ETV Bharat / opinion

ବିଗ-ବି ସିଣ୍ଡ୍ରୋମ: ପ୍ରତ୍ୟେକ ପଡୋଶୀ ଦେଶ ସହିତ ଚୀନର ବିବାଦ

author img

By ETV Bharat Odisha Team

Published : Mar 13, 2024, 7:33 PM IST

The Big Brother Syndrome: 14 ଟି ଦେଶର ଚୀନ ସହିତ ସଂଲଗ୍ନ ହିଛି ଯାହା ବିଶ୍ୱରେ ସର୍ବାଧିକ । ଏହା ବ୍ୟତୀତ ସମାନ ସଂଖ୍ୟକ ଦେଶ ଋଷ ସହିତ ସୀମା ବାଣ୍ଟିଛନ୍ତି। ଏହି ସୀମା ବିବାଦ ଏବଂ ଦେଶ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପଢନ୍ତୁ ଅବସରପ୍ରାପ୍ତ ମେଜର ଜେନେରାଲ ହର୍ଷ କକ୍କରଙ୍କ ଆଲେଖ୍ୟ ।

Big Brother
Big Brother

ଲେଖକ:- ହର୍ଷ କକ୍କର

ଅବସରପ୍ରାପ୍ତ ମେଜର ଜେନେରାଲ

ହାଇଦ୍ରାବାଦ: ସମସ୍ତ ପଡୋଶୀ ଦେଶ ସହିତ ଚୀନର ସମ୍ପର୍କ ଛିନ୍ନ ହେବାକୁ ଲାଗିଛି । ତାଇୱାନ, ଭିଏତନାମ, ଫିଲିପାଇନ୍ସ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଭଳି ଦେଶମାନଙ୍କ ସହ ଚୀନର ତିକ୍ତତା ବଢିଛି । ଦକ୍ଷିଣ ଏବଂ ପୂର୍ବ ଚୀନ ସାଗରର ଉପକୂଳ ତଥା ଦ୍ବୀପପୁଞ୍ଜ , ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) କିମ୍ବା ଆମେରିକା ସହ ମିଳିତ ମଞ୍ଚ ଉପରେ ବିବାଦ ଉପୁଜିଛି । ଚୀନର 'ନାଇନ-ଡ୍ୟାସ ଲାଇନ' (ପିପୁଲସ ରିପବ୍ଲିକ ଅଫ୍ ଚାଇନା ତରଫରୁ ବିଭିନ୍ନ ମାନଚିତ୍ର ଆଧାରରେ ତିଆରି ହୋଇଥିବା ରେଖା)କୁ ନେଇ ଫିଲିପାଇନ୍ସ ଓ ଜାପାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ସେହିପରି ଭିଏତନାମ ସହ ଥିବା ସଂଘର୍ଷର କାରଣ ହେଉଛି EEZ ।

Big Brother
Big Brother

ଚୀନ ପାଇଁ ଗୁରୁତ୍ବ ବହନ କରେ ତାଇୱାନ ସହ ପୁନଃମିଳନ । ହେଲେ ଆମେରିକାର ତାଇୱାନକୁ ଅସ୍ତ୍ର କରିବା ଓ ସେହି ଅଞ୍ଚଳରେ ଆମେରିକୀୟ ଉଚ୍ଚ ପଦାଧିକାରୀଙ୍କ ପରିଦର୍ଶନ ଅନେକ ଦିଗକୁ ସୂଚାଉଛି । ବେଜିଂ ସର୍ବଦା ଆମେରିକା ମିଳିତ ମଞ୍ଚରେ ସାମିଲ ଥିବା ଦକ୍ଷିଣ କୋରିଆକୁ ଏକ ଦୁର୍ବଳ ବୋଲି ବିବେଚନା କରିଆସିଛି । ଯେଉଁ ଦେଶମାନଙ୍କରେ ବେଜିଂ ସହ ମତଭେଦ ରହିଛି, ସେମାନେ ଭାରତକୁ ସହଯୋଗୀ ଭାବରେ ବିବେଚନା କରନ୍ତି । ଏହାର ମୁଖ୍ୟ କାରଣ ହେଉଛି ଭାରତ କିଛି ଦୂରରେ ଅବସ୍ଥିତ ରହିଛି ଏବଂ ଏହି ବିଷୟକୁ ନେଇ ଭାରତର କୌଣସି ଦାବି ନାହିଁ । ତେବେ ଲଦାଖ ବିବାଦ ପରେ ଭାରତ-ଚୀନ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାବେଳେ ପୂର୍ବ ଏସୀୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ବୃଦ୍ଧି ପାଇଲା ।

ଭିଏତନାମ ସହିତ ଭାରତର ସାମରିକ ସମ୍ପର୍କ ବଢିବାରେ ଲାଗିଛି । ଭାରତ ଓ ଜାପାନ ମଧ୍ୟରେ ମଧ୍ୟ ସମ୍ପର୍କ ସୁଦୃଢ ହୋଇଛି । ସେହିପରି ଭାରତ କ୍ବାଡ(QUAD)ର ସଦସ୍ୟ ରହିଥିବାବେଳେ ଉଭୟ ଫିଲିପାଇନ୍ସ ଏବଂ ଭିଏତନାମକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଉଛି । ଇଣ୍ଡୋନେସିଆର ସାବଙ୍ଗ ବନ୍ଦର ପରିଚାଳନା କ୍ଷେତ୍ରରେ ମଧ୍ୟ ସହାୟତା କରିଛି ଭାରତ । ଚୀନ ସହ ବିବାଦରେ ଥିବା ଦେଶଗୁଡିକ ଭାରତ ନିରନ୍ତର ସହଯୋଗ ଯୋଗାଇ ଆସୁଛି । ଛୋଟ ଛୋଟ ପଡୋଶୀ ଦେଶମାନଙ୍କ ପ୍ରତି ଉଭୟ ଚୀନ ଓ ଭାରତର ଆଭିମୁଖ୍ୟ ଭିନ୍ନ ରହିଛି । ହେଲେ ବିଶେଷଜ୍ଞଙ୍କ ଅନୁସନ୍ଧାନ ଅନୁସାରେ, ବଡ଼ ବଡ଼ ଶକ୍ତିଶାଳୀ ଦେଶମାନଙ୍କ ପ୍ରତି ଏଭଳି ଛୋଟ ଛୋଟ ଦେଶ ବିପଦ ସାବ୍ୟସ୍ତ ହୋଇପାରନ୍ତି । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର ଆଭିମୁଖ୍ୟ ଯେତେ ଭଲ ହୋଇଥିଲେ ବି ମାଳଦ୍ବୀପ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି ପଡୋଶୀ ଦେଶମାନଙ୍କ ଧାରଣା ଭାରତ ପ୍ରତି ସେତେଟା ସକରାତ୍ମକ ନାହିଁ ।

ଯାହାର ପ୍ରମୁଖ ଉଦାହରଣ ହେଉଛି ମାଲଦ୍ବୀପର ଚୀନ ସମର୍ଥ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିକଟରେ ଦେଇଥିବା ଟିପ୍ପଣୀ । ଭାରତର ଆଭିମୁଖ୍ୟ ଖରାପ ବୋଲି ଦର୍ଶାଯାଇବା ସହ ମେ ୧୦ ତାରିଖରୁ ଦେଶରେ କୌଣସି ଭାରତୀୟ ସୈନିକ ରହିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ତେବେ ମାଳଦ୍ବୀପ ସରକାର ଚୀନ୍ ସହିତ ସାମରିକ ତାଲିମ ତଥା ଯୁଦ୍ଧ ଉପକରଣ କ୍ଷେତ୍ରରେ 'ମାଗଣା ସାମରିକ ସହାୟତା' ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ତୁର୍କୀ ମାଳଦ୍ବୀପର ପ୍ରତିରକ୍ଷା ବାହିନୀକୁ ତାଲିମ ଦେବା ଆରମ୍ଭ କରିଛି । ପରମ୍ପରାକୁ ଭାଙ୍ଗି ମୁଇଜୁ ଭାରତକୁ ଅଣଦେଖା କରି ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଚୀନ୍ ଗସ୍ତ କରିଥିବା ଜଣାପଡ଼ିଛି । ମାଳଦ୍ବୀପର ଭାରତ ପ୍ରତି ଏଭଳି ଆଭିମୁଖ୍ୟକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ଯେତେବେଳେ ପଡୋଶୀ ଦେଶ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ବଡ଼ ବଡ଼ ଦବଙ୍ଗମାନେ 4.5 ବିଲିୟନ ଆମେରିକୀୟ ଡଲାର ସହାୟତା ପ୍ରଦାନ କରନ୍ତି ନାହିଁ । ଭାରତୀୟ ଜନସାଧାରଣ ସ୍ବେଚ୍ଛାକୃ ଭାବେ ମାଳଦ୍ବୀପ ପର୍ଯ୍ୟଟନକୁ ବହିଷ୍କୃତ କରିବା ପରେ ଏଭଳି ଭାରତ ବିରୋଧୀ ଭାବନା ସେମାନଙ୍କ ମନରେ ଉପୁଜିଛି ।"

ଅପରପକ୍ଷେ, ଦେଖିବାକୁ ଗଲେ ଶ୍ରୀଲଙ୍କା ସରକାର ନା ଭାରତର ସମର୍ଥକ ନା ଚୀନର ସମର୍ଥକ । ଇତିହାସକୁ ଦେଖିଲେ ଶିଂହଳୀ ସମୁଦାୟ ୧୯୮୦ ଦଶକରେ ଲିଟ୍ଟେ ଉଗ୍ରବାଦୀଙ୍କୁ ପ୍ରଶିକ୍ଷଣ ଓ ହତିଆର ଦେବା ମାମଲାରେ ଭାରତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଯୁଦ୍ଧ ସମୟରେ ୟେତେବେଳେ ଭାରତୀୟ ସେନା ଶ୍ରୀଲଙ୍କାର ସେନାକୁ ଅସ୍ତ୍ରଶସ୍ତ୍ର ଦେବାକୁ ମନା କରିଦେଲା, ଯୁଦ୍ଧ ସମୟରେ ଭାରତ ଶ୍ରୀଲଙ୍କା ସେନାକୁ ଅସ୍ତ୍ର ଯୋଗାଇବାକୁ ମନା କରିଦେଇଥିଲା । ଉତ୍ତର ଏବଂ ପୂର୍ବ ଶ୍ରୀଲଙ୍କାରେ ଭାରତ ତାମିଲଙ୍କ ଦାବିକୁ ସମର୍ଥନ କରୁଥିବାରୁ ଶ୍ରୀଲଙ୍କା ଏହାକୁ ନାପସନ୍ଦ କରେ । ଭାରତ ଆନ୍ତରିକ ମାମଲାରେ ହସ୍ତକ୍ଷେପ କରୁଥିବା ନେଇ ଶ୍ରୀଲଙ୍କାର ଧାରଣା ରହିଛି । ସେହିପରି 2015 ରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ସା ତାଙ୍କ ପରାଜୟ ପାଇଁ ଭାରତକୁ ଦାୟୀ କରିଥିଲେ । ସେ କହିଥିଲେ, 'ଉଭୟ ଆମେରିକା ଏବଂ ଭାରତ ମତେ ପରାଜିତ କରିବାକୁ ସେମାନଙ୍କ ଦୂତାବାସକୁ ବ୍ୟବହାର କରିଥିଲେ । 2018 ରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସସ ୱିଙ୍ଗ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଥିବା ନେଇ ଅଭିୟୋଗ ଆଣିଥିଲେ । ଏଭଳି ଭିତ୍ତିହୀନ ଅଭିଯୋଗର କୌଣସି ପ୍ରମାଣ ମଧ୍ୟ ନଥିଲା ।

ଏହା ମଧ୍ୟ ପଢନ୍ତୁ...ଭାରତ-ମିଆଁମାର ମୁକ୍ତ ଗତିବିଧି ନିୟମ: ଆବଶ୍ୟକତା ଓ ଆହ୍ବାନ

ଗତ ବର୍ଷ ନଭେମ୍ବରରେ ଶ୍ରୀଲଙ୍କାର ବିଶ୍ୱକପ ବିଜେତା ଅଧିନାୟକ ଅର୍ଜୁନ ରଣାତୁଙ୍ଗା ବିସିସିଆଇ ସଚିବ ଜୟ ଶାହଙ୍କୁ ଶ୍ରୀଲଙ୍କା କ୍ରିକେଟ୍ ଚଳାଇବା ଏବଂ ନଷ୍ଟ କରୁଥିବା କହି ଦାୟୀ କରିଥିଲେ । ଅବଶ୍ୟ ପରେ ଶ୍ରୀଲଙ୍କା ସରକାର ଏହି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଭାରତ କିନ୍ତୁ ଶ୍ରୀଲଙ୍କାକୁ ଅନେକ ସମୟରେ ସମର୍ଥନ କରି ଆସିଛି । ମହାମାରୀ କୋଭିଡ ସମୟରେ ଭାରତ 25 ଟନରୁ ଅଧିକ ଔଷଧ ଏବଂ 5 ଲକ୍ଷ ଡୋଜ ଟିକା ଯୋଗାଇ ଦେଇଥିଲା । ସେହିପରି ତରଳ ଅମ୍ଳଜାନ, କିରୋସିନ ଆରମ୍ଭ କରି ରାପିଡ୍ ଆଣ୍ଟିଜେନ ଆସି ଶ୍ରୀଲଙ୍କାକୁ ଯୋଗାଇ ଆସିଛି ଭାରତ । ନେପାଳ ମାଟିରେ ବର୍ତ୍ତମାନ ଚୀନର କାର୍ଯ୍ୟକଳାପ ବଢିବାରେ ଲାଗିଛି ।

ଗତ ବର୍ଷ ନଭେମ୍ବରରେ ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମସିଂଘେ ଆର୍ଥିକ ମାନ୍ଦାବସ୍ଥା ସମୟରେ 4 ବିଲିୟନ ଆମେରିକୀୟ ଡଲାର ସହାୟତା ପ୍ରଦାନ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, "ଯଦି ଆମେ ଆଜି ସ୍ଥିର, ତେବେ ଭାରତର ସାହାଯ୍ୟ ଯୋଗୁଁ ।" ହେଲେ ଆଗକୁ ଶ୍ରୀଲଙ୍କା ଭାରତ ନା ଚୀନ କାହା ସପକ୍ଷରେ ଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ନେପାଳରେ ଚୀନ ସମର୍ଥକମାନେ ଭାରତ ବିରୋଧରେ ଗୋଟି ଚାଳନା କରିବା ସାଧାରଣ କଥା ।

ଭାରତର ଆକାର, ଅର୍ଥନୀତି, ଅବରୋଧ କରିବାର କ୍ଷମତା ଆଦି ପଡୋଶୀ ଦେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାଦ୍ବାରା ସେମାନଙ୍କ ମଧ୍ୟରେ ଭାରତ ବିରୋଧୀ ଭାବନା ବୃଦ୍ଧି ପାଇଛି । ବାଂଲାଦେଶର ବିରୋଧୀ ଦଳମାନେ ଶେଖ ହସିନାଙ୍କ ଶାସନକୁ ବିରୋଧ କରିବା ସହ ସୋସିଆଲ ମିଡିଆରେ ଭାରତ ବିରୋଧୀ ନାରା ଦେଉଛନ୍ତି । 'ଭାରତୀୟ ସାମଗ୍ରୀକୁ ବୟଏକଟ' ପାଇଁ ବାଲାଂଦେଶର ବିରୋଧୀ ଦଳ ସୋସିଆଲ ମିଡିଆ କ୍ୟାମ୍ପେନ କରୁଛନ୍ତି । ସୀମା ପ୍ରସଙ୍ଗରେ ଭାରତକୁ ବିରୋଧ କରିବା ସହ ପ୍ୟାରିସ ସ୍ଥିତ ଜଣେ ବାଲାଂଦେଶୀ କାର୍ଯ୍ୟକର୍ତ୍ତା କହିଛନ୍ତି, "ଭାରତ ଏମିତି ଏକ ଦେଶ ଯିଏକି ଅନ୍ୟ ଦେଶର ନିର୍ବାଚନରେ ହସ୍ତକ୍ଷେପ କରେ ଏବଂ ହେରଫେରରେ ସହାୟତା କରେ । ଏହା ସ୍ବାର୍ଥୀ ଏବଂ ଅନୈତିକ ଦେଶ ।" ଉଭୟ ଭାରତ ଏବଂ ଚୀନ୍ ପାଇଁ ସେମାନଙ୍କ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଛି । ପୂର୍ବ ଏସୀୟ ଦେଶ ଗୁଡ଼ିକ ସହ ଭାରତର ସମ୍ପର୍କ ଦୃଢ ହେଉଥିବାବେଳେ ଛୋଟ ପଡ଼ୋଶୀ ଦେଶମାନଙ୍କ ସହ ସମ୍ପର୍କରେ ଉତଥାନ ପତନ ଦେଖା ଦେଇଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ବଡ ଭାଇ ଉପରେ ସେମାନେ ସନ୍ଦେହ କରିବା ସ୍ବାଭାବିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.