ETV Bharat / opinion

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

author img

By Bilal Bhat

Published : Sep 18, 2024, 7:33 AM IST

Updated : Sep 18, 2024, 12:56 PM IST

Jammu Kashmir Elections 2024: ଧାରା-370 ଉଚ୍ଛେଦ ପରେ ପ୍ରଥମ ଥର ବିଧାନସଭା ନିର୍ବାନରେ ଭୋଟ ଦେବ କାଶ୍ମୀର । ଏଥର ଲିଗାସି ଲଢେଇ ସାଙ୍ଗକୁ ପିଢିଗତ ପରିବର୍ତ୍ତନ । କ’ଣ ରହିଛି ଚଳିତଥରର ସ୍ଥିତି ଓ ସମୀକରଣ, ପଢନ୍ତୁ ‘ଇଟିଭି ଭାରତ’ ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ...

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ (ETV Bharat Odisha)

ନୂଆଦିଲ୍ଲୀ: 2019 ରେ ବହୁଚର୍ଚ୍ଚିତ ଧାରା-370 ରଦ୍ଦ ହେବାର ଦୀର୍ଘ 5ବର୍ଷ ପରେ ଜମ୍ମୁ କାଶ୍ମୀର ଏକ ନୂତନ ଘଟଣାକ୍ରମର ସାକ୍ଷୀ ହେବାକୁ ଯାଉଛି । ଏଥର ନିଜ ସାମ୍ବିଧାନିକ ଅଧିକାର ଅନୁସାରେ, ଭୋଟଦାନ କିମ୍ବା ସିଧା ପ୍ରତିଦ୍ବନ୍ଦ୍ବିତା କରି ନିର୍ବାଚନରେ ସାମିଲ ହେବେ କାଶ୍ମୀରବାସୀ । ବର୍ତ୍ତମାନର ସ୍ଥିତି ଅନୁସାରେ, ଘାଟିରେ ଜୀବନ ପ୍ରତି ସେମିତି କୌଣସି ବିପଦ ନାହିଁ ବୋଲି ମଧ୍ୟ ବିବେଚନା କରାଯାଉଛି । ପୂର୍ବରୁ ଉପତ୍ୟାକାରେ ଏହି ପ୍ରକ୍ରିୟା ନିଷେଧ କରାଯାଇଥିଲା । ଗତ ତିନି ଦଶନ୍ଧି ଧରି ଉପତ୍ୟାକାରେ ଭୋଟରଙ୍କ ନିର୍ବାଚନୀ ଅଂଶଗ୍ରହଣ ସଂଖ୍ୟା ବହୁତ କମ ରେକର୍ଡ କରାଯାଇଥିଲା । ମାତ୍ର 2024 ଲୋକସଭା ନିର୍ବାଚନରେ ​​ଏହି ସଂଖ୍ୟାରେ ବିଶେଷ ଉନ୍ନତି ଦୃଶ୍ୟମାନ ହୋଇଛି । ସଂସଦୀୟ ନିର୍ବାଚନରେ ଡୋର-ଟୁ-ଡୋର କ୍ୟାମ୍ପେନିଂ, ରାଲି ଓ ରାଜନୈତିକ ସଭାସମିତି ଆୟୋଜନ ଫଳରେ ଘାଟିର ଲୋକଙ୍କ ମଧ୍ୟ ଆତ୍ମବିଶ୍ବାସ ସୃଷ୍ଟି ହୋଇଛି । ଯାହାର ଫଳାଫଳ ମଧ୍ୟ ନିର୍ବାଚନୀ ଅଂଶଗ୍ରହଣରେ ଦେଖିବାକୁ ମିଳିଛି ।

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ (ETV Bharat Odisha)
  • ନିର୍ବାଚନୀ କଳ :

ଏକଦାକା ଶ୍ମୀରରେ ସମୟ ଥିଲା, ଯେତେବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ​​ଅଂଶଗ୍ରହଣ କରିବାରେ ବିପଦ ଅନୁଭବ କରିଥିଲେ । ସେମାନଙ୍କ ଆଶଙ୍କା ବା ଭୟ ନିରାଧାର ମଧ୍ୟ ନଥିଲା । ନିର୍ବାଚନ ବେଳେ କାର୍ଯ୍ୟରତ ନିର୍ବାଚନୀ ଅଧିକାରୀଙ୍କ ଜୀବନ ଯିବା କାଶ୍ମୀରରେ ଏକାଧିକ ନଜିର ମଧ୍ୟ ରହିଛି । ଏହି ଘଟଣାରେ କେବଳ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ, କିମ୍ବା ସୁରକ୍ଷା ଦାୟିତ୍ବରେ ଥିବା ସେନାର ଯବାନ ନୁହନ୍ତି, ବରଂ ଏକାଧିକ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ପ୍ରାଣ ହରାଇଥିଲେ । ତେଣୁ ସେମାନେ ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରିବାକୁ ଭୟ କରୁଥିଲେ ଓ ସେମାନଙ୍କ ନାମ ସେହି ତାଲିକାରେ ସାମିଲ ନକରିବା ପାଇଁ କିଛି ବିକଳ୍ପ ମଧ୍ୟ ଚିନ୍ତା କରୁଥିଲେ ।

  • କାଶ୍ମୀରର ପୂର୍ବ ରାଜନୈତିକ ସମୀକରଣ:

ଏକଦା କାଶ୍ମୀରରେ ରାଜନୀତିରେ ପ୍ରତିଯୋଗିତାର ଅଭାବ କାରଣରୁ ଆଞ୍ଚଳିକ ଦଳଗୁଡିକ ନିର୍ବାଚନୀ ରାଜନୀତିରେ ସର୍ବଦା ଆଗରେ ରହି ଆସୁଥିଲେ । ପୂର୍ବରୁ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଭୟରେ ସାଧାରଣ ଭୋଟର ମତଦାନ ସାବ୍ୟସ୍ତ କରିବା ପାଇଁ ଭୟ କରୁଥିଲେ । କିଛି ସ୍ଥାନରେ ସେମାନେ ମତାଧିକାରରୁ ବିରତ ମଧ୍ୟ ରହୁଥିଲେ । ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏବଂ ସେମାନଙ୍କର ସହଯୋଗୀ ଦଳମାନେ ଘାଟିରେ ନିର୍ବାଚନରେ ଅଂଶଗ୍ରହଣ ବର୍ଜନ କରୁଥିଲେ । ଫଳରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଉଥିଲା । ନ୍ୟାସନାଲ କନଫରେନ୍ସ (ଏନସି) ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଭଳି ଦଳ ପାଇଁ ନିର୍ବାଚନୀ କ୍ଷେତ୍ର ସମ୍ପୂର୍ଣ୍ଣ ଖୋଲା ରହୁଥିଲା । ତେବେ ଏଥର ସ୍ଥିତି ଓଲଟା ହୋଇସାରିଛି । ଏବେ ଘାଟିରେ ବିଛିନ୍ନତାବାଦର ପ୍ରଭାବ ପ୍ରାୟତଃ ନାହିଁ । ଲୋକେ ଭୋଟଦାନ କରିବା ପାଇଁ ଆଶ୍ବସ୍ତ ଅନୁଭବ କରୁଛନ୍ତି । ଫଳରେ ‘ଏନସି’ ଏବଂ ’ପିଡିପି’ ପରି ଦଳଗୁଡିକୁ ନିଜର ପୂର୍ବ ଅସ୍ଥିତ୍ବ ଓ ପ୍ରଭାବ ବଜାୟ ରଖିବା ପ୍ରାୟତଃ କଠିନ ହେବାକୁ ଯାଉଛି ।

  • କାଶ୍ମୀରର ପଲିସି :

ନ୍ୟାସନାଲ କନଫରେନ୍ସ, ପିପୁଲ୍ସ କନଫରେନ୍ସ ଏବଂ ପିଡିପି ପରି କାଶ୍ମୀରର ପାରମ୍ପରିକ ପାର୍ଟିର ମଧ୍ୟରେ କିଛି ମତଭେଦ ମଧ୍ୟ ରହିଛ । ସେହିପରି ଚଳିତଥର ଘାଟିରେ ଅନ୍ୟଜଣେ ରାଜନେତାର କାର୍ଯ୍ୟକଳାପ ନିର୍ବାଚନକୁ ପ୍ରଭାବିତ କରିବାକୁ ଯାଉଛି । ସେ ହେଉଛନ୍ତି ଶେଖ ରସିଦ, ଯିଏକି ଇଞ୍ଜିନିୟର ରସିଦ ଭାବରେ ବେଶ ଜଣାଶୁଣା । ସେ ଜେଲରେ ରହି ଚଳିତ ଲୋକସଭା ନିର୍ବାଚନ ଜିତିବାରେ ସଫଳ ହୋଇଛନ୍ତି । ଉତ୍ତର କାଶ୍ମୀରର ବାରାମୁଲ୍ଲା ଲୋକସଭା ଆସନରୁ ରସିଦ ଓମାର ଅବଦୁଲ୍ଲା ଏବଂ ସାଜଜାଦ ଲୋନଙ୍କୁ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି । ଠିକ କାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବେଲରେ ଜେଲରୁ ମଧ୍ୟ ବାହାରିଛନ୍ତି ।

ଇଞ୍ଜିନିୟର ରସିଦ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ମୁକ୍ତ ହୋଇସାରିଛନ୍ତି । ରସିଦ ଏବେ ନିଷିଦ୍ଧ ଘୋଷଣା ହୋଇଥିବା ‘ଜମାତ-ଇ-ଇସଲାମୀ’ ଦ୍ବାରା ସମର୍ଥିତ ପ୍ରାର୍ଥୀଙ୍କ ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସାଧାରଣ ନିର୍ବାଚନରେ ​​ରସିଦଙ୍କ ଜେଲ ଭିତରୁ ବିଜୟ ଅବଦୁଲ୍ଲା ଏବଂ ମୁଫତିଙ୍କ ପ୍ରସ୍ତୁତିକୁ ଦୋହଲାଇ ଦେଇଛି । ଉଭୟ ଅବଦୁଲ୍ଲା ଓ ମୁଫତି କାଶ୍ମୀର ମତାଦାତଙ୍କୁ ହାଲକାରେ ନେଇ ଲୋକସଭା ନିର୍ବାଚନ ଲଢିଥିଲେ । ସେମାନେ ସେମାନଙ୍କ ପାରମ୍ପରିକ ଭୋଟ ପାଇବା ଆଶାରେ ଥିଲେ । ଇଞ୍ଜିନୟର ସରିଦଙ୍କ 'କାଶ୍ମୀରର ଆଇଡିଆ' ଲୋକଙ୍କୁ ଗ୍ରହଣୀୟ ହେବ ନାହିଁ ବୋଲି ସେମାନେ ଅନୁମାନ କରୁଥିଲେ, ଯାହା ପରବର୍ତ୍ତୀ ସମୟରେ ଭୁଲ ସାବ୍ୟସ୍ତ ହୋଇଥିଲା । ରସିଦ ଜେଲ ଭିତରୁ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ ।

  • ଇଞ୍ଜିନିୟର ରସିଦଙ୍କ ଭୂମିକା

ଅବଦୁଲ୍ଲା, ମୁଫତି ଏବଂ ଲୋନ ସମସ୍ତେ ପୂର୍ବରୁ ବିଜେପି ସହ ମେଣ୍ଟ କରିଛନ୍ତି । ଜମାତ କିମ୍ବା ରସିଦଙ୍କ ଦ୍ବାରା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଏବେ କାଶ୍ମୀରବାସୀଙ୍କ ପାଇଁ ଦ୍ୱିତୀୟ ବିକଳ୍ପ ପସନ୍ଦ ହୋଇପାରନ୍ତି । ଜାମ୍ମୁ ଭଳି, କାଶ୍ମୀରର ଲୋକମାନେ, ବିଶେଷକରି ଯେଉଁମାନେ ବିଶ୍ୱାସ କରନ୍ତି ଯେ ନିର୍ବାଚନରେ ପରିବର୍ତ୍ତନ ଆଣିବାର ଏକ ସମ୍ଭାବ୍ୟ ମାଧ୍ୟମ, ସେମାନେ 'କାଶ୍ମୀରର ଆଇଡିଆ' ସହିତ ମେଳ ଖାଉଥିବା ପ୍ରାର୍ଥୀଙ୍କୁ ନିଶ୍ଚିତ ସମର୍ଥନ ଦେବେ ବୋଲି ଆଶା କରାଯାଉଛି । ଜନତାଙ୍କ ଏହି ମୁଡ ସହ ରସିଦ ଏହି କ୍ଷେତ୍ରରେ ସମର୍ଥନ ହାସଲ କରିପାରନ୍ତି ବୋଲି ଅନୁମେୟ ।

ଚଳିତଥର କାଶ୍ମୀର ନିର୍ବାଚନରେ ବିଜେପି ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ । କାରଣ ବିଜେପି ବୋଧହୁଏ ‘ପ୍ରକ୍ସି କ୍ୟାଣ୍ଡିଡେଟ୍ସ’ ଯୋଜନାରେ ଥାଇପାରେ । କାରଣ ସେମାନେ ଜାଣନ୍ତି ଯେ ଆଞ୍ଚଳିକ ଦଳ ମଧ୍ୟରେ ଭୋଟ୍ ବିଭାଜନ ହୋଇପାରେ ଏବଂ ଏହା ହିଁ ନୂତନ ପ୍ରାର୍ଥୀମାନଙ୍କ ପାଇଁ ପଥ ପରିଷ୍କାର କରିପାରେ । ଯେଉଁମାନେ ନିର୍ବାଚନ ପରେ ବିଜେପିକୁ ସମର୍ଥନ ଘୋଷଣା କରିପାରନ୍ତି । ଫାରୁକ ଅବଦୁଲ୍ଲାଙ୍କ ପରି ରାଜନେତାମାନେ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି ।

  • ଲିଗାସି ଫାଇଟ୍‌ :

ଅନେକ ଦ୍ୱିତୀୟ ଏବଂ ତୃତୀୟ ପିଢିର ନେତାଙ୍କ ରାଜନୈତିକ କ୍ୟାରିୟର ଏବେ ବିପଦରେ ଥିବା ପରି ଦୃଶ୍ୟମାନ ହେଉଛି । ନିଜ କ୍ୟାରିୟର ବଞ୍ଚାଇବାକୁ ଲୋନ ଏବଂ ଅବଦୁଲ୍ଲା ପ୍ରତ୍ୟେକ ଦୁଇଟି ଲେଖାଏଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପିପୁଲ୍ସ କନଫରେନ୍ସ ଏବଂ ନ୍ୟାସନାଲ କନଫରେନ୍ସର ଅନ୍ୟ ଦୁଇ ପୁରୁଖା ନେତାଙ୍କୁ ପରାସ୍ତ କରିବା ଉଦ୍ଦେଶ୍ୟରେ ମେହବୁବା ମୁଫତି ନିଜକୁ ନିର୍ବାଚନଠାରୁ ଦୂରେଇ ରଖିବାକୁ ଉଚିତ ମଣିଛନ୍ତି । ମୁଫତିଙ୍କ ଝିଅ ଇଲତିଜା ମୁଫତିଙ୍କୁ ନିଜ ଗୃହ ନିର୍ବାଚନ ମଣ୍ଡଳୀ ବିଜବେହାରାରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ପିଡିପି । ବିଜବେହାରା ନିର୍ବାଚନ ମଣ୍ଡଳୀ ହେଉଛି, ମୁଫତି ପରିବାରର ପାରମ୍ପରିକ ନିର୍ବାଚନ ମଣ୍ଡଳୀ । ମୁଫତିଙ୍କ ପିତା ମୁଫତି ସୟିଦ ମଧ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । ଏହି ପାରିବାରିକ ଭୋଟ ଜୁନିୟର ମୁଫତିଙ୍କୁ କିଛି ସମର୍ଥନ କରିବାରେ ସାହାଯ୍ୟ କରିପାରେ ।

  • ଦୁଇଟି ଆସନରେ ଲଢୁଛନ୍ତି ଓମାର ଅବଦୁଲ୍ଲା

ମୁଫତିଙ୍କ ବିପରୀତ ଧାରାରେ ରହିଛନ୍ତି ଏନସି ନେତା ତଥା କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ ତାଙ୍କ ସୋନୱାର ନିର୍ବାଚନ ମଣ୍ଡଳୀରୁ ଚଳିତଥର ନିର୍ବାଚନ ଲଢୁନାହାନ୍ତି । ଏହିଠାରେ ତାଙ୍କ ବାସଭବନ ଥିଲେ ସୁଦ୍ଧା ସେ ସେହି ଆସନକୁ ବର୍ତ୍ତମାନ ସୁରକ୍ଷିତ ମନେ କରୁନଥିବା ଅନୁମାନ କରାଯାଉଛି । ସେଥିପାଇଁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓମାର ଗାନ୍ଦରବାଲ ଆସନ ସହ ବଡଗାମ ଆସନକୁ ବାଛିଛନ୍ତି । ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲାଙ୍କର ବଡଗାମରେ କିଛି ପକେଟ ଭୋଟ ରହିଛି । ଯାହା ତାଙ୍କୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିପାରିବ । ଓମାର ଅବଦୁଲ୍ଲା ଦୁଇ ଦଶନ୍ଧି ପରେ ଗାନ୍ଦରବାଲରୁ ନିର୍ବାଚନ ଲଢୁଛନ୍ତି । 2002 ରେ ଓମାର ଏହି ଆସନରୁ ପିଡିପି ପ୍ରାର୍ଥୀ କାଜି ଆଫଜଲଙ୍କଠାରୁ ପରାସ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS

ଏହା ମଧ୍ୟ ପଢନ୍ତୁ :-10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ; ସୁରକ୍ଷା କର୍ମୀଙ୍କ ଆଗରେ ବଡ ଚ୍ୟାଲେଞ୍ଜ, ପାକିସ୍ତାନର ଛାୟାଯୁଦ୍ଧ - Elections in J and K

ସମସ୍ତ ରାଜନୈତିକ ଉତ୍ତରାଧିକାରୀ ଦଳ ସେମାନଙ୍କର ଅସ୍ତିତ୍ୱ ଓ ବିଜୟ ପାଇଁ ଆପ୍ରାଣ ଚେଷ୍ଟାରେ ଲାଗିଛନ୍ତି । ଯଦି ଜନାଦେଶ ବିଖିପ୍ତ ହୁଏ, ତେବେ ମେଣ୍ଟ ସରକାର ଗଠନ ହେବା ଏକପ୍ରକାର ନିଶ୍ଚିତ । ଏପରି ସମୟରେ କେଉଁ ଦଳ ଅଧିକ ଆସନ ହାତେଇବ ଓ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ମତାଦାତଙ୍କ ଅଧିକ ଅଂଶଗ୍ରହଣ ଇଞ୍ଜିନିୟର ରସିଦ ଓ ତାଙ୍କ ଗୋଷ୍ଠୀକୁ ଲାଭାନ୍ବିତ କରିବ । କାରଣ ଭୋଟିଂ ପ୍ରତିଶତ ପୂର୍ବ ପରି କମ ରହିଲେ, ପୁରୁଣା ଦଳମାନଙ୍କୁ ସୁହାଇବ ।

ସମ୍ପାଦକୀୟ...

Last Updated : Sep 18, 2024, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.