ETV Bharat / opinion

ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଦ୍ବାରା ସାକାର ହେବ ଆତ୍ମନିର୍ଭର ଭାରତର ସ୍ବପ୍ନ - ଆତ୍ମନିର୍ଭର ଭାରତ

Growth of AatmaNirbharta in Defence: ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆମଦାନୀକାରୀ ଦେଶ ମଧ୍ୟରୁ ଭାରତ ଅନ୍ୟତମ । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ବଜେଟ DRDO ଏବଂ R&D ପାଇଁ ମଧ୍ୟ ଖର୍ଚ୍ଚ କରାଯିବା ଉଚିତ । ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ପଦକ୍ଷେପକୁ ବୃଦ୍ଧି କରିବ । ଅଧିକ ପଢ଼ନ୍ତୁ

Growth of AatmaNirbharta in Defence
Growth of AatmaNirbharta in Defence
author img

By ETV Bharat Odisha Team

Published : Mar 5, 2024, 12:50 PM IST

ହାଇଦ୍ରାବାଦ: 2019 ମସିହା ଅକ୍ଟୋବର ମାସରେ 41ତମ ପ୍ରତିରକ୍ଷା ଗବେଷଣ ଓ ବିକାଶ ସଂଗଠନ DRDO ସମ୍ମିଳନୀକୁ ସମ୍ବୋଧିତ କରି ତତ୍କାଳୀନ ସେନା ମୁଖ୍ୟ ତଥା ଭାରତର ପ୍ରଥମ ଚିଫ୍ ଅଫ ଜେନେରାଲ ବିପିନ ରାୱତ କହିଥିଲେ, "ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଆମଦାନୀକାରୀ ଦେଶ ମଧ୍ୟରୁ ଭାରତ ଅନ୍ୟତମ । ସ୍ବାଧୀନତାର 70 ବର୍ଷ ପରେ ଏହା କହିବା ଗର୍ବର ବିଷୟ ନୁହେଁ ।" ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ ସହିତ ପରବର୍ତ୍ତୀ ଯୁଦ୍ଧ ଲଢିବୁ ଏବଂ ଜିତିବୁ ବୋଲି କହିଥିଲେ ବିପିନ ରାଓ୍ବତ ।

ଅନ୍ୟପଟେ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗତ ସପ୍ତାହରେ କହିଥିଲେ, "2.5 ଲକ୍ଷ କୋଟି ଟଙ୍କା ବ୍ୟୟ କରି 2025 ମଧ୍ୟରେ 230 ଚୁକ୍ତିନାମା ପୂରଣ କରିବା ପାଇଁ 340 ସ୍ବଦେଶୀ ପ୍ରତିରକ୍ଷା ଶିଳ୍ପ ସହିତ ସହଯୋଗ ଜାରି ରହିଛି ।" ଗତ ବର୍ଷ ଅକ୍ଟୋବରରେ ଏହାର ବରିଷ୍ଠ କମାଣ୍ଡର ସମ୍ମିଳନୀ ପୂର୍ବରୁ ଭାରତୀୟ ନୌସେନା ଏକ ବିବୃତ୍ତି ଜାରି କରିଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, 2047 ସୁଦ୍ଧା ଆତ୍ମନିର୍ଭରତା ହାସଲ କରିବା ଲକ୍ଷ୍ୟ ସହିତ ମେକ୍ ଇନ ଇଣ୍ଡିଆ ମାଧ୍ୟମରେ ସ୍ବିଦେଶୀକରଣକୁ ବଢାଇବା ପାଇଁ କମାଣ୍ଡର ଦ୍ବାରା ଏକ ବିସ୍ତୃତ ରୋଡମ୍ୟାପ ଆରମ୍ଭ କରାଯିବ ।

ତେବେ ବର୍ତ୍ତମାନର ନୌସେନା ମୁଖ୍ୟ ଆଡମିରାଲ ହରିକୁମାର ଏହି ପ୍ରତିବଦ୍ଧତାକୁ ସମର୍ଥନ କରିଥିଲେ । ସେ କହିଥିଲେ, ଆମେ ଆମର ରାଷ୍ଟ୍ରୀୟ ନେତୃତ୍ବ ପାଇଁ ପ୍ରତିବଦ୍ଧତା । 2047 ସୁଦ୍ଧା ଆତ୍ମନିର୍ଭରଶୀଳ ହେବୁ, ଏଥିପାଇଁ ଆମକୁ ଶିଳ୍ପର ଆବଶ୍ୟକତା ରହିଛି । ଗତ ବର୍ଷ ଅକ୍ଟୋବରରେ ଇଣ୍ଡିଆନ୍ ଏରୋସ୍ପେସ୍ ଆଣ୍ଡ ଡିଫେନ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଏୟାର ଚିଫ୍ ମାର୍ଶଲ ବିଆର ଚୌଧୁରୀ କହିଛନ୍ତି, "IAF ଏକ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଯାହା ଅନୁସନ୍ଧାନ ଏବଂ ବିକାଶ (R&D), ଅନୁଷ୍ଠାନ, ଏକାଡେମୀ, ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ବ୍ୟକ୍ତିଗତ ଉଦ୍ଭାବକଙ୍କୁ ସାମିଲ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିକାଶକୁ ପ୍ରୋତ୍ସାହିତ କରିଥାଏ ।"

ୟୁକ୍ରେନ ବିବାଦକୁ ନେଇ ମିଳିଥିବା ଶିକ୍ଷା ଉପରେ କହି ସିଡିଏସ ଜେନେରାଲ ଅନିଲ ଚୌହାନ କହିଛନ୍ତି, "ଅସ୍ତ୍ରଶସ୍ତ୍ର ପାଇଁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରିପାରିବୁ ନାହିଁ । ୟୁକ୍ରେନ ଯୁଦ୍ଧରୁ ଆମକୁ ଏହି ଶିକ୍ଷା ମିଳିଛି ।" ତେବେ ଅସ୍ତ୍ରଶସ୍ତ୍ର ସହିତ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ୟୁକ୍ରେନ ଯୁଦ୍ଧାସ୍ତ୍ର ପାଇଁ ପାଶ୍ଚାତ୍ୟ ଉପରେ ନିର୍ଭରଶୀଳ । ଯୁଦ୍ଧରେ ସର୍ବଦା ପରାଜୟ ପାଇଁ ଯୋଗାଡ଼ ଅଭାବ ମୁଖ୍ୟତଃ ଦାୟୀ ବୋଲି କୁହାଯାଏ ।

ପ୍ରତିରକ୍ଷା କ୍ଷେତ୍ରରେ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ଋଷ ସବୁଠାରୁ ଶକ୍ତିଶାଳୀ ଅଟେ । ଏହା ଦ୍ବାରା ଉତ୍ତର କୋରିଆ, ଇରାନ ଏବଂ ଚୀନ ମଧ୍ୟ ନିଜ ଆବଶ୍ୟକତା ପୂରଣ କରିଥାଆନ୍ତି । ପାକିସ୍ତାନର F-16 ବିମାନ ଉପରେ 24 ଘଣ୍ଟା ନଜର ରଖିଛି ଭାରତ । କାର୍ଗିଲ ବିବାଦ ସମୟରେ ଆମେରିକା ଭାରତକୁ ଜିପିଏସ ସେବା ଯୋଗାଇବା ପାଇଁ ମନା କରିଦେଇଥିଲା । ଫଳରେ ଡିଆରଡିଓ ନିଜର ଜିପିଏସ ସେବା ବିକାଶ କରିଥିଲା । ନେଭିଗେସନ ଫର ଇଣ୍ଡିଆନ କନଷ୍ଟେଲେସନକୁ ବିକଶିତ କରାଯାଇଥିଲା । କିନ୍ତୁ ଆମଦାନୀ ଅଧିକ ରହିଥାଏ । ଯଦି ଏହା ଭାରତରେ ଖର୍ଚ୍ଚ ହୁଏ, ତେବେ ନିଯୁକ୍ତି ସୁଯୋଗ ଖୋଲିପାରେ ଏବଂ ଅର୍ଥନୀତିରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ପ୍ରତିରକ୍ଷା କାରବାରରେ ଦୁର୍ନୀତିର ଖବର ମଧ୍ୟ ସାମ୍ନାକୁ ଆସୁଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା 2014ରେ ଆରମ୍ଭ ହୋଇଥିଲା ଏବଂ ଗତ କିଛି ବର୍ଷ ମଧ୍ୟରେ ଏହା ବିକଶିତ ହୋଇଥିଲା । ବେସରକାରୀ କ୍ଷେତ୍ରର ଦ୍ୱାର ଖୋଲିବା ଏବଂ ଅର୍ଡାନ୍ସ ଫ୍ୟାକ୍ଟ୍ରି ବୋର୍ଡର କର୍ପୋରେଟାଇଜେସନ୍ ଭାରତର ପ୍ରତିରକ୍ଷା ଉତ୍ପାଦନର ଛବି ବଦଳିଥିଲା ।

ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । 2017 ମସିହାରେ 740 କୋଟି ରହିଥିବା ବେଳେ 2023 ମସିହାରେ ଏଥିରେ ବୃଦ୍ଧି ପାଇଁ 1 ଲକ୍ଷ କୋଟିରୁ ଅଧିକ ହୋଇଛି । 2023 ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, 2013-14 ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି 686 ରହିଥିଲା । ଏହାପରେ 2022-23ରେ ଏହା ବୃଦ୍ଧି ପାଇ 16000 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆସନ୍ତା 5 ବର୍ଷ ମଧ୍ୟରେ 35000 କୋଟି ଟଙ୍କାର ପ୍ରତିରକ୍ଷା ରପ୍ତାନି ହାସଲ କରିବା ପାଇଁ ଲକ୍ଷ୍ୟ ରଖିଥିବା କଥା ଗତ ନଭେମ୍ବର ମାସରେ କହିଥିଲେ ପ୍ରଧାନମନ୍ତ୍ରୀ । ବିଦେଶରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟୟରେ ମଧ୍ୟ ହ୍ରାସ ପାଉଥିବା ଦେଖାଯାଇଛି । ଗତ ଆର୍ଥିକ ବର୍ଷରେ ପ୍ରତିରକ୍ଷା କ୍ରୟ ବଜେଟର 75 ପ୍ରତିଶତ ଘରୋଇ ଉତ୍ସରୁ ନିର୍ଦ୍ଧାରିତ କରାଯାଇଥିଲା । ଯାହାକି ଏକ ବର୍ଷ ପୂର୍ବେ 68 ପ୍ରତିଶତ ରହିଥିଲା । ଗତ 3 ଆର୍ଥିକ ବର୍ଷ ମଧ୍ୟରେ 122ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: IDEX ଓ DIO ପାଇଁ 498.8 କୋଟିର ଆର୍ଥିକ ସହାୟତା ମଞ୍ଜୁର

ପ୍ରଯୁକ୍ତିବିଦ୍ୟାର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଇନୋଭେସନ ଫର ଡିଫେନ୍ସ ଏକ୍ସଲେନ୍ସ(IDEX) ଭଳି ପଦକ୍ଷେପ ସଫଳ ହୋଇଛି । ଏହାକୁ ସୃଜନ ପୋର୍ଟାଲରେ ଅପଲୋଡ କରାଯାଇଛି । ଏହାସହ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ମଧ୍ୟ ବୃଦ୍ଧି ପାଉଛି । 49ରୁ 74 ପ୍ରତିଶତକୁ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା 5077କୋଟି ଟଙ୍କା ଏଫଡିଆଇ ଗ୍ରହଣ କରାଯାଇଛି । ଋଷିଆର ସହଯୋଗରେ ବିକଶିତ ହୋଇଥିବା ଭାରତର ବ୍ରହ୍ମାସ୍ତ୍ରକୁ ଅନେକ ଦେଶ ମୂଲ୍ୟାଙ୍କନ କରୁଛନ୍ତି, ଅନେକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ କରିଛନ୍ତି । ଅନ୍ୟାନ୍ୟ ଉଲ୍ଲେଖନୀୟ ରପ୍ତାନିରେ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ, ରାଡାର, ସିମୁଲେଟର, ସଶସ୍ତ୍ର ଯାନ ଏବଂ ଆର୍ଟିଲିରି ବନ୍ଧୁକ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଭାରତ ଆପାଚେ ହେଲିକପ୍ଟର ପାଇଁ ଏରୋ ଷ୍ଟ୍ରକଚର, F-16 ବ୍ଲକ୍ 70 ଯୁଦ୍ଧ ବିମାନ, ୱିଙ୍ଗ ସେଟ୍, C-295 ମିଡିୟମ ଲିଫ୍ଟ ଟ୍ରାନ୍ସପୋର୍ଟ ବିମାନ ତିଆରି କରୁଛି । ଲକ୍ହିଡ୍ ମାର୍ଟିନ C130J ଆସେମ୍ବଲି, ବିକ୍ରୟ ଏବଂ ମାର୍କେଟିଂ ପାଇଁ ଭାରତକୁ ବାଛିଛନ୍ତି । ଏହି ବିମାନକୁ ସାତଟି ଦେଶ ବ୍ୟବହାର କରନ୍ତି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୋ ଦର୍ଶାଯାଇଛି ଯେ, ହାଇଦ୍ରାବାଦ ସ୍ଥିତ ଆଦାନୀ-ଏଲବିଟ୍ ଆଡଭାନ୍ସ ସିଷ୍ଟମ୍ ଇଣ୍ଡିଆ ଲିମିଟେଡ୍, ଆଦାନୀ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଏବଂ ଇସ୍ରାଏଲର ଏଲବିଟ୍ ସିଷ୍ଟମର ମିଳିତ ଉଦ୍ୟମରେ ଇସ୍ରାଏଲକୁ 20 ହର୍ମେସ୍ 900 ମଧ୍ୟମ ଉଚ୍ଚତା, ଦୀର୍ଘସ୍ଥାୟୀ UAV ପ୍ରଦାନ କରାଯାଇଛି।

ଭାରତୀୟ ପ୍ରତିରକ୍ଷା ଶିଳ୍ପର ସର୍ବୋଚ୍ଚ ସଂସ୍ଥା ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ମେନୁଫେକ୍ଚର୍ସ (SIDM) ରପ୍ତାନିକୁ ସୁଗମ କରିବା ପାଇଁ ଏକ ରପ୍ତାନି ପ୍ରୋତ୍ସାହନ ପରିଷଦ ସ୍ଥାପନ କରିବାକୁ ଯାଉଛି । ଏହା ଡିଫେନ୍ସ ଏକ୍ସପୋ ଆୟୋଜିତ କରିବା ଏବଂ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ସରକାରଙ୍କ ପଦକ୍ଷେପ ହେବ । ଉପକରଣ ଗୁଡିକର ବିକାଶ କେବେଶ ଅନୁସନ୍ଧାନ ଏବଂ ବିକାଶ (R&D) ପ୍ରତିଷ୍ଠାନ ଦ୍ବାରା ସମ୍ଭ ହେବ । ତେବେ ଭବିଷ୍ୟତ ପ୍ରକଳ୍ପ ଗୁଡିକୁ ପିଏଓ ଦ୍ବାରା ତଦାରଖ କରାଯିବ । ତେବେ R&D ରେ ଭାରତର ନିବେଶ କମ୍ ଅଟେ । ପ୍ରତିରକ୍ଷା ମନ୍ତ୍ରୀ ନର୍ଥ ଟେକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, R&D ଏକ ବିପଦପୂର୍ଣ୍ଣ ଉଦ୍ୟମ ଅଟେ । କାରଣ ଏଥିରେ ଚିନ୍ତାଶକ୍ତିର ଅଧିକ ଆବଶ୍ୟକତା ରହିଛି । କେତେକ ସମୟରେ ଏହା ଆବଶ୍ୟକୀୟ ଫଳାଫଳ ଦେଇ ନଥାଏ । ତଥାପି ଏହା ଯେକୌଣସି ଦେଶର ବିକାଶ ପାଇଁ ମୌଳିକ ଉପାଦାନ ଅଟେ । ଗତ 10 ବର୍ଷ ମଧ୍ୟରେ ଭାରତ ଏକ ଦୀର୍ଘ ରାସ୍ତାକୁ ଅତିକ୍ରମ କରିବାରେ ସଫଳ ହୋଇପାରିଛି । ସରକାର ଏକ ସକରାତ୍ମକ ମନୋଭାବ ଗ୍ରହଣ କରି ସମର୍ଥନ କରିବା ଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.