜିତ)

16. ଅଶ୍ୱିନୀ କୁମାର ଚୌବେ (ପରାଜିତ)

17. ରୋସାହେବ ଡାନଭେ (ପରାଜିତ)

18. କପିଲ ପାଟିଲ (ପରାଜିତ)

19. ନାରାୟଣ ରାଣେ (ପରାଜିତ)

20. ଭାଗବତ କରଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.