ETV Bharat / opinion

ବାଂଲାଦେଶ ସାମ୍ପ୍ରତିକ ହିଂସାକାଣ୍ଡ ଓ ଭାରତ - The Bangladesh Crisis And India - THE BANGLADESH CRISIS AND INDIA

The Bangladesh Crisis And India: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଦୀର୍ଘ 15 ବର୍ଷ ସରକାରର ପତନ ଘଟିଛି । ମୋହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏବେ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଶାସିତ ହେଉଛି । ତେବେ ବାଂଲାଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଭାରତ ଉପରେ ତାର ପ୍ରଭାବ କଣ ରହିବ ? ପଢନ୍ତୁ ମେଜର ଜେନେରାଲ ହର୍ଷ କକ୍କରଙ୍କ ଏହି ଆଲେଖ୍ୟ

The Bangladesh Crisis And India
The Bangladesh Crisis And India (AP)
author img

By Major General Harsha Kakar

Published : Aug 8, 2024, 9:34 PM IST

ହାଇଦ୍ରାବାଦ: ଗତ କିଛି ସପ୍ତାହ ମଧ୍ୟରେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବହୁତ କିଛି ଘଟିଛି । ଯାହାକି 2010-11 ଆରବ ସ୍ପ୍ରିଙ୍ଗ (ଆରବରେ ସରକାରୀ ବିରୋଧୀ ଆନ୍ଦୋଳନ)ର ସ୍ମୃତିକୁ ତାଜା କରିଦେଇଛି । ଯେଉଁଠି ଗୋଟିଏ ଘଟଣା ସାରା ଉତ୍ତର ଆଫ୍ରିକା ଓ ମଧ୍ୟପୂର୍ବରେ ହିଂସାକାଣ୍ଡ ଘଟାଇଥିଲା । ଏବେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଉପୁଜିଥିବା ନିଆଁରେ ସାରା ଦେଶ ଜଳୁଛି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ନିରୀହଙ୍କ ପ୍ରାଣହାନି ଘଟୁଛି । ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି । ତେବେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଉପୁଜିଥିବା ସାମ୍ପ୍ରତିକ ସ୍ଥିତିର ପ୍ରଭାବ ଭାରତ ଉପରେ ପଡ଼ିବ କି ? ଭାରତର ଆଭିମୁଖ୍ୟ କଣ ରହିବ ? ଏ ନେଇ ଚାରିଆଡ଼େ ଆଲୋଚନା ପର୍ଯ୍ୟାଲୋଚନା ।

2019ରେ ହଂକଂ ଏବଂ 2022ରେ ଶ୍ରୀଲଙ୍କା ମାମଲା ପରି ଛାତ୍ରମାନେ ହିଁ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ପରେ ବାଂଲାଦେଶରେ ଜମାତ-ଇ-ଇସଲାମି ଏହି ପ୍ରତିବାଦରେ ସାମିଲ ହୋଇଥିଲା । ନିଷେଧ ହେବା ପରେ ଜମାତ-ଇ-ଇସଲାମି ଶେଖ ହସିନାଙ୍କ ପ୍ରତି ଗଭୀର ଘୃଣାଭାବ ପ୍ରକାଶ କରିଥିଲେ । ଏହି କାରଣରୁ ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତି ସମେତ ପରିବାରର ବାସସ୍ଥାନ ଏବଂ ସ୍ମାରକୀକୁ ଟାର୍ଗେଟ କରାଯାଇଥିଲା ।

ଆରବ ସ୍ପ୍ରିଙ୍ଗ ପରି, ସୁରକ୍ଷା ବାହିନୀ ରକ୍ତପାତକୁ ବାଦ ଦେବା ଉଦ୍ୟମରେ ବହୁ ହିଂସାତ୍ମକ ଜନତାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା । ଫଳସ୍ବରୂପ ନେତାମାନେ ଇସ୍ତଫା ଦେଇଥିଲେ କିମ୍ବା ଅନ୍ୟତ୍ର ଆଶ୍ରୟ ନେଇଥିଲେ । ଟ୍ୟୁନିସିଆର ରାଷ୍ଟ୍ରପତି ସାଉଦି ଆରବକୁ ପଳାୟନ କରିଥିଲେ, ଇଜିପ୍ଟର ହୋସ୍ନି ମୁବାରକ ଇସ୍ତଫା ଦେଇଥିଲେ ଏବଂ ଲିବିଆର ଗାଦ୍ଦିଙ୍କୁ ହତ୍ୟା କରାଯାଇଥିଲା । ବାଂଲାଦେଶ ହିଂସାକାଣ୍ଡ ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ନିଜ ପଦରୁ ଇସ୍ତଫା ଦେଇ ସେ ଭାରତରେ ଆଶ୍ରୟ ନେଇଛନ୍ତି ।

ବାଂଲାଦେଶ ପରି, ଅଧିକାଂଶ କ୍ଷେତ୍ରରେ ସେନା ବିରୋଧକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ମନା କରିବା ପରେ ଶାସକମାନେ ଇସ୍ତଫା ଦେଇଥିଲେ କିମ୍ବା ପଳାଇଥିଲେ । ଯେଉଁ ଦେଶରେ ଆରବ ସ୍ପ୍ରିଙ୍ଗ ଘଟଣା ଘଟିଥିଲା, ସେଠାରେ ମୌଳିକ ଦାବି ଗଣତନ୍ତ୍ର ଏବଂ ମାନବିକ ଅଧିକାର ଥିଲା । ହସିନା ପ୍ରାୟ ଏକଛତ୍ରବାଦୀ ଶାସକ ଥିଲେ, ବିରୋଧୀଙ୍କୁ ନିୟନ୍ତ୍ରଣ କରୁଥିଲେ, ସେମାନଙ୍କୁ ଜେଲରେ ରଖିବା କିମ୍ବା ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଉଥିଲେ । ଏହା ବିରୋଧରେ ଉଠୁଥିବା ସ୍ବରକୁ ଦବାଇବା ଲାଗି ସୁରକ୍ଷା ବଳକୁ ନିଯୁକ୍ତ କରୁଥିଲେ ।

ଏହା ବି ପଢନ୍ତୁ- ETV Bharat Exclusive: ହିଂସାରେ ଜଳୁଛି ବାଂଲାଦେଶ, କଣ ରହିବ ଭାରତର ଆଭିମୁଖ୍ୟ, ଇଟିଭି ଭାରତକୁ କହିଲେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

ଆରବ ସ୍ପ୍ରିଙ୍ଗରେ ହୋଇଥିବା ବିଦ୍ରୋହର ମୁଖ୍ୟ କାରଣ ଥିଲା ସରକାରର ଦୁର୍ନୀତି ଏବଂ ଆର୍ଥିକ ସୁଯୋଗର ଅଭାବ । ବାଂଲାଦେଶରେ ମଧ୍ୟ ସମାନ ଘଟଣା ଘଟିଲା । ସ୍ବାଧୀନତା ସଂଗ୍ରାମୀଙ୍କ ବଂସଜ ଓ ଅନ୍ୟ ଗୋଷ୍ଠୀକୁ ଦିଆଯାଇଥିବା 1971 କୋଟା ରୋଜଗାରର ସୁଯୋଗ ହ୍ରାସ କରିଥିବାବେଳେ ଦୁର୍ନୀତିକୁ ବ୍ୟାପକ ଥିଲା । କୋଭିଡ ଏବଂ ଋଷ-ୟୁକ୍ରେନ ବିବାଦ ବାଂଲାଦେଶ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା । ତୈଳ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ତୀବ୍ର ବୃଦ୍ଧି ପାଇଥିଲାବେଳେ ରପ୍ତାନି ହ୍ରାସ ପାଇଥିଲା । ବେରୋଜଗାର ବୃଦ୍ଧି ପାଇବା ପରେ ଦୀର୍ଘ ଦିନ ଧରି ରହିଆସିଥିବା ଦାବି ପୁଣି ଉଠିଥିଲା । ସରକାର ଉକ୍ତ ଦାବିକୁ ଅଗ୍ରାହ୍ୟ କରିବା ପରେ ଆନ୍ଦୋଳନ ତୀବ୍ର ହୋଇଥିଲା ।

ସମ୍ପ୍ରତି, ଛାତ୍ରମାନେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି । ସେମାନେ ସେନା ମୁଖ୍ୟ ତଥା ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ପାଇଁ 15ଟି ନାମ ପଠାଇଛନ୍ତି । ସେମାନେ ଏକ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ବାଂଲାଦେଶ ଚାହୁଁଛନ୍ତି । ବିକାଶ ଏବଂ ରୋଜଗାର ଚାହୁଁଛନ୍ତି । ଛାତ୍ରମାନେ ହିଁ ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ବ ନେବାକୁ ଚାହୁଁଛନ୍ତି । ଏପଟେ ପୂରା ସ୍ଥିତି ଉପରେ ଭାରତ ଓ ଚୀନ ନଜର ରଖିଛି । ଏହା ମଧ୍ୟ କୁହାଯାଉଛି ଯେ ବାଂଲାଦେଶର ଆଗାମୀ ସରକାର ଭାରତ ବିରୋଧୀ ହୋଇପାରେ । କାରଣ ଶେଖ ହସିନାଙ୍କୁ ଭାରତର ସମର୍ଥନ ରହିଛି ।

ଭାରତ ଓ ବାଂଲାଦେଶ ଉଭୟ ପଡ଼ୋଶୀ ରାଷ୍ଟ୍ର । ଉଭୟ 1400କିମି ସୀମାବର୍ତ୍ତୀ ଅଞ୍ଚଳ ସେୟାର କରନ୍ତି । କୌଣସି ଦେଶ ଅନ୍ୟ ଦେଶକୁ ଅଣଦେଖା କରିପାରିବେ ନାହିଁ । ଜନବସତି ଏବଂ ସାମୁଦ୍ରିକ ସୀମା ସମସ୍ୟାର ସମାଧାନ ହୋଇଛି । କୌଣସି ବିବାଦ ବିଚାରାଧୀନ ନାହିଁ । ତେଣୁ ବାଂଲାଦେଶରେ କେଉଁ ସରକାର କ୍ଷମତାକୁ ଆସନ୍ତୁ ନା କାହିଁକି ସେମାନେ ଭାରତକୁ ଅଣଦେଖା କରିପାରିବେ ନାହିଁ । ଭାରତ ବିରୋଧୀ ଭାବେ ଶ୍ରୀଲଙ୍କା, ମାଳଦ୍ବୀପ ଏବଂ ନେପାଳ ବିଭିନ୍ନ ସମୟରେ ଉଭା ହୋଇଛନ୍ତି । ତଥାପି ଭାରତ ସହିତ ସମ୍ପର୍କ କେବେ ବି ଖରାପ ହୋଇନଥିଲା କାରଣ ସେମାନେ ସମସ୍ତେ ବୁଝନ୍ତି ଯେ ଭାରତ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ ।

ବାଂଲାଦେଶ ସେନା ଓ ଭାରତ ମଧ୍ୟରେ ସମ୍ପର୍କ ମଧୁର ରହିଛି । ବାଂଲାଦେଶର ସେନା ଅଧିକାରୀମାନେ ଭାରତ ସହିତ ପ୍ରଶିକ୍ଷଣରେ ଅଂଶଗ୍ରହଣ କରନ୍ତି । ଭାରତୀୟ ସଶସ୍ତ୍ର ବାହିନୀ ସହିତ ଅଭ୍ୟାସ କରନ୍ତି ଏବଂ କିଛି ଭାରତୀୟ ଅସ୍ତ୍ର ବ୍ୟବହାର ମଧ୍ୟ କରନ୍ତି । ପ୍ରତିବର୍ଷ ଡିସେମ୍ବରରେ ଉଭୟ ଦେଶ ମିଳିତ ଭାବେ ବିଜୟ ଦିବସ ପାଳନ କରନ୍ତି । ଏହି ଧାରା ଜାରି ହେବାର ସମ୍ଭାବନା ଅଛି । ଭାରତ ବୁଝିବା ଉଚିତ ଯେ ବାଂଲାଦେଶରେ ଯାହା ଘଟୁଛି ତାହା ହେଉଛି ସେଠାକାର ଜନତାଙ୍କ ଇଚ୍ଛା ।

ଏହା ବି ପଢନ୍ତୁ- ବାଂଲାଦେଶ ରାଜନୈତିକ ସଂକଟ: କଣ ହେବ ଶେଖ ହସିନାଙ୍କ ଭବିଷ୍ୟତ ? ସତର୍କ ନହେଲେ ଭାରତ ପାଇଁ ବଢ଼ିବ କି ବିପଦ ?

ପୂର୍ବତନ ଶେଖ ହସିନାଙ୍କ ସରକାରକୁ ବାଂଲାଦେଶ ଦୋଷ ଦେବା ବନ୍ଦ କରିବା ଉଚିତ ଏବଂ ଯିଏ ଢାକାରେ କ୍ଷମତାକୁ ଆସିବ ସେ ଆଗକୁ ବଢିବା ଉଚିତ । ଏକ ଯୁଗ ଶେଷ ହୋଇଛି ଏବଂ ଏକ ନୂତନ ଯୁଗ ଆରମ୍ଭ ହେଉଛି । ହଠାତ ପରିବର୍ତ୍ତନ ବିରଳ, କିନ୍ତୁ ସେଗୁଡ଼ିକ ଘଟିବ । ରାଷ୍ଟ୍ରଗୁଡିକ ଖାପ ଖୁଆଇବ ଏବଂ କିଛି ସମୟ ପରେ ସବୁ କିଛି ସ୍ବାଭାବିକ ହେବ । ଭାରତ-ବାଂଲାଦେଶ ସମ୍ପର୍କରେ ମଧ୍ୟ ପରିସ୍ଥିତି ସମାନ ହେବ ।

ଭାରତ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ବାଂଲାଦେଶରେ ଅନିଶ୍ଚିତତା ପରେ ସୀମା ଦେଇ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିପାରେ । ଏହା କ୍ଷତିକାରକ ହୋଇପାରେ, କାରଣ ଅନେକ ସୀମାନ୍ତ ଅଞ୍ଚଳର ଜନସଂଖ୍ୟା ପ୍ରଭାବିତ ହେବ । ସୀମାରେ ନିୟୋଜିତ ବିଏସଏଫ ସଜାଗ ରହିବା ଉଚିତ । ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ସଂଖ୍ୟାଲଘୁ ସମ୍ପ୍ରଦାୟ (ହିନ୍ଦୁ) ଏବଂ ସେମାନଙ୍କ ପୂଜାପାଠ ଉପରେ ଆନ୍ଦୋଳନକାରୀଙ୍କ ଆକ୍ରମଣ । ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବାଂଲାଦେଶ ଦୃଷ୍ଟି ଦେବା ଉଚିତ । ଏହା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କୁ ବାଂଲାଦେଶ ସେନା ସହିତ ଯୋଗାଯୋଗ କରିବା ଉଚିତ ।

ବାଂଲାଦେଶରେ ନବ ନିର୍ବାଚିତ ନେତାଙ୍କ ପ୍ରାଥମିକତା ହେଉଛି ବିନା ଋଣ ଜାଲରେ ଫସି ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା । ସମର୍ଥନ ପାଇଁ ଭାରତ ସର୍ବଦା ରହିଆସିଛି । ଭାରତ ଏହାର ପଡ଼ୋଶୀ ଦେଶରେ ଉଦାସୀନ ସରକାରମାନଙ୍କ ସହିତ କାମ କରିଛି ଏବଂ ସର୍ବଦା ସଫଳ ହୋଇଛି । ଆଗାମୀ ଦିନରେ ବାଂଲାଦେଶ ସହିତ ମଧ୍ୟ ଏହା ଘଟିବ ବୋଲି ଆଶା କରାଯାଉଛି । ଯାହା ଦରକାର ତାହା ହେଉଛି ଧୈର୍ଯ୍ୟ ଏବଂ ଦକ୍ଷ କୂଟନୀତି, ଯାହା ଭାରତର ବିଶେଷତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.