ETV Bharat / opinion

10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ; ସୁରକ୍ଷା କର୍ମୀଙ୍କ ଆଗରେ ବଡ ଚ୍ୟାଲେଞ୍ଜ, ପାକିସ୍ତାନର ଛାୟାଯୁଦ୍ଧ - Elections in J and K

author img

By Major General Harsha Kakar

Published : Aug 21, 2024, 4:50 PM IST

Three-phase poll in Sept for J and K has been welcomed by all political parties: ଗତ ଲୋକସଭା ନିର୍ବାଚନ ପରେ ଏବଂ ବର୍ତ୍ତମାନ ସମୟ ମଧ୍ୟରେ ଘାଟିରେ ଆତଙ୍କୀଙ୍କ ଆକ୍ରମଣ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଛି । ବିଶେଷ କରି ଜମ୍ମୁର ଦକ୍ଷିଣ ପୀର ପାଞ୍ଜଳ ଅଞ୍ଚଳରେ ଗୁଳି ବନ୍ଧୁକର ଗର୍ଜନ ବଢିଛି । ଅଧିକ ପଢନ୍ତୁ

Elections in J and K
Elections in J and K (ETV Bharat Odisha)

ଜମ୍ମୁ କାଶ୍ମୀରରେ ଆସନ୍ତା ସେପ୍ଟେମ୍ବର ମାସରେ 3ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ଏହି ଘୋଷଣାକୁ ବିଭିନ୍ନ ରାଜନୈତିକ ସଂଗଠନ ଏବଂ ଦଳ ସ୍ବାଗତ କରିଛନ୍ତି । ଏହାସହିତ ଆକଳନ କରାଯାଉଛି କି, ବହୁ ପ୍ରତିକ୍ଷିତ ନିର୍ବାଚନ ପରେ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିପାରେ । ଏକ ଦଶନ୍ଧି ଧରି ନିର୍ବାଚନ ଦେଖିନଥିବା ଉପତ୍ୟକାରେ ନିର୍ବାଚନ ଘୋଷଣା ପରେ ଲୋକଙ୍କ ମନରେ ନିର୍ବାଚନ ପ୍ରତି ଆବେଗ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କଲେଣି । ତେବେ କିଛି ମାସ ତଳେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଘାଟିରେ ବିନା ହିଂସାରେ ନିର୍ବାଚନ ସମାପ୍ତ ହୋଇଥିଲା । ଏହି ନିର୍ବାଚନରେ 55 ପ୍ରତିଶତ ଭୋଟ ପଡିଥିଲା । ଆଉ ଏଥିପାଇଁ ନିର୍ବାଚନ କମିଶନ ଘାଟିରେ ସବୁ ଅପେକ୍ଷାର ଅନ୍ତ ଘଟାଇ ବିଧାନସଭା ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି ।

ଜମ୍ମୁ କାଶ୍ମୀର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହଥିଲେ କି, "ଘାଟିର ଲୋକେ ଲୋକସଭା ନିର୍ବାଚନ ସମୟରେ ‘ବୁଲେଟ୍’ ଏବଂ ବୟକଟ୍ (ନିର୍ବାଚନ ବର୍ଜନ) ବଦଳରେ ବାଲାଟ ପେପରକୁ ବାଛିଥିଲେ । ଜମ୍ମୁ କାଶ୍ମୀର ମଧ୍ୟ ଗତ ଲୋକସଭା ନିର୍ବାଚନ ସମୟରେ ରେକର୍ଡ କରିଥିଲେ । କାରଣ ଗତ 2019 ନିର୍ବାଚନ ଠାରୁ 2024ର ଭୋଟ ଦାନ 30 ପ୍ରତିଶତ ବଢିଥିଲା ।" ଆଉ ଲୋକସଭା ନିର୍ବାଚନ ପରେ ଘାଟିକୁ ଗସ୍ତ ସମୟରେ ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଥିଲେ ରାଜୀବ କୁମାର । ଏପରିକି ଦେଶର ସର୍ବୋଚ୍ଚ କୋର୍ଟ ସୁପ୍ରିମକୋର୍ଟ ମଧ୍ୟ ସେପ୍ଟେମ୍ବର 30 ପୂର୍ବରୁ ନିର୍ବାଚନ ସାରିବାକୁ ରାୟରେ ଶୁଣାଇଥିଲେ ।

ଏହା ବି ପଢନ୍ତୁ- ବାଂଲାଦେଶ ସଙ୍କଟ; ମୁକ୍ତି ଯୁଦ୍ଧରେ ଭାରତର ଅବଦାନର ସ୍ମୃତିକୁ ଟାର୍ଗେଟ, ବିପଦରେ ସ୍ମାରକୀ - Bangladesh Crisis

ଗତ ଲୋକସଭା ନିର୍ବାଚନରେ, ଜମ୍ମୁ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ବାଚନ ହାରର ସାମ୍ନା କରିଥିଲେ । ଓମାର ଅବଦ୍ଦୁଲା ଏବଂ ମେହେବୁବା ମୁଫତି ନିର୍ବାଚନରେ ପରାସ୍ତ ହୋଇଥିଲେ । ତେବେ ଏହି ନିର୍ବାଚନରେ ଜିତିଥିଲେ ଜେଲରେ ଦିନ କାଟୁଥିବା ଇଂଜିନିୟର ରସିଦ । ଯାହାଙ୍କ ନିର୍ବାଚନୀ କ୍ୟାମ୍ପେନ୍ ଦାୟତ୍ବ ସମ୍ଭାଳିଥିଲେ ତାଙ୍କ ପିଲାମାନେ । ଆଉ ଏହା ଦେଇଥିଲା ବଡ ସଙ୍କେତ କି, ଘାଟିର ଲୋକେ ବର୍ତ୍ତମାନ ଆଉ ପାରମ୍ପାରିକ ରାଜନେତାକ ଦଳକୁ ସମର୍ଥନ କରିନାହାଁନ୍ତି । ଏହା ମଧ୍ୟ ସରକାରଙ୍କ ପାଇଁ ବଡ ବାର୍ତ୍ତା ଥିଲା କି, ଲୋକଙ୍କ ମତକୁ ସମ୍ନାନ ଦେବା ଜରୁରୀ ।

ତେବେ ଗତ ଲୋକସଭା ନିର୍ବାଚନ ପରେ ଏବଂ ବର୍ତ୍ତମାନ ସମୟ ମଧ୍ୟରେ ଘାଟିରେ ଆତଙ୍କୀଙ୍କ ଆକ୍ରମଣ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଛି । ବିଶେଷ କରି ଜମ୍ମୁର ଦକ୍ଷିଣ ପୀର ପାଞ୍ଜଳ ଅଞ୍ଚଳରେ ଗୁଳି ବନ୍ଧୁକର ଗର୍ଜନ ବଢିଛି । ଏହା ସହିତ ଅମରନାଥ ଯାତ୍ରା ଏବଂ ମାଚଲି ମାତା ଯାତ୍ରା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପଟେ ନିର୍ବାଚନରେ ଲୋକଙ୍କ ମାତ୍ରାଧିକ ଆଗ୍ରହ ଏବଂ ଭୋଟଦାନ ପଡୋଶୀ ପାକିସ୍ତାନକୁ ଶକ୍ତ ଝଟକା ଦେଇଛି । କାରଣ ଭୋଟି ପ୍ରତିଶତ ବୃଦ୍ଧି ଫଳରେ ଘାଟିରେ ପାକିସ୍ତାନ ଏଜେଣ୍ଡା ଫେଲ ମାରିଛି । ଜମ୍ମୁ କାଶ୍ମୀର ସର୍ବଦା ଭାରତ ବିରୋଧୀ ବୋଲି ଘୋଷି ହେଉଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି ।

ଏହା ବି ପଢନ୍ତୁ- ଭାରତ ଓ ଏହାର ଏସୀୟ ପଡ଼ୋଶୀ; ସ୍ବାଧୀନତାର ୭୮ ବର୍ଷ ପରେ କାହାର ସ୍ଥିତି କେଉଁଠି ? - India and its Asian Neighbors

ତେବେ ଅନେକ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ବର୍ଦ୍ଧିତ ଆତଙ୍କୀ ଆକ୍ରମଣ ନିର୍ବାଚନ ପରିଚାଳନା ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଭେଦ ମଲ୍ଲିକଙ୍କ ମତରେ, "ସେପ୍ଟେମ୍ବର ଭିତରେ ଜମ୍ମୁ କାଶ୍ମୀରରେ ନିର୍ବାଚନ ପାଇଁ ତରବର ହେବାର ନାହିଁ । କାଶ୍ମୀରରେ ନିର୍ବାଚନ ଉପରେ ଫୋକସ କରିବା ଉଚିତ । କାରଣ ଜମ୍ମୁରେ କିଛି ଆତଙ୍କବାଦୀ ଆକ୍ରମଣ ସଫଳ ହେଲେ ପୁଣି ଥରେ ଘାଟିରେ ଗୁଳିଗୋଳାର ଗର୍ଜନ ବଢିଯିବ । ତେଣୁ ସେପ୍ଟେମ୍ବର ଭିତରେ ଘାଟିରେ ନିର୍ବାଚନ ସାରିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ଘାଟିର ସୁରକ୍ଷା ସବୁଠୁ ବଡ । ନିର୍ବାଚନକୁ ଆଉ ଗୋଟିଏ ବର୍ଷ ଘୁଞ୍ଚିାଇ ଦେବା ଜରୁରୀ ।"

ତେବେ ଜେନେରାଲ ମଲ୍ଲିକଙ୍କ ମତକୁ ରକ୍ଷାତ୍ମକ ଆଭିମୁଖ୍ୟ ଭାବେ ଦେଖାଯାଉଛି । କାରଣ ଏହା ଲୋକଙ୍କୁ ଏକ ଭୁଲ ବାର୍ତ୍ତା ପ୍ରଦାନ କରୁଛି । ସୀମା ପାର ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଇସାରରେ ଘାଟିରେ ମୃତ୍ୟୁର ତାଣ୍ଡବ ରଚୁଥିବା ଆତତାୟୀଙ୍କ ଆକ୍ରମଣରେ ଭାରତ ସରକାର ପ୍ରଭାବିତ ହୋଇଯିବେ ବୋଲି ଏହା ସନ୍ଦେଶ ପ୍ରଦାନ କରୁଛି । ତେବେ ଘାଟରେ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟ ଅଣ୍ଟା ଭିଡିଛନ୍ତି । ରାଜନୈତିକ ଦଳ ମଧ୍ୟ ସଫା ସଫା କହିଛନ୍ତି କି, ଆତଙ୍କୀ ଆକ୍ରମଣ ଭୟରେ ନିର୍ବାଚନ ଘୁଞ୍ଚିବା ଦରକାର ନାହିଁ ।

ଗତ ଲୋକସଭା ନିର୍ବାଚନରେ ସମଗ୍ର ବିଶ୍ବପାଇଁ ବଡ ସନ୍ଦେଶ ଦେଇଛି ଭାରତ । ପ୍ରଥମତଃ ସୁରୁଖୁରୁରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଦ୍ବିତୀୟରେ ପୂର୍ବ ନିର୍ବାଚନ ସମୟରେ ଦଖିବାକୁ ମିଳୁଥିବା ସ୍ବଳ୍ପ ଭୋଟିଂ (ଏକକ ସଂଖ୍ୟା) ପ୍ରତିଶତରେ ମଧ୍ୟ ବୃଦ୍ଧି ଘଟିଥିଲା, ଏହା ସହିତ ହିଂସା ଏବଂ ପ୍ରତିବାଦ ହୋଇନଥିଲା । ଏହା ମଧ୍ୟ ମୋଦି ସରକାରର 370 ଉଚ୍ଛଦ ସପକ୍ଷରେ ବଡ ବାର୍ତ୍ତା ଥିଲା । ତେବେ ଘାଟିରେ ଏବେ ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଧାର୍ମିକ ଆଧାରରେ ପାକିସ୍ତାନକୁ ସମର୍ଥନ କରୁଛନ୍ତି କିନ୍ତୁ ଅନେକ ଲୋକ ମଧ୍ୟ କେନ୍ଦ୍ର ସରକାରର ଜନମଙ୍ଗଳ ଯୋଜନାକୁ ସମର୍ଥନ କରୁଛନ୍ତି 370 ଉଠିବା ପରେ ।

ଏହା ସହିତ ଘାଟିରେ ଧିରେ ଧିରେ ନିବେଶ ବଢୁଛି । ଶିକ୍ଷାନୁଷ୍ଠାନ ଏବଂ ମେଡିକାଲ ପ୍ରତିଷ୍ଠାନ ଠିଆ ହେଉଛି । ଏହା ଫଳରେ ଘାଟିର ଉନ୍ନତି ଘଟୁଛି । ଦିନକୁ ଦିନ ମଧ୍ୟ ପର୍ଯ୍ୟଟକଙ୍କ ପାଦ ଉପତ୍ୟକାରେ ବଢୁଛି । ଫଳରେ ଘାଟିର ଅର୍ଥନୀତିରେ ଉନ୍ନତି ଘଟୁଛି । ଏହା ଘାଟିରେ ପରିସ୍ଥିତି ସାମାନ୍ୟ ଥିବା ପ୍ରତି ସକରାତ୍ମକ ସଂକତ ଦେଉଛି । ଏହା ସହିତ ପଥର ମାଡ ଏବଂ ଅହରହ ପ୍ରତିବାଦ ଭଳି ଘଟଣା ଇତିହାସ ପାଲଟି ଗଲାଣି ।

ଅନ୍ୟପଟେ, ପାକସ୍ତାନ ଅଧିକୃତ କାଶ୍ମୀରରେ କିନ୍ତୁ ଦିନକୁ ଦିନ ହିଂସା ଏବଂ ପ୍ରତିବାଦ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଲୋକେ ଭାରତର ସ୍ବାଧୀନତା ଦିବସକୁ ଅତ୍ୟନ୍ତ ଉତ୍ସାହିତ ସହକାରେ ପାଳନ କରିଥିବା ସମୟରେ ପିଓକେବାସୀ ପାକିସ୍ତାନ ସ୍ବାଧୀନତା ଦିବସ ଉତ୍ସବକୁ ବର୍ଜନ କରିଥିଲେ । ବର୍ତ୍ତମାନ ପିଓକେବାସୀ ଭାରତରେ ମିଶିବାକୁ ଦାବି ଜୋର କରିଛନ୍ତି । ତେଣୁ ଏହା ପାକିସ୍ତାନର ‘ବିବାଦୀୟ କାଶ୍ମୀର’ର ଏଜେଣ୍ଡାକୁ ଶକ୍ତ ଧକ୍କା ନିଶ୍ଚିତ ।

ଖାଲି ସେତିକି ନୁହେଁ, ବିଶ୍ବ ଦରକାର ମଧ୍ୟ କିଛି ହାତଗଣତି ଦେଶକୁ ଛାଡିଦେଲେ କାଶ୍ମୀର ପ୍ରସଙ୍ଗ କୌଣସି ଦେଶ ଆଉ ଉଠାଉ ନାହାଁନ୍ତି । ୟୁଏନଏସସି ପ୍ରସ୍ତାବ ଅନୁସାରେ କାଶ୍ମୀର ସମସ୍ୟାର ସମାଧନ ପାଇଁ ଆଉ ସ୍ବର ଉଠୁନି । ତେଣୁ ପାକିସ୍ତାନ ବର୍ତ୍ତମାନ ଘାଟିରେ ଆତଙ୍କବାଦୀ ଆକ୍ରମଣକୁ ପୁଣି ରି-ଆକ୍ଟିଭ୍ କରିଛି । ଏପଟେ ପାକିସ୍ତାନର ନାରା ମଧ୍ୟ ଯେ, ଘାଟିରେ ସେନା ଗୁଳିରେ ନିପାତ ହେଉଥିବା ଆତଙ୍କୀ ନୁହେଁ, ବରଂ ସ୍ଥାନୀୟ ବାସୀନ୍ଦା । କିନ୍ତୁ ଘାଟିର ଲୋକେ ପାକିସ୍ତାନର ଏହି ବୁଝିସାରିଲେଣି ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଉ ଉତ୍ତେଜନା ସୃଷ୍ଟି ପାଇଁ ସମର୍ଥନ ପାଉନି ପାକିସ୍ତାନ ।

ଗତ ସପ୍ତାହରେ ଆତଙ୍କୀ-ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ 4 ଜଣ ଆତଙ୍କବାଦୀ ସଫା ହୋଇଥିଲେ । ଏହାକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ କି, "ଜମ୍ମୁ କାଶ୍ମୀରରେ ଭାରତ ଦିନକୁ ଦିନ ମାନବିକ ଅଧିକରକୁ ଧ୍ବଂସ କରୁଛି । ଘାଟିର ଲୋକଙ୍କ ସ୍ବାଧୀନତା ଏବଂ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏଥିପାଇଁ ଆମେ ବିଶ୍ବବାସୀଙ୍କୁ ଅପିଲ କରୁଛି କି ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ।" କିନ୍ତୁ ଏହାକୁ ନେଇ କୌଣସି ବି ଗୋଟିଏ ଦେଶ ପ୍ରତିକ୍ରିୟା ରଖିନଥିଲେ ।

ନିଜ ଏଜେଣ୍ଡା ଫେଲ ମାରିଲେ ପରେ ଘାଟିରେ ବର୍ତ୍ତମାନ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ରାତି ଦିନ ଏକ କରିଛି ପାକିସ୍ତାନ । ତେବେ ଧିରେ ଧିରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ହେବ ଫଳରେ ଆତଙ୍କୀ ସଫାହେବା ସହିତ ଆତଙ୍କବାଦୀ ଆକ୍ରମଣ କମିବ ନିଶ୍ଚିତ । ତେଣୁ ସୀମା ଡେଇଁ ଆସିଥିବା ଆତଙ୍କବାଦୀ ପୁଣି ସୀମା ପାର ହୋଇ ଫେରିଯିବା ଛଡା ଆଉ କିଛି ଉପାୟ ନାହିଁ । ତେଣୁ ସୁରକ୍ଷାକର୍ମୀଙ୍କ ଗୁଳି ଖାଇବା ପୂର୍ବରୁ ନିଜକୁ ବଞ୍ଚାଇବା ସେମାନଙ୍କ ପାଇଁ ବର୍ତ୍ତମାନ ଗୋଟିଏ ରାସ୍ତା ।

ତେଣୁ ନିର୍ବାଚନ କମିଶନଙ୍କ ନିର୍ବାଚନ ଘୋଷଣା ପରେ, ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବର ସହିତ ନିଆଯିବ । ସୁରକ୍ଷା ବ୍ୟବସ୍ଥା ବ୍ୟାପକ ହେବ । ଫଳରେ ଘାଟିରେ ମୁତୟନ ସୁରକ୍ଷା କର୍ମୀଙ୍କ ମନବଳ ବଢିବ ମଧ୍ୟ । ଏହା ସହିତ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ ହେବେ । କାରଣ ବର୍ତ୍ତମାନ ସମୟରେ ଘାଟିରେ ନିୟୋଜିତ ଅତିରିକ୍ତ ସୁରକ୍ଷାକର୍ମୀ ସ୍ଥିତିକୁ ସମ୍ଭାଳିନେବେ । ଫଳଲେ ଲୋକଙ୍କ ମଧ୍ୟରେ ତଥା ଭୋଟରଙ୍କ ମଧ୍ୟରେ ଭୟ କମିବ ଏବଂ ନିର୍ବାଚନ ପରିଚାଳନା ସୁରୁଖୁରୁରେ ହୋଇପାରିବ ।

ତେବେ ଘାଟିରେ ସୁରକ୍ଷାକର୍ମୀ ଆଭ୍ୟନ୍ତରୀଣ ପରିବେଶକୁ ସମ୍ଭାଳିନେବେ କିନ୍ତୁ ଉଦବେଗର କଥା କି, ସୀମାପାର ଅପପ୍ରଚାର । ପାକିସ୍ତାନ ଏବଂ ଚୀନ ବର୍ତ୍ତମାନ ଘାଟିରେ ବିଶୃଙ୍ଖଳା ଜାରି ରଖିବାକୁ ଏକାଠି ହୋଇଛନ୍ତି । ଘାଟିର ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବାକୁ ଉଭୟ ଦେଶ ଆଗେଇ ଆସିଛନ୍ତି । ଏହା ଆମକୁ ବୁଝିବାକୁ ପଡିବ । ସେମାନଙ୍କ ଚାଲକୁ ବୁଝିବାକୁ ପଡିବ । କାରଣ ନିର୍ବାଚନ ଦିନ ଯେତେ ଯେତେ ଆଗେଇ ଆସିବ ଦୁଇ ଦେଶଙ୍କ ‘ଡିଜିଟାଲ୍ ଓ୍ବାର’ ବଢିବ । ଅର୍ଥାତ ସୋସିଆଲ ମିଡିଆରେ ଭାରତ ବିରୋଧି ପୋଷ୍ଟ ଛାଇଯିବ । ଏହାସହିତ ଏଲଓସିରେ ମଧ୍ୟ ସୁରକ୍ଷାବ୍ୟବସ୍ଥା ବୃଦ୍ଧି କରିବାକୁ ପଡିବ । କାରଣ ଏହି ସମୟରେ ଏଲଓସିରେ ଅନୁପ୍ରବେଶ ବଢିପାରେ । କାରଣ ଆତଙ୍କବାଦୀଙ୍କ ଅନାୟସରେ ଅନୁପ୍ରବେଶ ନିର୍ବାଚନରେ ବଡ ପ୍ରଭାବ ପକାଇପାରେ ।

ତେବେ ଆମେ ଲୋକସଭା ନିର୍ବାଚନ ସମୟରେ ଦେଖିଛେ କି, ସରକାର ବର୍ତ୍ତମାନ ଲୋକଙ୍କ ମତକୁ ସ୍ବୀକାର କରିବାକୁ ନିଜର ପ୍ରତିବଦ୍ଧତା ସ୍ପଷ୍ଟ କରିସାରିଛି । ଏହା ଫଳରେ ନିର୍ବାଚନରେ ଲୋକଙ୍କ ମାତ୍ରାଧିକ ସାମିଲ ବା ଯୋଗଦାନ ବଢୁଛି । କାରଣ ଗଣତନ୍ତ୍ରରେ ସୁସ୍ଥ ବାତାବରଣ ପାଇଁ ଲୋକଙ୍କ ଯୋଗଦାନ ଅତ୍ୟନ୍ତ ଜରୁରୀ । ତେବେ ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ଏବଂ ସମସ୍ତ ସୁରକ୍ଷା ସଂସ୍ଥା ଏକାଠି ଆଗେଇ ଆସିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.